www.samajalive.in
Saturday, December 13, 2025
18.1 C
Bhubaneswar

ଗାଁ ବିକାଶରେ ବାଧା, ଥାନା ଘେରିଲେ ଗ୍ରାମବାସୀ

ଟିଟିଲାଗଡ଼: ଟିଟିଲାଗଡ଼ ଥାନା ଅନ୍ତର୍ଗତ ବାନ୍ଧୁପଲା ପଞ୍ଚାୟତ ବୁର୍ଡିପଡ଼ା ଗ୍ରାମର ଜଣେ ପରିବାର ଗାଁର ବିକାଶ କାମରେ ବାଧା ଦେଉଛନ୍ତି। ଏନେଇ ପୁଲିସକୁ ଜଣାଇଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନଥିବା ଅଭିଯୋଗରେ ଗ୍ରାମବାସୀ ବୁଧବାର ଥାନା ଘେରିଛନ୍ତି।

ଅଭିଯୋଗରୁ ପ୍ରକାଶ ଯେ, ଗ୍ରାମରେ ବହୁ ବର୍ଷ ପୂର୍ବରୁ ଏକ କ୍ଲବ ରହିଥିଲା। ତେବେ ଉକ୍ତ କ୍ଲବର ଜମିକୁ ଜନୈକ ବ୍ୟକ୍ତି ଆବୋରି ନେଇ ଦୋକାନ ଗୃହ ନିର୍ମାଣ କରିଥିଲେ। ଏନେଇ ଗ୍ରାମବାସୀଙ୍କ ଦୀର୍ଘ ତିନି ବର୍ଷର ସଂଗ୍ରାମ ପରେ ଟିଟିଲାଗଡ଼ ତହସିଲଦାର ବୁଲଡୋଜର ନେଇ ବେଆଇନ ଭାବରେ ନିର୍ମିତ ଉକ୍ତ ଦୋକାନ ଗୃହକୁ ଭାଙ୍ଗି ଦେଇଥିଲେ। ରାଜ୍ୟ ଜଳସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ନିଜ ସ୍ଥାନୀୟ ଅଞ୍ଚଳ ଉନ୍ନୟନ ପାଣ୍ଠିରୁ ଅର୍ଥ ମଞ୍ଜୁର ପରେ ଗ୍ରାମବାସୀ ଉକ୍ତ ଜମିରେ କମ୍ୟୁନିଟି ସେଣ୍ଟର ତିଆରି ପାଇଁ ନିହ ଖୋଳା ଆରମ୍ଭ କଲେ। ତେବେ ଉକ୍ତ ଜମି ପୂର୍ବରୁ ଆବୋରି ଥିବା ପରିବାର ବାରମ୍ବାର ଆସି ହତ୍ୟା ଧମକ ଦେଉଛନ୍ତି। ଏନେଇ ଗତ ୧୨.୨. ୨୩ରେ ଥାନାର ଦ୍ୱାରସ୍ଥ ହୋଇ ଲିଖିତ ଅଭିଯୋଗ କରିଥିଲେ। ହେଲେ ପୁଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଯିବାରୁ ଆଜି ସକାଳୁ ଗ୍ରାମର ଶତାଧିକ ମହିଳା ପୁରୁଷ ଗତକାଲି ପୁଣି ଥରେ ଥାନାକୁ ପହଞ୍ଚିଛନ୍ତି। ଆଜି ପୁଣି ଆସିଥିବା ବେଳେ ପୁକିସ ପକ୍ଷରୁ ଆଉ ଥରେ ଲିଖିତ ଅଭିଯୋଗ କରିବାକୁ କହିବାରୁ ପୁଣି ଲେଖା ଦେଇଛନ୍ତି। ଉକ୍ତ ବ୍ୟକ୍ତିଙ୍କଠାରୁ ଗ୍ରାମବାସୀଙ୍କ ଜୀବନ ପ୍ରତି ବିପଦ ଥିବା ନେଇ ସୁରକ୍ଷା ଲୋଡିଛନ୍ତି। ଅନ୍ୟପକ୍ଷରେ ୮ଟି ପ୍ଲଟ ଥିବା ବେଳେ ସରକାରୀ ଜମି ଆବୋରି ଥିବା ଉକ୍ତ ବ୍ୟକ୍ତିଙ୍କ ପ୍ରତି ଅନୁକମ୍ପା ପ୍ରଦର୍ଶନ କରାଯାଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ପୂର୍ବାହ୍ନ ୩ଟା ପର୍ଯ୍ୟନ୍ତ ଗ୍ରାମବାସୀ ଟିଟିଲାଗଡ଼ ଥାନାରେ ବସି ରହିଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories