www.samajalive.in
Sunday, December 14, 2025
23.1 C
Bhubaneswar

ଓରମାସ ତରଫରୁ ସିଏକ୍ସଓ କନକ୍ଲେଭ୍ –  ସ୍କିଲିଂ ଇକୋସିଷ୍ଟମର ସଠିକ୍ ପରିଚାଳନା ଉପରେ ଗୁରୁତ୍ୱ

ଭୁବନେଶ୍ୱର -ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନରେ ଥିବା ଓରମାସ ତରଫରୁ ଭୁବନେଶ୍ୱରରେ ଆୟୋଜିତ ହୋଇଯାଇଛି ଡିଡିୟୁ-ଜିକେଓ୍ୱାଇ ସିଏକ୍ସଓ କନକ୍ଲେଭ୍ । ଏହି କାର୍ଯ୍ୟକ୍ରମକୁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଉଦଘାଟନ କରିଥିଲେ । ଉଦଘାଟନୀ ଉତ୍ସବରେ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧୀକରଣର ଅଧ୍ୟକ୍ଷ ଶ୍ରୀଯୁକ୍ତ ସୁବ୍ରୋତୋ ବାଗଚୀ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀଯୁକ୍ତ ସୁଶୀଲ କୁମାର ଲୋହାନୀ, ଓରମାସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଗୁହା ପୁନମ ତାପସ କୁମାର ପ୍ରମୁଖ ଯୋଗଦେଇ ଓଡ଼ିଶାର ଯୁବବର୍ଗଙ୍କ ଦକ୍ଷତା ବିକାଶ, ନିଯୁକ୍ତି ସୁଯୋଗ ସହ ଉପଯୁକ୍ତ ପାରିଶ୍ରମିକ ଏବଂ ରାଜ୍ୟରେ ସ୍କିଲିଂ ଇକୋ ସିଷ୍ଟମର ସଠିକ ପରିଚାଳନା ଉପରେ ଗୁରୁତ୍ୱାରୋପ କରିଥିଲେ। ସମାବେଶରେ ଉଦବୋଧନ ଦେବା ଅବସରରେ ଶ୍ରୀଯୁକ୍ତ ବାଗଚୀ “ପ୍ରୋଜେକ୍ଟ ଇମ୍ପ୍ଲିମେଣ୍ଟେସନ୍ ପାର୍ଟନର” ଏବଂ ନିଯୁକ୍ତିଦାତାମାନେ କର୍ମଚାରୀମାନଙ୍କୁ ଉପଯୁକ୍ତ ପାରିଶ୍ରମିକ, ଭଲ ଓ ସୁରକ୍ଷିତ ରହିବା ବ୍ୟବସ୍ଥା ଆଦି ଯୋଗାଇଦେବା ପାଇଁ ବିଶ୍ୱ ଦକ୍ଷତା କେନ୍ଦ୍ର ସହ ସହଯୋଗ କରି ଉଦ୍ୟୋଗୀ ଦକ୍ଷତା ବୃଦ୍ଧି କରିବା ପାଇଁ ପରାମର୍ଶ ଦେଇଥିଲେ। ।

ଓଡ଼ିଶାର ଡିଡିୟୁ-ଜିକେଓ୍ୱାଇର ଯୋଜନାର ସଠିକ କାର୍ଯ୍ୟକାରିତା ଏବଂ ଏ ଦିଗରେ ସଫଳତା ପାଇଁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ଓରମାସକୁ ଅଭିନନ୍ଦନ ଜଣାଇବା ସହ ଦକ୍ଷତା ବିକାଶ ଦିଗରେ ପାରସ୍ପରିକ ତଥା ସୁସଂଗତ ସମୃଦ୍ଧତା ଆଣିବା ପାଇଁ ସମସ୍ତ ନିଯୁକ୍ତିଦାତା, ସେକ୍ଟର ସ୍କିଲ କାଉନସିଲ ଏବଂ ପିଆଇଏ ମାନଙ୍କୁ ସାମୂହିକ ଭାବେ କାର୍ଯ୍ୟ କରିବା ଦିଗରେ ଆଲୋକପାତ କରିଥିଲେ। ସେହିପରି ବିଭାଗର ପ୍ରମୁଖ ଶାସନ ସଚିବ ସୁଶୀଲ କୁମାର ଲୋହାନି, ତାଲିମ ପ୍ରଦାନକାରୀ ସଂସ୍ଥା ଗୁଡ଼ିକୁ ବୃତ୍ତିଗତ ଭାବରେ ତାଲିମ କାର୍ଯ୍ୟକ୍ରମର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ।
କାର୍ଯ୍ୟକ୍ରମରେ ବିଭିନ୍ନ ପର୍ଯ୍ୟାୟରେ ଡିଡିୟୁ-ଜିକେଓ୍ୱାଇରେ ଥିବା ହସ୍ପିଟାଲିଟି, କନଷ୍ଟ୍ରକସନ, ରିଟେଲ, ଇଲେକଟ୍ରୋନିକସ ଆଣ୍ଡ ଇଲେକ୍ରିକାଲ ଏବଂ ସ୍ୱାସ୍ଥ୍ୟସେବା ଆଦି ସେକ୍ଟର ଗୁଡ଼ିକର ଧାରାକୁ ବିଶ୍ଳେଷଣ କରିବା ପାଇଁ ବୈଷୟିକ ଆଲୋଚନା ପର୍ଯ୍ୟାୟ ଅନୁଷ୍ଠିତ ହୋଇଥିଲା | ଏଥିରେ କେନ୍ଦ୍ର ସରକାରଙ୍କ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟର ପ୍ରତିନିଧି, ନାବ୍ କନସ ଏବଂ ନାବାର୍ଡର ବରିଷ୍ଠ ଅଧିକାରୀଙ୍କ ସହିତ ବିଭିନ୍ନ କର୍ପୋରେଟ ସଂସ୍ଥା ବା ନିଯୁକ୍ତିଦାତା ଏବଂ ତାଲିମ ପ୍ରଦାନକାରୀ ସଂସ୍ଥାର ପ୍ରତିନିଧି ଏବଂ ଡିଡିୟୁ-ଜିକେଓ୍ୱାଇ ଆଲୁମନି ଯୋଗଦେଇଥିଲେ।

- Advertisement -

ଏହି ଅବସରରେ ଓଡ଼ିଶାରେ ଓରମାସ ଦ୍ୱାରା ୨୦୧୪ ମସିହାରୁ କାର୍ଯ୍ୟକାରୀ ହେଉଥିବା ଡିଡିୟୁ-ଜିକେଓ୍ୱାଇ କାର୍ଯ୍ୟକ୍ରମର ବିଭିନ୍ନ ପ୍ରକ୍ରିୟା, ସଫଳ କାହାଣୀ ଏବଂ ଓରମାସର ସଫଳତାକୁ ନେଇ ଏକ କଫି ଟେବୁଲ ବହି ଉନ୍ମୋଚନ କରାଯାଇଥିଲା। ଡିଡିୟୁ-ଜିକେଓ୍ୱାଇ ତାଲିମ ନେଇ ବିଭିନ୍ନ ସ୍ଥାନରେ ଚାକିରି କରୁଥିବା କେତେ ଜଣ ଆଲୁମନି ସେମାନଙ୍କ ସଫଳତାର ଅନୁଭୂତି ସମ୍ପର୍କରେ ବର୍ଣ୍ଣନା କରିଥିଲେ । କାର୍ଯ୍ୟକ୍ରମରେ ଡିଡିୟୁ-ଜିକେଓ୍ୱାଇ ଆଲୁମନି, ଉତ୍ତମ ପ୍ରଦର୍ଶନାକାରୀ ନିଯୁକ୍ତି ଦାତା ଏବଂ ତାଲିମ ପ୍ରଦାନକାରୀ ସଂସ୍ଥାକୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କନକ୍ଲେଭରେ ବିଭିନ୍ନ ରାଜ୍ୟରୁ ନିଯୁକ୍ତିଦାତା, ପି.ଆଇ.ଏ, ସେକ୍ଟର ସ୍କିଲ୍ କାଉନସିଲର ପ୍ରତିନିଧି ଏବଂ ଡିଡିୟୁ-ଜିକେଓ୍ୱାଇ ଆଲୁମନି ଅଂଶଗ୍ରହଣ କରିଥିଲେ |

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories