www.samajalive.in
Saturday, December 6, 2025
26.1 C
Bhubaneswar

ଲୋକଙ୍କୁ ସବୁଦିନ ବୋକା ବନାଇ ହେବ ନାହିଁ:ଧର୍ମେନ୍ଦ୍ର

ଭୁବନେଶ୍ୱର:ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଗତ ଦୁଇମାସରେ ୧ କୋଟିରୁ ଊର୍ଦ୍ଧ୍ବ ଲୋକଙ୍କୁ ମାଗାଣା ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଇଛି ବୋଲି ରାଜ୍ୟ ସରକାର ଯେଉଁ ଡିଣ୍ଡିମ ପିଟୁଛନ୍ତି ତାହା ବେକଳ ମିଛୁଆ ରାଧୁଆ ଉପାଖ୍ୟାନ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦ୍ୱିତୀୟଥର ପାଇଁ ସାମାଜିକ ଗଣମାଧ୍ୟମରେ ଭିଡ଼ିଓ ଜାରି କରି କହିଛନ୍ତି।
ସେ କହିଛନ୍ତି ଯେ ଲୋକଙ୍କୁ ସବୁଦିନ ପାଇଁ ବୋକା ବନାଇ ହେବନାହିଁ। ରାଜ୍ୟ ସରକାର ୧କୋଟି ୧୦ ଲକ୍ଷ ଲୋକଙ୍କୁ ମାଗଣା ସ୍ୱାସ୍ଥ୍ୟସେବା ଯୋଗାଇବା ମିଛ ନାଟକର ପର୍ଦାଫାସ ହୋଇଛି। ୧୭-୧୮ଅର୍ଥନୈତିକ ସର୍ଭେ ରିପୋର୍ଟରେ ବର୍ଷସାରା ରାଜ୍ୟର ସରକାରୀ ଡାକ୍ତରଖାନାରେ ଚିକିତ୍ସା ପାଇଁ ୧ କୋଟି ଲୋକ ଆସି ନଥିବା ବେଳେ ୨ ମାସରେ ୧ କୋଟି ୧୦ ଲକ୍ଷ ଲୋକ କେଉଁଠୁ ଆସିଲେ ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି। ଯଦି ଜ୍ୱର, କାଶ ଭଳି ସାମାନ୍ୟ ରୋଗକୁ ନେଇ ହିସାବ ଦେବେ ତାହା ହେଲେ କ’ଣ କହିବା। ଏହି ମୌଳିକ ସେବାକୁ ରି-ପ୍ୟାକେଜିଂ କରି ଯଦି ସ୍ୱାସ୍ଥ୍ୟସେବା କଥା କହିବେ ତା’ହେଲେ ମୁଖ୍ୟମନ୍ତ୍ରୀ ଓଡିଶାର ଲୋକଙ୍କୁ ଠକୁଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ମୋଦୀଙ୍କ ଉପରେ ରାଗରଖି ଓଡିଆ ଲୋକଙ୍କୁ ଏହି ମୌଳିକ ସୁବିଧାରୁ ବଞ୍ଚିତ କରନ୍ତୁ ନାହିଁ। ଓଡିଆ ଲୋକମାନଙ୍କୁ ସ୍ୱାସ୍ଥ୍ୟସେବାରୁ ବଞ୍ଚିତ କରିବାପାଇଁ ମୁଖ୍ୟମନ୍ତ୍ରୀଙ୍କ ମନରେ ଭୟଙ୍କର ଜିଦ୍‍ ଆସିଛି ବୋଲି ସେ ଦର୍ଶାଇଛନ୍ତି। ଶ୍ରୀ ପ୍ରଧାନ ରାଜ୍ୟର କେତେକ ସରକାରୀ ମେଡିକାଲର ଭିତ୍ତିଭୂମି ସମ୍ପର୍କରେ ତଥ୍ୟ ରଖି କହିଛନ୍ତି ଯେ ଓଡିଶାରେ ୨ଟି ଶଯ୍ୟାରେ ୩ ଜଣ ରୋଗୀ ରହଥିବାବେଳେ ୮୧୯୩ ଉପକେନ୍ଦ୍ରର ଆବଶ୍ୟକତା ସ୍ଥଳେ ୬୬୮୮ଟି ଅଛି। ଜିଲା ମୁଖ୍ୟ ଚିକିତ୍ସାଳୟ ମଧ୍ୟରୁ ୧୮ଟିରେ ଆୟୁସିୟୁ ବ୍ୟବସ୍ଥା ନାହିଁ। ୧୧୨ଟି ସ୍ୱାସ୍ଥ୍ୟକେନ୍ଦ୍ରରେ ବିଜୁଳି ସଂଯୋଗ ନାହିଁ। ଓଡିଶାରେ ପ୍ରଥମ ମାସରେ ନବଜାତକ ମୃତ୍ୟୁରେ ଓଡିଶା ଦେଶରେ ୧ ନମ୍ବର ରାଜ୍ୟ। ଅନ୍ୟପକ୍ଷରେ ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ ଆୟୁଷ୍ମାନ ଯୋଜନା ଲାଗୁକଲେ ମୋଦୀଙ୍କ ବିଶ୍ୱସନୀୟତା ଅଧିକ ବଢିବ ବୋଲି ରାଜ୍ୟର ଶାସକ ଦଳର ମନରେ ଭୟ ଅଛି। ବିଜୁ ସ୍ୱାସ୍ଥ୍ୟ ଯୋଜନାରେ ୪ ହଜାର ୩୬ ଚିକିତ୍ସା ଦିଆଯାଉଛି ଏବଂ ଆୟୁଷ୍ମାନରେ ୧୩୪୩ ପ୍ରକାର ସୁବିଧା ରହିଛି ବୋଲି ସରକାର ଯେଉଁ କହୁଛନ୍ତି ତାହାକୁ କ’ଣ ପାଇଁ ୱେବ୍‍ସାଇଟରେ ଦର୍ଶାଉନାହାନ୍ତି ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି। ସେହିପରି ଓଡିଶାର ୩୦ ଭାଗ ଲୋକ ବାହାରକୁ କାମ ଅନ୍ୱେଷଣରେ ଯାଉଛନ୍ତି। ୧୭ଟି ହସପିଟାଲ ସହ ରାଜ୍ୟ ସରକାର ଅନୁବନ୍ଧିତ କରିଥିବା ବେଳେ ଜମ୍ମୁକାଶ୍ମୀର, କଲକାତା ଓ ସୁରତରେ ଥିବା ଲୋକ କିପରି ସ୍ୱାସ୍ଥ୍ୟସେବା ପାଇବେ ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି। ସେହିପରି ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି ମଧ୍ୟ ସ୍ୱାସ୍ଥ୍ୟସେବା ରିପୋର୍ଟକୁ ନେଇ ସରକାରଙ୍କୁ ପ୍ରଶ୍ନ କରିଛନ୍ତି।

Hot this week

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

Related Articles

Popular Categories