www.samajalive.in
Sunday, December 14, 2025
16.1 C
Bhubaneswar

ଜାତୀୟ ଜନଜାତି କଳାବସ୍ତୁ ମେଳାରେ ଓଡ଼ିଶାର ବିଭିନ୍ନ ଜିଲାର ଜନଜାତି କାରିଗରଙ୍କ ସମାଗମ

ଭୁବନେଶ୍ୱର: ୟୁନିଟ୍‌-୧ସ୍ଥିତ ଆଦିବାସୀ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ଜାତୀୟ ଜନଜାତି କଳାବସ୍ତୁ ମେଳାରେ ଗୁଜୁରାଟ, ତେଲେଙ୍ଗାନା, ଅରୁଣାଞ୍ଚଳ ପ୍ରଦେଶ, ତାମିଲନାଡୁ, ଉତ୍ତରପ୍ରଦେଶ ପ୍ରଭୃତି ରାଜ୍ୟ ସମେତ ଓଡ଼ିଶାର ବିଭିନ୍ନ ଜିଲାର ଜନଜାତି କାରିଗରମାନଙ୍କ ସମାଗମ ହୋଇଛି । ସେମାନଙ୍କ ପାରମ୍ପରିକ ବେଶପୋଷାକ ଦେଖି ଭୁବନେଶ୍ୱରବାସୀଙ୍କ ଯେତିକି ଉତ୍ସାହ ବଢ଼ୁଛି, ସେମାନଙ୍କ ନିର୍ମିତ ଓ ପ୍ରଦର୍ଶିତ ସାମଗ୍ରୀର ସମ୍ଭାର ସେମାନଙ୍କୁ ସେତିକି ବିସ୍ମିତ କରୁଛି । ଖୁବ୍‌ ସରଳ ଅଥଚ ଆକର୍ଷଣୀୟ କଳା ସାମଗ୍ରୀଗୁଡ଼ିକୁ ନିଜସ୍ୱ ଜ୍ଞାନକୌଶଳରେ ବିକଶିତ କରି ସେଗୁଡ଼ିକୁ ବଜାର ଉପଯୋଗୀ କରିବା ଏଠାରେ ଯୋଗଦେଇଥିବା କାରିଗରମାନଙ୍କଠାରୁ ଶିଖିବାର ଅଛି।

ବାଉଁଶ ସାମଗ୍ରୀ, ଲୁହାରୁ ପ୍ରସ୍ତୁତ ସୌଖୀନ ଜିନିଷ, କାଠନିର୍ମିତ ଯଷ୍ଟି, ଗଶେଶ ମୂର୍ତ୍ତି, ଖେଳନା, ଟେରାକୋଟା ନିର୍ମିତ ସୂକ୍ଷ୍ମ କଳାକୃତି, ଚିତ୍ରକଳା, ଜନଜାତିଙ୍କ ବାଦ୍ୟଯନ୍ତ୍ର (ବିଶେଷ କରି ଛୋଟ ପିଲାଙ୍କ ପାଇଁ ଓ ଘର ସଜାଇବା ପାଇଁ) ବିଭିନ୍ନ ଜନଜାତିଙ୍କ ପାରମ୍ପରିକ ବେଶପୋଷାକ, ଡୋକ୍ରା ସାମଗ୍ରୀ, ସୂଚୀକର୍ମଶୋଭିତ ଚାଦର, ପୋଷାକପତ୍ର ପ୍ରଭୃତିର ଭରପୂର ସମ୍ଭାର ମେଳାକୁ ଆକର୍ଷଣୀୟ କରିତୋଳିଛି।

- Advertisement -

ସବୁଠାରୁ ବିଶେଷ ଆକର୍ଷିତ କରୁଛି ଜନଜାତିଙ୍କ ସହ ଦର୍ଶକଙ୍କ ଭାବଗତ ଆଦାନପ୍ରଦାନ, ସେମାନଙ୍କ କଳାବସ୍ତୁ ନିର୍ମାଣ କୌଶଳ ଏବଂ ବିପଣନ ପ୍ରତି ସେମାନେ ନେଇଥିବା ପଦକ୍ଷେପ।

ମେଳାକୁ ଆସୁଥିବା ଦର୍ଶକମାନେ କଳାବସ୍ତୁ ସାମଗ୍ରୀ ନେଇ ବିମୋହିତ ହେବା ଛଡ଼ା ଆଗ୍ରହ ସହକାରେ କିଣାବିକା କରୁଛନ୍ତି। ଅବସର ସମୟତକ ସେମାନଙ୍କ ସହ ସାଂସ୍କୃତିକ ଆଳାପ କରୁଛନ୍ତି। ମନୋରମ ସନ୍ଧ୍ୟାରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଦ୍ୱାରା ପ୍ରାୟୋଜିତ ଗଜପତି, ମାଲକାନଗିରି ଜିଲ୍ଲାର ଜନଜାତି କଳାକାରମାନେ ସେମାନଙ୍କ ଭିନ୍ନ ପାରମ୍ପରିକ ନୃତ୍ୟ ପ୍ରଦର୍ଶନପୂର୍ବକ ଦର୍ଶକମାନଙ୍କ ମନୋରଞ୍ଜନ କରୁଛନ୍ତି। ଏହି ମେଳା ଆସନ୍ତା ମାର୍ଚ୍ଚ ୧୯ ତାରିଖ ପର୍ଯ୍ୟନ୍ତ ଚାଲିବାର କାର୍ଯ୍ୟକ୍ରମ ରହିଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories