www.samajalive.in
Sunday, December 14, 2025
15.1 C
Bhubaneswar

ପଣ୍ଟିଂଙ୍କ କୀର୍ତ୍ତିମାନ ଭାଙ୍ଗିବା ଦ୍ବାରରେ କୋହଲି

ମୁମ୍ବଇ : ଶୁକ୍ରବାରଠାରୁ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ଶୃଙ୍ଖଳା ଖେଳିବାକୁ ଯାଉଛି ଘରୋଇ ଭାରତ। ଏହି ଶୃଙ୍ଖଳାରେ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂଙ୍କ କୀର୍ତ୍ତିମାନ ଦ୍ବାରରେ ପହଞ୍ଚିଛନ୍ତି ଭାରତୀୟ ବ୍ୟାଟିଂ ମହାରଥୀ ବିରାଟ କୋହଲି। ଆଉ ୫୯ ରନ୍‌ କଲେ ଘରୋଇମାଟିରେ ସର୍ବାଧିକ ଦିନିକିଆ ସ୍କୋର୍‌ କରିବାରେ ପଣ୍ଟିଂଙ୍କ କୀର୍ତ୍ତିମାନକୁ କୋହଲି ଅତିକ୍ରମ କରିବେ। ରିକି ପଣ୍ଟିଂ ଘରୋଇମାଟିରେ ୧୫୩ଟି ଦିନିକିଆ ମ୍ୟାଚ୍‌ ଖେଳି ୫୪୦୬ ରନ୍‌ କରିଛନ୍ତି। ଅନ୍ୟପକ୍ଷରେ ବିରାଟ କୋହଲି ଭାରତରେ ୧୦୭ଟି ଦିନିକିଆ ଖେଳି ୫୩୪୮ ରନ୍‌ କରିଛନ୍ତି। ସଚିନ ତେନ୍ଦୁଲକର ଭାରତରେ ୧୬୪ଟି ଦିନିକିଆ ମ୍ୟାଚ୍‌ ଖେଳି ସର୍ବାଧିକ ୬୯୭୬ ରନ୍‌ କରିଛନ୍ତି। ପୁଣି ଏହି ଶୃଙ୍ଖଳାରେ ଆଉ ୧୯୧ ରନ୍‌ କଲେ କୋହଲି ଦିନିକିଆରେ ୫ମ ବ୍ୟାଟ୍‌ସମ୍ୟାନ ଭାବେ ୧୩୦୦୦ ରନ୍ ପୂରଣ କରିବେ। ପୂର୍ବରୁ ସଚିନ, କୁମାର ସାଙ୍ଗାକାରା, ପଣ୍ଟିଂ ଓ ସନତ ଜୟସୂରିୟା ଏହି କୃତିତ୍ବ ହାସଲ କରିଛନ୍ତି। ୪୬ଟି ଦିନିକିଆ ଶତକ ହାସଲ କରିଥିବା କୋହଲି ଏହି ଶୃଙ୍ଖଳାରେ ସଚିନ ତେନ୍ଦୁଲକରଙ୍କ ବିଶ୍ବ କୀର୍ତ୍ତିମାନ ୪୯ଟି ଦିନିକିଆ ଶତକ ସଂଖ୍ୟାର ନିକଟବର୍ତ୍ତୀ ହେବାର ପ୍ରୟାସ କରିବେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories