www.samajalive.in
Saturday, December 6, 2025
26.1 C
Bhubaneswar

 ବିଷପିଇ ଭାଗଚାଷୀଙ୍କ ଆତ୍ମହତ୍ୟା

ଢେଙ୍କାନାଳ ସଦର: ଢେଙ୍କାନାଳ ସଦର ଥାନା ଗୋବିନ୍ଦପୁର ଫାଣ୍ଡି ଅନ୍ତର୍ଗତ ତାଳବରକୋଟ ଗାଁରେ ବିଷପାନ କରି ଜଣେ ଭାଗଚାଷୀ ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟା କରିଥିବା ଭାଗଚାଷୀଙ୍କ ନାମ କୈଳାସ ନାହାକ (୫୫)। ସେ ଫସଲହାନି ଓ ଋଣଭାର ଯୋଗୁଁ ମାନସିକ ଚାପଗ୍ରସ୍ତ ହୋଇ ବିଷପାନ କରିଥିବା ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି। ଗୁରୁତର ଅବସ୍ଥାରେ ପ୍ରଥମେ ତାଙ୍କୁ ଆଠଗଡ ଡାକ୍ତରଖାନା ଓ ପରେ କଟକ ବଡଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ମଙ୍ଗଳବାର ତାଙ୍କର ମୃତ୍ୟୁ ଘଟିଛି। ମୃତ ଭାଗଚାଷୀଙ୍କ ଶେଷଇଚ୍ଛା ଅନୁଯାୟୀ ତାଙ୍କର ଆଖି ଦୁଇଟିକୁ କଟକ ବଡଡାକ୍ତରଖାନାକୁ ପରିବାର ଲୋକେ ଦାନ କରିଛନ୍ତି।
ପ୍ରକାଶ ଯେ ତାଳବରକୋଟ ଗାଁର କୈଳାସ ନାହାକ ଗାଁର ୩/୪ ଜଣଙ୍କ ଚାଷଜମିରେ ଧାନଚାଷ କରିଥିଲେ। ଏଥିପାଇଁ ସେ ପ୍ରାୟ ୨ ଲକ୍ଷ ଟଙ୍କା ହାତଉଧାର ଓ କରଜ କରିଥିଲେ। ଗତ ତିତ୍‍ଲି ବାତ୍ୟାରେ ତିନିଦିନ ଲଗାଣ ବର୍ଷା ଯୋଗୁଁ ଧାନଫସଲ ମାଟିରେ ଲୋଟିଯାଇ ପାଣିରେ ବୁଡିଯାଇଥିଲା। ଫସଲହାନି ଯୋଗୁଁ ସେ ସ୍ଥାନୀୟ ସରପଞ୍ଚଙ୍କ ଠାରୁ ଆରମ୍ଭକରି କୃଷି ବିଭାଗ ଅଧିକାରୀଙ୍କୁ ଜଣାଇଥିଲେ। ଅବଶିଷ୍ଟ ଚାଷଜମିରେ ସାର ପକାଇବା ପାଇଁ ତାଙ୍କ ପାଖରେ ପଇସା ନଥିଲା। ଏଥିପାଇଁ ସେ ଧାର କରିବା ପାଇଁ ଯେଉଁମାନଙ୍କ ପାଖକୁ ଯାଇଥିଲେ ସେମାନେ ଟଙ୍କା ଦେବା ପାଇଁ ମନା କରିଦେଇଥିଲେ। ଗତବର୍ଷ ମରୁଡି ଯୋଗୁଁ ସେ କୌଣସି ସରକାରୀ ସହାୟତା ପାଇ ପାରିନଥିଲେ। ଚଳିତବର୍ଷର ଫସଲହାନି ଓ ଋଣଭାର ଯୋଗୁଁ ଚିନ୍ତିତ ହୋଇପଡିଥିବା କୈଳାସ ନିଜ ଖଳାରେ ବିଷପାନ କରିଥିଲେ। ଗ୍ରାମର ସାମସେର୍‍ ଅଲ୍ଲୀ ଖାଁ କୁହନ୍ତି, କୈଳାସ ଜଣେ ଭାଗଚାଷୀ ଭାବରେ ଧାନଚାଷ କରିଥିଲେ। ଗତବର୍ଷର ମରୁଡି ଏବଂ ଏବର୍ଷର ତିତ୍‍ଲି ବାତ୍ୟାରେ କ୍ଷତି ଯୋଗୁଁ ସେ ଚିନ୍ତିତ ଥିଲେ। ବିଲରେ ସାର ପକାଇବା ପାଇଁ ଅର୍ଥ ସଙ୍କଟ ଦେଇ ଗତି କରୁଥିଲେ। ଏହି କାରଣ ଯୋଗୁଁ ସେ ବିଷପିଇ ଆତ୍ମହତ୍ୟା କରିଛନ୍ତି। ତାଳବରକୋଟ ସେବା ସମବାୟ ସମିତିର ସଭାପତି ନିହାର ରଞ୍ଜନ ଦାସ କୁହନ୍ତି, କୈଳାସ ଋଣ କରିବା ପାଇଁ ୩ ଦିନ ତଳେ ସମିତିକୁ ଆସିଥିଲେ; ମାତ୍ର ସେ ଭାଗଚାଷୀ ହୋଇଥିବାରୁ ଏବଂ ତାଙ୍କ ନିଜ ନାମରେ ଜମି ନ ଥିବାରୁ ଋଣ ଦେବା ସମ୍ଭବ ହେଲାନାହିଁ। ତାଙ୍କୁ ଅନ୍ୟ କେଉଁ ଯୋଜନାରେ ସାହାଯ୍ୟ କରିବା ପାଇଁ କୁହାଯାଇଥିଲା। ସେ ଅନେକ ଟଙ୍କା ହାତ ଉଧାର କରିଥିଲେ। ସେଥିପାଇଁ ଚିନ୍ତାଗ୍ରସ୍ତ ଥିଲେ। ତିତ୍‍ଲି ବାତ୍ୟାରେ ତାଙ୍କର କ୍ଷତି ନେଇ ଏବଂ ଉଧାର ଟଙ୍କା ସୁଝିବାରେ ଚାପରେ ଥିବାରୁ ବିଷପାନ କରିଦେଇଥିବା ଗଣମାଧ୍ୟମ ପ୍ରତିନିଧିଙ୍କୁ ଶ୍ରୀ ଦାସ କହିଛନ୍ତି।

Hot this week

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

Related Articles

Popular Categories