www.samajalive.in
Sunday, December 14, 2025
26.1 C
Bhubaneswar

ଯୁବକଙ୍କ ପେଟରୁ ବାହାରିଲା ୫୬ ବ୍ଲେଡ

ଜୟପୁର : ​ରାଜସ୍ଥାନର ସାନ୍‌ଚେର ଅନ୍ତର୍ଗତ ଦତ୍ତା ଗ୍ରାମର ଜଣେ ୨୫ବର୍ଷୀୟ ଯୁବକଙ୍କ ପେଟରୁ ଡାକ୍ତର ଅ​ପରେସନ କରି ୫୬ଟି ବ୍ଲେଡ ବାହାର କରିଛନ୍ତି। ମିଳିଥିବା ସୂଚନାନୁଯାୟୀ ଯୁବକଜଣକ ରକ୍ତ ବାନ୍ତି କରିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଡାକ୍ତରୀ ପରୀକ୍ଷାରୁ ତାଙ୍କ ପେଟରେ ଏକାଧିକ ବ୍ଲେଡ ଥିବା ଜଣାପଡ଼ିଥିଲା। ଡାକ୍ତର ତୁରନ୍ତ ଅ​ପରେସନ କରି ପେଟରୁ ୫୬ଟି ବ୍ଲେଡ ବାହାର କରିଥିଲେ। ଯୁବକଙ୍କ କହିବା ଅନୁଯାୟୀ ସେ ପ୍ଲାଷ୍ଟିକ ଖୋଳରେ ଥିବା ବ୍ଲେଡକୁ ଗିଳି ଦେଇଥିଲେ। ପ୍ଲାଷ୍ଟିକ ଖୋଳରେ ବ୍ଲେଡ ଥିବାରୁ ତାକୁ ଗିଳିବାରେ କୌଣସି ଅସୁବିଧା ହୋଇନଥିଲା। ତେବେ ପେଟରେ ପ୍ଲାଷ୍ଟିକ ଖୋଳ ମିଳେଇ ଯିବା ପରେ ବ୍ଲେଡର ଧାରୁଆ ଅଂଶ ତାଙ୍କ ଶରୀରକୁ କ୍ଷତି ପହଞ୍ଚାଇଥିଲେ।

Hot this week

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

Related Articles

Popular Categories