www.samajalive.in
Saturday, December 13, 2025
26.1 C
Bhubaneswar

ଭବିଷ୍ୟତରେ ଏଚ୍‌୫ଏନ୍‌୧ ଭାଇରାସ୍‌ ହୋଇପାରେ ମହାମାରୀର କାରଣ

ଜେନିଭା – କୋଭିଡ୍‌ ପରେ ଏବେ ଏଚ୍‌୩ଏନ୍‌୧ ଭୁତାଣୁ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଭାରତରେ ବି ସଂକ୍ରମଣ ବୃଦ୍ଧି ପାଉଛି । ପୂର୍ବରୁ ଅନ୍ୟରୋଗରେ ପୀଡିତ ଥିବା ଲୋକଙ୍କୁ ଏହା ଅଧିକ ପ୍ରଭାବିତ କରିବା ସହ କିଛି ପୀଡିତଙ୍କର ମୃତ୍ୟୁ ହେଲାଣି । ଏବେ ଏହି ପ୍ରକରଣର ଆଉ ଏକ ଭୁତାଣୁ ପାଇଁ ଏବେ ଚିନ୍ତାରେ ସ୍ୱାସ୍ଥ୍ୟ ବିଶେଷଜ୍ଞ । ଏଚ୍‌୫ଏନ୍‌୧ ଭୁତାଣୁ ଯୋଗୁଁ ଭବିଷ୍ୟତରେ ମହାମାରୀ ହୋଇପାରେ ବୋଲି ଆଶଙ୍କା କରାଯାଇଛି ।

ଏହା ଆମେରିକାରେ ସବୁଠାରୁ ବଡ ବର୍ଡ ଫ୍ଲୁର କାରଣ । ଏଥିପାଇଁ ଆମେରିକାରେ ମାଂସ ପାଇଁ ପାଳନ କରାଯାଇଥିବା କୁକୁଡା ଏବଂ ଟର୍କିଙ୍କୁ ନଷ୍ଟ କରାଯାଇଛି । ଅନେକ ଜଙ୍ଗଲୀ ପକ୍ଷୀ ଏଥିଯୋଗୁଁ ପ୍ରାଣ ହରାଇଛନ୍ତି ।

- Advertisement -

ଏହା ଲୋକମାନଙ୍କୁ ସଂକ୍ରମିତ କରିପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି । ଏହା ଥରେ ବ୍ୟାପିଲେ ରୋକିବା କଷ୍ଟକର । ୧୯୯୬ ମସିହାରେ ଏହାକୁ ପ୍ରଥମ କରି ଚୀନ୍‌ର ଏକ ବତକ ଫାର୍ମରେ ମିଳିଥିଲା । ହଜାର ହଜାର ସଂଖ୍ୟାରେ ବତକ ମରିଯିବାରୁ ପରୀକ୍ଷଣରୁ ଏହି ଭୁତାଣୁ ବିଷୟରେ ସୂଚନା ମିଳିଥିଲା । ଏହା ଏକ ପ୍ରକାରର ବର୍ଡ ଫ୍ଲୁ ।

ପରେ ଏହା ସାରା ବିଶ୍ୱରେ ମିଳିଥିଲା । କେବଳ ପକ୍ଷୀ ନୁହନ୍ତି କେତକ ସ୍ତନପାୟୀ ପ୍ରାଣୀଙ୍କୁ ଏହି ଭୁତାଣୁ ସଂକ୍ରମିତ କରିଥିଲା । ଲୋକଙ୍କ ନିକଟରେ ଏହାକ ସଂକ୍ରମଣ ବିଷୟରେ ଏପର୍ଯ୍ୟନ୍ତ ବିଶେଷ କିଛି ସୂଚନା ନାହିଁ । ଏପରି ଫାର୍ମମାନଙ୍କରେ କାମ କରୁଥିବା ଲୋକଙ୍କୁ ଏହି ଭୁତାଣି ସଂକ୍ରମିତ କରିଥିଲେ ମଧ୍ୟ ଲୋକଙ୍କ ଠାରୁ ଲୋକଙ୍କୁ ବ୍ୟାପି ନଥିବା ଗବେଷକମାନେ କହିଛନ୍ତି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories