www.samajalive.in
Saturday, December 13, 2025
26.1 C
Bhubaneswar

ନିରନ୍ତର ବିକାଶ ଲକ୍ଷ୍ୟ ସୁଦୃଢ ପାଇଁ ଆରମ୍ଭ ହେଲା ବିପିସିଏଲର ଇ-ବର୍ଜ୍ୟ ପରିଚାଳନା

ଭୁବନେଶ୍ବର: ଭାରତ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ (ବିପିସିଏଲ୍) ପକ୍ଷରୁ ଇ-ବର୍ଜ୍ୟର ହ୍ରାସ ଓ ରିସାଇକ୍ଲିଂ ପାଇଁ କଂପାନିର ଦୀର୍ଘସ୍ଥାୟୀ ଅଭିଯାନର ଅଂଶ ସ୍ବରୂପ ସାଉଣ୍ଡ ମ୍ୟାନେଜମେଟ୍ ଅଫ୍ ୱେଷ୍ଟ ଡିସ୍ପୋଜାଲ୍ ନାମକ ଏକ ସ୍ବତନ୍ତ୍ର ଅଭିଯାନର ଶୁଭାରମ୍ଭ ଘୋଷଣା କରାଯାଇଛି। ୨୦୨୫ ସୁଦ୍ଧା ସମସ୍ତ କାର୍ଯ୍ୟକ୍ଷମ ବିଶୋଧନାଗାର ଓ ମାର୍କେଟିଂ କାର୍ଯ୍ୟକ୍ଷେତ୍ରରେ ଲ୍ୟାଣ୍ଡଫିଲ ସାର୍ଟିଫିକେସନ୍ ପାଇଁ ଶୂନ ବର୍ଜ୍ୟ ଲକ୍ଷ୍ୟ ହାସଲ କରିବା ଲାଗି ବିପିସିଏଲ୍ କାର୍ଯ୍ୟ କରୁଛି।

ଘାତକ ଉପାଦାନ ରହିଥିବା ଵର୍ଜ୍ୟର ଅନୁପଯୁକ୍ତ ନିଷ୍କାସନ ସାମୁଦ୍ରିକ ଜୀବ ଓ ମାନବ ସମାଜକୁ ଗୁରୁତର ଭାବେ ପ୍ରଭାବିତ କରିପାରେ। ତେଣୁ ଏହାର ପ୍ରଭାବଶାଳୀ ବର୍ଜ୍ୟ ପରିଚାଳନା ପଦ୍ଧତିକୁ କାର୍ଯ୍ୟକାରୀ କରି ଏବଂ ସ୍ଵୀକୃତିପ୍ରାପ୍ତ ଭେଣ୍ଡର ଜରିଆରେ ସେଗୁଡ଼ିକୁ ନିଷ୍କାସନ କରି ଏହାର କାର୍ଯ୍ୟ କ୍ଷେତ୍ରରେ ସୃଷ୍ଟି ହେଉଥିବା ବର୍ଜ୍ୟକୁ ହ୍ରାସ କରିବା ଲାଗି କଂପାନି ସଂକଳ୍ପ ନେଇଛି।

- Advertisement -

ପଞ୍ଜୀକୃତ ରାଇସାଇକଲରମାନଙ୍କ ଜରିଆରେ ଇ-ବର୍ଜ୍ୟ ଓ ଅଣ ହାନିକାରକ ସ୍ତୂପକୁ ରିସାଇକଲ୍ ଓ ରିଫରବିସ୍ କରିବା ପାଇଁ ବିପିସିଏଲ୍ ପଠାଇଛି। ୨୦୨୧-୨୨ରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଗାଇଡ୍‌ଲାଇନ୍ ଅନୁସାରେ ଏହା ୨.୫୭ ଟନ୍‌ ଇ-ବର୍ଜ୍ୟ ନିଷ୍କାସନ କରିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories