www.samajalive.in
Sunday, December 14, 2025
26.1 C
Bhubaneswar

ଲାଖ ଶିଳ୍ପ ସାମଗ୍ରୀର ବିବିଧକରଣ ସମ୍ପର୍କିିତ ପ୍ରଶିକ୍ଷଣ ଶିବିର

କେନ୍ଦୁଝରଗଡ଼ : ରାଜ୍ୟ ସରକାରଙ୍କ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଏସସି/ଏସଟି ଆରଟିଆଇ ପକ୍ଷରୁ ଓମ୍ବାଡ଼ିସି ସହାୟତାରେ ହରିଚନ୍ଦନପୁର ବ୍ଲକ ଶଗଡ଼ପଟା ପଞ୍ଚାୟତ ବିଲ୍ଲା ଗ୍ରାମରେ ପଣ୍ଡିତ ରଘୁନାଥ ମୁର୍ମୁ କାରିଗର ଉତ୍ପାଦକ ସଙ୍ଗଠନ ଆନୁକୂଲ୍ୟରେ ଆଦିବାସୀ ମହିଳା କାରିଗରମାନଙ୍କ ପାଇଁ ଲାଖ ଶିଳ୍ପ ସାମଗ୍ରୀର ବିବିଧକରଣ ସମ୍ପର୍କିତ ଏକ ପ୍ରଶିକ୍ଷଣ ଶିବିର  ଆରମ୍ଭ ହୋଇଛି। ଏହା ଆସନ୍ତା ମାର୍ଚ୍ଚ ୨୪ତାରିଖ ପର୍ଯ୍ୟନ୍ତ ୧୦ଦିନବ୍ୟାପୀ ଚାଲିବ। ଏହି ପ୍ରଶିକ୍ଷଣ ଶିବିରରେ ବିଲ୍ଲା ଗ୍ରାମ ସହିତ ଆଖୁପାଳ, ଢ଼ୋଲପିଟା, ମୁଦିନୋଚା, ଭାଲୁପିଟା ଓ ବାଉଁଶ ବାହାଳିପଡ଼ା ଗ୍ରାମରୁ ୫୦ଜଣ ଆଦିବାସୀ କାରିଗର ଅଂଶଗ୍ରହଣ କରିଛନ୍ତି । ଲାଖ ଶିଳ୍ପର ସ୍ୱିକୃତିପ୍ରାପ୍ତ ତାଲିମଦାତା ଦେବାଶିଷ ଜେନା ମୁଖ୍ୟ ପ୍ରଶିକ୍ଷକ ଭାବେ ଏବଂ କୁମୁଦୀନି ହରୋ ଓ ମିନତୀ ସେଠୀ ସହଯୋଗୀ ପ୍ରଶିକ୍ଷିକା ଭାବେ ପ୍ରଶିକ୍ଷଣ ଦେଇ ଆସୁଛନ୍ତି । ତାଲିମ ଶିବିରର ପ୍ରାରମ୍ଭିକ ଅଧିବେଶନରେ ଏସସି/ଏସଟି ଆରଟିଆଇ (ଅନୁସୂଚିତ ଜାତି ଓ ଜନଜାତି ସମ୍ବଳ ତାଲିମ ପ୍ରତିଷ୍ଠାନ)ର ଜିଲା ସଂଯୋଜକ ଶିରିଷ ଚନ୍ଦ୍ର ସାମନ୍ତ ସ୍ୱାଗତ କରିବା ସହିତ ଅତିଥି ପରିଚୟ ପ୍ରଦାନ ଅବସରରେ ତାଲିମ ଶିବିରର ଉଦ୍ଦେଶ୍ୟ ସମ୍ପର୍କରେ ବିବରଣୀ ପ୍ରଦାନ କରିଥିଲେ । ଏସସି/ଏସଟି ଆରଟିଆଇ, ଭୁବନେଶ୍ୱର କାର୍ଯ୍ୟକ୍ରମ ଅଧିକାରୀ ଦେବାଶିଷ ପ୍ରଧାନ ଲାଖ ଶିଳ୍ପ ସାମଗ୍ରୀର ବିକ୍ରୟ ଉପରେ ବିଭିନ୍ନ ସଂସ୍ଥା ସହିତ କିପରି ଯୋଡ଼ି ହୋଇପାରିବେ ଓ ପ୍ରଦର୍ଶନୀରେ ଅଂଶଗ୍ରହଣ କରିପାରିବେ ସେଥିପାଇଁ ସହଯୋଗ ପ୍ରଦାନ କରିବେ ବୋଲି ପ୍ରକାଶ କରିଥିଲେ । ଅଧିବେଶନରେ ଶଗଡ଼ପଟା ସରପଞ୍ଚ କୁମ୍ଭକର୍ଣ୍ଣ ଦଣ୍ଡପାଟ ଯୋଗଦେଇ କାରିଗର ମାନଙ୍କୁ ଉତ୍ସାହିତ କରିବା ସହିତ କାରିଗରମାନେ ୧୦ଦିନ ଧରି ପ୍ରଶିକ୍ଷଣ ଗ୍ରହଣ କରି ଉନ୍ନତମାନର ସମାଗ୍ରୀ କିଭଳି ପ୍ରସ୍ତୁତ କରି ଲାଭବାନ ହୋଇପାରିବେ ସେ ନେଇ ଆଶାବ୍ୟକ୍ତ କରିଥିଲେ । ଏଥିସହିତ ଲାଖ ଶିଳ୍ପ ସାମଗ୍ରୀ ଦ୍ୱାରା ଗ୍ରାମ ଓ ପଞ୍ଚାୟତର ନାମ କିପରି ରାଜ୍ୟ ଓ ଦେଶରେ ପରିଚିତ ହୋଇପାରିବ ସେଥିପାଇଁ ନିଷ୍ଠାର ସହ କାର୍ଯ୍ୟ କରିବାକୁ ସରପଞ୍ଚ ଶ୍ରୀ ଦଣ୍ଡପାଟ ଆହ୍ୱାନ ଦେଇଥିଲେ।

- Advertisement -

ଭଗାମୁଣ୍ଡା ସରପଞ୍ଚ ଫୁଲମଣୀ ନାୟକ ଓ ୩୩ନଂ ଜିଲାପରିଷଦ ସଦସ୍ୟା ମାଇନୋ ସୋରେନ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଜନଜାତିମାନଙ୍କ ପାଇଁ ସରକାରଙ୍କ ଦ୍ୱାରା ବିଭିନ୍ନ କାର୍ଯ୍ୟକ୍ରମ ପ୍ରବର୍ତ୍ତନ ହୋଇ ଆସୁଥିବା ବେଳେ ସଠିକ୍‌ ତାଲିମ ଗ୍ରହଣ କରି ଏହି ସମସ୍ତ ଯୋଜନାର ସୁଫଳ ଉଠାଇବାକୁ ପରାମର୍ଶ ଦେଇଥିଲେ । ଏଥିସହ ତାଲିମ ମାଧ୍ୟରେ ଲାଖ ଶିଳ୍ପ ସାମଗ୍ରୀ ପ୍ରସ୍ତୁତ କରି ଜୀବନ ଜୀବିକାରେ ଉନ୍ନତି ଆଣିବାରେ ଏହା ବିଶେଷ ସହାୟକ ହେବ ବୋଲି ମଧ୍ୟ କହିଥିଲେ । ହରିଚନ୍ଦନପୁର ଅଞ୍ଚଳରେ ଲାଖ ଚାଷ ବହୁପୂର୍ବରୁ ବନ୍ଦ ହୋଇ ଯାଇଥିବାରୁ ଲାଖ ଶିଳ୍ପ ସାମଗ୍ରୀର ପ୍ରଶିକ୍ଷଣ ଦ୍ୱାରା ପୁଣିଥରେ ଲାଖଚାଷର ପୁନରୁଦ୍ଧାର ହୋଇପାରିବ । ଏଣୁ ଲାଖ ଚାଷ ପାଇଁ ସମସ୍ତେ ଆଗେଇ ଆସିବାକୁ ଆହ୍ୱାନ ଜଣାଇଥିଲେ । ଲାଖ ଚାଷ ଦ୍ୱାରା ଆମ୍ଭମାନଙ୍କର କଞ୍ଚାମାଲର ଅଭାବ ଦୂର ହୋଇ ପାରିବ ବୋଲି କହିଥିଲେ । ପଣ୍ଡିତ ରଘୁନାଥ ମୁର୍ମୁ କାରିଗର ଉତ୍ପାଦକ ସଙ୍ଗଠନର ସଭାପତି, ହେମାଲି ମାଝୀ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ସମ୍ପାଦିକା ସମୁତ୍ରା ଦେହୁରୀ ଓ କୋଷାଧ୍ୟକ୍ଷା ରଙ୍ଗଲତା ଦେହୁରୀ ପ୍ରମୁଖ ପ୍ରଶିକ୍ଷଣ ଶିବିର ପରିଚାଳନାରେ ସହଯୋଗ କରି ଆସୁଛନ୍ତି ।

Hot this week

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

Related Articles

Popular Categories