ଇସଲାମାବାଦ୍ : ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି)କୁ ଲିଗାଲ୍ ନୋଟିସ୍ ପ୍ରଦାନ ପଠାଇଛନ୍ତି ପୂର୍ବତନ ଅଧ୍ୟକ୍ଷ ନଜମ୍ ସେଠି। ପିସିବି ତରଫରୁ କରାଯାଇଥିବା ଅଡିଟ୍ ଅନୁଯାୟୀ ନଜମ ଅଧ୍ୟକ୍ଷ ଥିବା ବେଳେ ତାଙ୍କ ପିଛା ୭ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ପିସିବିର ଅଡିଟ୍କୁ ନେଇ ବିଭିନ୍ନ ମହଲରେ ଆଲୋଚନା ଚାଲିଥିବା ବେଳେ ଏଥିରେ କ୍ଷୁବ୍ଧ ନଜମ ଲିଗାଲ୍ ନୋଟିସ୍ ପଠାଇବା ସହ ସନ୍ତୋଷଜନକ ଉତ୍ତର ନ ମିଳିଲେ ମାନହାନି ମକଦ୍ଦମା ରୁଜୁ କରିବେ ବୋଲି ଚେତାବନୀ ଦେଇଛନ୍ତି। ସାମ୍ବାଦିକଙ୍କ ସହ ଆଲୋଚନା କାଳରେ ନଜମ ଦର୍ଶାଇଛନ୍ତି ପିସିବି ଅଡିଟ୍ରେ ତାଙ୍କ ପିଛା ୭ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ଯେଉଁ ତଥ୍ୟ ପ୍ରକାଶ ପାଇଛି, ତାହା ଉଦ୍ଦେଶ୍ୟପ୍ରଣୋଦିତ। କେତେକ ବ୍ୟକ୍ତି ତାଙ୍କ ବିରୋଧରେ ଷଡ଼ଯନ୍ତ୍ର କରୁଛନ୍ତି, ଏହାକୁ ସେ ଆଦୌ ବରଦାସ୍ତ କରିବେ ନାହିଁ। ତାଙ୍କ ଭାବମୂର୍ତ୍ତି କ୍ଷୁଣ୍ଣ କରିବାକୁ ପିସିବି ପ୍ରୟାସ କରୁଥିବାରୁ ଏହାକୁ ବିରୋଧ କରି ସେ ଲିଗାଲ୍ ନୋଟିସ୍ ପଠାଇଛନ୍ତି। ପିସିବି ତାଙ୍କୁ ନିଃସର୍ତ୍ତ କ୍ଷମା ନ ମାଗିଲେ ସେ ମାନହାନି ମକଦ୍ଦମା ରୁଜୁ କରିବେ। ସେହିପରି ପିସିବିର ବର୍ତ୍ତମାନ ଅଧ୍ୟକ୍ଷ ଏହସାନ୍ ମଣିଙ୍କୁ ତୀବ୍ର ସମାଲୋଚନା କରିଛନ୍ତି ନଜମ।
Popular Categories



