www.samajalive.in
Sunday, December 14, 2025
26.1 C
Bhubaneswar

ମାଟ୍ରିକ ପରୀକ୍ଷା ଦେଇ ଫେରୁଥିବା ବେଳେ ଛାତ୍ରୀଙ୍କୁ ଅପହରଣ ଉଦ୍ୟମ- ଦୁର୍ବୃତ୍ତଙ୍କ ବ୍ଲେଡ୍‌ ଆକ୍ରମଣରେ ଆହତ

ଭୁବନେଶ୍ୱର (ସମାଜ ଡିଜିଟାଲ୍‌ ଡେସ୍କ) – ମାଟ୍ରିକ ପରୀକ୍ଷା ଦେଇ ଫେରୁଥିବା ବେଳେ ଜଣେ ଛାତ୍ରୀଙ୍କୁ ଅପହରଣ ଉଦ୍ୟମ ହୋଇଛି । ଦୁର୍ବୃତ୍ତଙ୍କ ଆକ୍ରମଣରେ ଏହି ଛାତ୍ରୀ ଜଣଙ୍କ ଆହତ ହୋଇଛନ୍ତି । କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ବାଳିକା ଉଚ୍ଚ ବିଦ୍ୟାଳୟର ସୁମନି ନାମକ ଛାତ୍ରୀ ମନ୍ନଥନାଥ ଉଚ୍ଚ ବିଦ୍ୟାଳୟରୁ ପରୀକ୍ଷା ଦେଇ ଫେରୁଥିବା ବେଳେ ତାଙ୍କୁ ଅପହରଣ ଉଦ୍ୟମ ହୋଇଥିଲା । ଛାତ୍ରୀମାନେ ଦୁର୍ବୃତ୍ତଙ୍କ କବଳରୁ ଖସି ଆସୁଥିବା ବେଳେ ଜଣେ ତାଙ୍କୁ ବ୍ଲେଡରେ ଆକ୍ରମଣ କରିଥିଲେ ।

ପରୀକ୍ଷା ଦେଇ ଫେରୁଥିବା ବେଳେ ଦୁର୍ବୃତ୍ତମାନେ ଏକ କାରରେ ତାଙ୍କୁ ଅପହରଣ କରିବା ପାଇଁ ଚେଷ୍ଟା କରିଥିଲେ । ଛାତ୍ରୀଙ୍କୁ ଗାଡିରେ ନେଇଯାଉଥିବା ବେଳେ ସେ କାର୍‌ କାଚ ଭାଙ୍ଗି ଖସିଯାଇଛନ୍ତି । ପରେ ସେ ବେହୋସ ହୋଇଯାଇଥିଲେ, ତାଙ୍କ ବେକ ଓ ହାତକୁ ବ୍ଲେଡ୍‌ରେ କାଟି ଦେଇଥିବା ସୂଚନା ମିଳିଛି । ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ପୁଲିସ ଏ ବିଷୟରେ କବର ପାଇ ତଦନ୍ତ ଆରମ୍ଭ କରିଛି ।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories