www.samajalive.in
Saturday, December 13, 2025
23.1 C
Bhubaneswar

ବିର୍ଲ୍ଲା ଗ୍ଲୋବାଲ ୟୁନିଭର୍ସିଟି ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ

ଭୁବନେଶ୍ୱର: ବିର୍ଲ୍ଲା ଗ୍ଳୋବାଲ ୟୁନିଭର୍ସିଟି, ଭୁବନେଶ୍ୱର ପକ୍ଷରୁ ସପ୍ତାହ ବ୍ୟାପୀ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । ଓଡିଶାରୁ ନିଜ କାର୍ଯ୍ୟ କ୍ଷେତ୍ରରେ ସଫଳତାର ଶୀର୍ଷରେ ପହଞ୍ଚିଥିବା ମହିଳାମାନଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ ବିର୍ଲ୍ଲା ସ୍କୁଲ ଅଫ୍‌ କମ୍ୟୁନିକେଶନ ଦ୍ୱାରା ଆନ୍ତର୍ଜାତୀୟ ମହିଳା ଦିବସ “ଅଭ୍ୟାନା”ର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମର ଉଦ୍‌ଘାଟନୀ ଉତ୍ସବରେ ଓଟିଭିର ବିଜିିନେସ୍‌ ଡେଭେଲପମେଣ୍ଟ ଅଫିସର ଲିତିସା ମଙ୍ଗତ୍‌ ପଣ୍ଡା, ଚଳଚ୍ଚିତ୍ର ନିର୍ମାତା ତଥା ନିର୍ଦ୍ଦେଶିକା ଅନନ୍ୟା ପଟ୍ଟନାୟକ, ତୁସି ମୋଟର୍ସ ପ୍ରା ଲିଃର ପ୍ରିତି ପଲ୍ଲବୀ ପଟ୍ଟନାୟକ ଏବଂ ନେକ୍ସସ ପାୱାରର ଫାଉଣ୍ଡର ଓ ସିଆଇଓ ନିକିତା ବଳିୟାରସିଂ ଅତିଥି ଭାବେ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଲୁମିନସ୍‌ ଇନ୍‌ଫୋ ୱେଜ୍‌ର କୋ-ଫାଉଣ୍ଡର ତଥା ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ରୋଟାରିଆନ୍‌ ଜୟଶ୍ରୀ ମହାନ୍ତି ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଏଥିରେ ଯୋଗ ଦେଇଥିଲେ । ଶ୍ରୀମତୀ ମହାନ୍ତି ତାଙ୍କ ଅଭିଭାଷଣରେ କହିଥିଲେ ଯେ, ବର୍ତ୍ତମାନ ସମୟରେ ମହିଳାମାନେ ଷ୍ଟାର୍ଟ ଅପ୍‌ ଉପରେ ଅଧିକ ଧ୍ୟାନ ଦେବା ଉଚିତ୍‌ କାରଣ ସମଗ୍ର ଦେଶ ଓ ରାଜ୍ୟ ଏଥିପାଇଁ ମହିଳାମାନଙ୍କୁ ପ୍ରୋତ୍ସାହିତ କରୁଛି । ମହିଳାମାନଙ୍କୁ ଉପଯୁକ୍ତ ସହାୟତା ବ୍ୟବସ୍ଥା ଯୋଗାଇଦେବା ଉଚିତ୍‌ ଯାହାଦ୍ୱାରା କାର୍ଯ୍ୟସ୍ଥଳୀରେ ସେମାନଙ୍କ ଯୋଗଦାନ ବୃଦ୍ଧି ପାଇବ ବୋଲି ସେ କହିଥିଲେ । ବିର୍ଲ୍ଲା ଗ୍ଲୋବାଲ ୟୁନିଭର୍ସିଟିର କୁଳପତି ପ୍ରଫେସର ପି.ପି ମାଥୁର ନିଜ ସମ୍ବୋଧନରେ କହିଥିଲେ ଯେ, ପୂର୍ବରୁ କେବଳ ଅଳ୍ପ ସଂଖ୍ୟକ ମହିଳା ବିଭିନ୍ନ ପାଠ୍ୟକ୍ରମରେ କ୍ୟାରିୟର କରୁଥିଲେ ମାତ୍ର ବର୍ତ୍ତମାନ ଅନେକ ମହିଳା ଏ ସବୁ କ୍ଷେତ୍ରରେ କ୍ୟାରିୟର କରିବା ପାଇଁ ଆଗେଇ ଆସୁଛନ୍ତି ।

- Advertisement -

ବିର୍ଲ୍ଲା ଗ୍ଲୋବାଲ ୟୁନିଭର୍ସିଟିର ରେଜିଷ୍ଟ୍ରାର ପ୍ରଫେସର ବି.କେ ଦାସ ମହିଳାମାନେ ବିଭିନ୍ନ କ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦନ କରିପାରୁଛନ୍ତି କାରଣ ବିଭିନ୍ନ ସଂସ୍ଥାର ନିଯୁକ୍ତି ଦାତା ଲିଙ୍ଗଗତ ସମାନତାକୁ ପ୍ରଧାନ୍ୟ ଦେଉଛନ୍ତି ବୋଲି ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ । ଆସୋସିଏଟ୍‌ ପ୍ରଫେସର ଡଃ ଅର୍ଚ୍ଚନା ଚୈାଧୁରୀ ସ୍ୱାଗତ ଭାଷଣ ଦେଇଥିବା ସହ ଫାକଲ୍ଟି ଆଶ୍‌ନା ସିଦ୍ଦିକ୍‌ ଧନ୍ୟବାଦ ଅର୍ପଣ କରଥିଲେ । ଏହି ଅବସରରେ ସମସ୍ତ ବିଭାଗର ଡିନ୍‌, ଫାକଲ୍ଟି ସଦସ୍ୟ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ ।

Hot this week

ଚାଲାଣ ଛାଡ଼ ପାଇବାର ଶେଷ ସୁଯୋଗ, ଆଜି ବର୍ଷର ଶେଷ ଲୋକ ଅଦାଲତ

ସମାଜ ଡିଜିଟାଲ ଡେସ୍କ: ୨୦୨୫ ବର୍ଷର ଶେଷ ଲୋକ ଅଦାଲତ ଆଜି...

ଟଙ୍କାର ମୂଲ୍ୟହ୍ରାସ ଓ ଦେଶର ଅର୍ଥନୀତି

ବିଶ୍ବର ଅର୍ଥନୈତିକ ଶକ୍ତିଶାଳୀ ରାଷ୍ଟ୍ର ତାଲିକାରେ ଭାରତ ଚତୁର୍ଥ ସ୍ଥାନରେ ରହିଥିବାବେଳେ...

ସୂର୍ଯ୍ୟ ମନ୍ଦିରରୁ ବାଲିକଢ଼ା

ଐତିହ୍ୟ ଓ ପର୍ଯ୍ୟଟନସ୍ଥଳୀ କୋଣାର୍କର ସୂର୍ଯ୍ୟ ମନ୍ଦିର କଳା, ସଂସ୍କୃତି ଓ...

ଚୀନ୍‌ ଉପରେ ଲଗାମ ଲାଗିବ: ଗ୍ରେଟ୍‌ ନିକୋବର ଦ୍ୱୀପରେ ଦ୍ୱିତୀୟ ବିମାନବନ୍ଦର ନିର୍ମାଣ ଆରମ୍ଭ

ନୂଆଦିଲ୍ଲୀ: ଚୀନ୍‌ର ବଢ଼ୁଥିବା ମହତ୍ତ୍ୱାକାଂକ୍ଷାର ଜବାବରେ, ଭାରତ ମଲାକ୍କା ପ୍ରଣାଳୀରେ ଏକ...

ଭୟାବହ ଅଗ୍ନିକାଣ୍ଡ : ଜଳିଗଲା ୬ ଦାମୀ ଗାଡ଼ି ସହ ୪ ଦୋକାନ ଏବଂ ଗୋଟିଏ ଘର

ବାଲିପାଟଣା/ ବାଲିଅନ୍ତା: ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ବଜାରରେ ଭୟାଵହ ଅଗ୍ନିକାଣ୍ଡ ଘଟିଛି।...

Related Articles

Popular Categories