ହରଭଙ୍ଗା-ହରଭଙ୍ଗା ବ୍ଲକ ଖୋର୍ଦ୍ଧା-ବଲାଙ୍ଗୀର ୫୭ନମ୍ବର ଜାତୀୟ ରାଜପଥର ଯୋଗୀପଥର ଜଙ୍ଗଲ ମଧ୍ୟରେ ଏକ ଅଜଣା ମୃତଦେହ ପଡିଥିବା ଦେଖିବାକୁ ମିଳିଛି ।ଲାଲ ଶାଢୀ ଗୋଡେଇ ହୋଇ ମୃତଦେହଟି ପଡିଥିବାବେଳେ ଗୋଡ ରୁ ଜଂଘ ପର୍ଯ୍ୟନ୍ତ ପୋଡାଦାଗ ରହିଥିବାବେଳେ ପାରିପାଶ୍ୱର୍ୀକସ୍ଥିତିରୁ ଏହା ଜଣେ ମହିଳା ହୋଇଥିବା ଅନୁମାନ କରାହେଉଛି ।
ଅନ୍ୟପଟେ ମୃତଦେହଟି ଅନ୍ୟ କୌଣସି ସ୍ଥାନରୁ ଅଣାଯାଇ ଏଠାରେ ଫୋପାଡିଦେଇଥିବା ସନ୍ଦେହ ମଧ୍ୟ କରାଯାଉଛି ।ପୁରୁଣାକଟକ ପୁଲିସ ଖବରପାଇ ଘଟଣାସ୍ଥଳରେ ପଂହଚି ଏହା ଉପରେ ଛାନଭିନ ଆରମ୍ଭ କରିଛି ।



