www.samajalive.in
Sunday, December 14, 2025
26.1 C
Bhubaneswar

ମାଟ୍ରିକ ପରୀକ୍ଷାର୍ଥୀଙ୍କ ମୃତ୍ୟୁ – ପରୀକ୍ଷାକେନ୍ଦ୍ରରେ ହୋଇଯାଇଥିଲେ ଅଚେତ

କୋରାପୁଟ/ ଭୁବନେଶ୍ୱର (ସମାଜ ଡିଜିଟାଲ ଡେସ୍କ) – ମାଟ୍ରିକ ହଲ୍‌ରେ ଅଚେତ ହୋଇଯାଇଥିବା ଜଣେ ପରୀକ୍ଷାର୍ଥୀଙ୍କର ମୃତ୍ୟୁ ହୋଇଯାଇଛି । ବାତ ରୋଗ କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା ପ୍ରାଥମିକ ସୂଚନା ମିଳିଛି । କୋରାପୁଟ ଜିଲ୍ଲା ଦାମନଯୋଡି ସରସ୍ୱତୀ ବିଦ୍ୟାମନ୍ଦିର ପରୀକ୍ଷା କେନ୍ଦ୍ରରେ ଏହି ଘଟଣା ଘଟିଛି । ମୃତ ଛାତ୍ରଙ୍କ ନାମ କୁନା ପୂଜାରୀ ।

ସେ ଗୁରୁବାରରେ ସାଧାରଣ ବିଜ୍ଞାନ ପରୀକ୍ଷା ଦେବା ପାଇଁ ଆସିଥିବା ବେଳେ ପରୀକ୍ଷା କେନ୍ଦ୍ରରେ ଅଚେତ ହୋଇପଡିଥିଲା । ତାଙ୍କୁ ତାଙ୍କ ବାପା ପରୀକ୍ଷା କେନ୍ଦ୍ରରେ ଛାଡି ଯାଇଥିଲେ । ପରୀକ୍ଷା ଦେଉଥିବା ବେଳେ ମଝିରେ ତାଙ୍କର ଚେତା ବୁଡିଯାଇଥିଲା । ବିଦ୍ୟାଳୟ କର୍ତ୍ତୃପକ୍ଷ ତାଙ୍କର ପ୍ରାଥମିକ ଚିକିତ୍ସା କରିଥିଲେ । ମାତ୍ର ହୋସ୍‌ ଫେରି ନଥିଲା । ତାଙ୍କୁ ତୁରନ୍ତ ଦାମନଯୋଡି ସ୍ଥିତ ନାଲକୋ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।

- Advertisement -

ପୂର୍ବରୁ ବାତ ରୋଗ ଯୋଗୁଁ କୁନା ଅନେକ ଥର ଅଚେତ ହେଉଥିବା ତାଙ୍କ ବାପା ରାମ ପୂଜାରୀ କହିଛନ୍ତି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ସହିଦ ଲକ୍ଷ୍ମଣନାୟକ ଡାକ୍ତରଖାନାକୁ ପଠାଇଛନ୍ତି । ଏହ ପରେ ସେଠାରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories