www.samajalive.in
Saturday, December 13, 2025
17.1 C
Bhubaneswar

ଖଣି କମ୍ପାନୀ ଦେଉଥିବା ଜରିମାନା ଅର୍ଥର ବିନିଯୋଗ ତଦାରଖ କରିବେ ଜଷ୍ଟିସ ଅନଙ୍ଗ ପଟ୍ଟନାୟକ

ନୂଆଦିଲ୍ଲୀ : ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଅନଙ୍ଗ କୁମାର ପଟ୍ଟନାୟକଙ୍କୁ ଅନ୍ୟ ଏକ ଗୁରୁଦାୟିତ୍ୱ ପ୍ରଦାନ କରାଯାଇଛି। ସୁପ୍ରିମକୋର୍ଟ ସମ୍ପ୍ରତି ସିବିଆଇ କଳିର ତଦନ୍ତ ତଦାରଖ କରିବା ଦାୟିତ୍ୱ ଜଷ୍ଟିସ ପଟ୍ଟନାୟକଙ୍କୁ ନ୍ୟସ୍ତ କରିଥିବାବେଳେ ଓଡ଼ିଶାର ଖଣି କମ୍ପାନୀଗୁଡ଼ିକଠାରୁ ଆଦାୟ ହେଉଥିବା ଜରିମାନା ଅର୍ଥର ଉପଯୋଗ ସଂକ୍ରାନ୍ତରେ ମଧ୍ୟ ସେ ତଦାରଖ କରିବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ତିନିଟି ଜିଲାରେ ବେଆଇନ ଖଣି କାରବାର ବାବଦରେ ସମ୍ପୃକ୍ତ ଖଣି କମ୍ପାନୀଗୁଡ଼ିକ ଦେଉଥିବା ଜରିମାନା ଅର୍ଥ ପ୍ରଭାବିତ ଅଞ୍ଚଳରେ ଉପଯୋଗ ନେଇ ରାଜ୍ୟ ସରକାର ଗଠନ କରିଥିବା ସ୍ପେସାଲ ପର୍ପଜ୍‍ ଭେହିକ୍ଲ ବା ଏସ୍ପିଭିର କାର୍ଯ୍ୟ ତଦାରଖ କରିବା ଦାୟିତ୍ୱ ତାଙ୍କ ଉପରେ ନ୍ୟସ୍ତ କରାଯାଇଛି। ବିଚାରପତି ମଦନ ବି ଲୋକୁର, ବିଚାରପତି ଏସ୍‍.ଏ ନଜିର ଓ ବିଚାରପତି ଦୀପକ ଗୁପ୍ତାଭ୍‍କୁ ନେଇ ଗଠିତ ପୀଠ ସୋମବାର ଜଷ୍ଟିସ ପଟ୍ଟନାୟକଙ୍କୁ ଏହି ଦାୟିତ୍ୱ ଦେଇଛନ୍ତି। ଏସ୍‍ପିଭିର ଓଭରସାଇଟ୍‍ ଅଥରିଟି ଦାୟିତ୍ୱ ନିର୍ବାହ ପାଇଁ ଆବଶ୍ୟକ କ୍ଷେତ୍ରରେ ସେ ଜଣେ ବା ଦୁଇ ଜଣ ସହଯୋଗୀ ଅଧିକାରୀ ନିଯୁକ୍ତ କରିପାରିବେ ଏବଂ ଏ ବାବଦ ରିପୋର୍ଟ ସୁପ୍ରିମକୋର୍ଟଙ୍କୁ ପ୍ରଦାନ କରିବେ ବୋଲି ପୀଠ କହିଛନ୍ତି।
ଏହି ଅନୁଯାୟୀ, ଜଷ୍ଟିସ ପଟ୍ଟନାୟକ ଖଣିମାଲିକମାନଙ୍କଠାରୁ ଆଦାୟ ହେଉଥିବା ଜରିମାନା ଅର୍ଥ ଖଣି କାରବାର ଦ୍ୱାରା ପ୍ରଭାବିତ କେନ୍ଦୁଝର, ମୟୂରଭଞ୍ଜ ଓ ସୁନ୍ଦରଗଡ଼ ଜିଲାରେ କିଭଳି ଉପଯୋଗ ହେଉଛି ତାହା ଅନୁଧ୍ୟାନ କରିବେ। ଏହାଛଡ଼ା ଏସ୍‍ପିଭିର କାର୍ଯ୍ୟକାରିତା ଉପରେ ରିପୋର୍ଟ ଦେବେ। ତିନି ମାସରେ ପ୍ରଥମ ଓ ଛ’ମାସରେ ଦ୍ୱିତୀୟ ରିପୋର୍ଟ ପ୍ରଦାନ କରିବା ପାଇଁ ଜଷ୍ଟିସ ପଟ୍ଟନାୟକଙ୍କୁ କୁହାଯାଇଛି।
ରାଜ୍ୟ ସରକାର ଖଣିମାଲିକଙ୍କଠାରୁ ୧୪ହଜାର କୋଟିରୁ ଅଧିକ ଅର୍ଥରାଶି ଜରିମାନା ଆକାରରେ ଆଦାୟ କରିଛନ୍ତି। ଏହି ଅର୍ଥରାଶିକୁ ଖଣି କାରବାର ଦ୍ୱାରା ପ୍ରଭାବିତ ଜିଲା; ବିଶେଷକରି ଉପରୋକ୍ତ ତିନି ଜିଲାର ବିକାଶରେ ବିନିଯୋଗ କରିବା ପାଇଁ ଏସ୍‍ପିଭି ଗଠନ କରିଛନ୍ତି। ଜଷ୍ଟିସ ପଟ୍ଟନାୟକ ଏହି ଟଙ୍କା ବିନିଯୋଗ ସମ୍ପର୍କର୍ରେ ତଦାରଖ କରିବା ସହ ଖଣି କାରବାର ହେଉଥିବା ଅନ୍ୟ ଜିଲାରେ ଏହା ବ୍ୟୟ ହେବ କି ନାହିଁ ସେ ସମ୍ପର୍କରେ ମଧ୍ୟ ନିଷ୍ପତ୍ତି ନେଇପାରିବେ ବୋଲି ପୀଠ କହିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ ଖଣି ଲିଜ୍‍ଧାରୀଙ୍କଠାରୁ ଆଦାୟ ହେଉଥିବା ଏହି ଅର୍ଥ ଖଣି କାରବାର ହେଉଥିବା ଜିଲାରେ କିଭଳି ବ୍ୟୟ ହେବ ସେ ସମ୍ପର୍କରେ ଲିଜ୍‍ଧାରୀମାନେ ପୂର୍ବରୁ ବିଭିନ୍ନ ପ୍ରସ୍ତାବ ଦେଇଥିଲେ। ସେହି ଅନୁସାରେ ଜିଲା ଖଣିଜ ପାଣ୍ଠି ମାଧ୍ୟମରେ ଉକ୍ତ ଅର୍ଥ ସମ୍ପୃକ୍ତ ଜିଲାରେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନର ବିକାଶ ସହିତ ପରିବେଶ ସୁରକ୍ଷା ଇତ୍ୟାଦି କ୍ଷେତ୍ରରେ ବ୍ୟୟ ହେଉଛି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories