www.samajalive.in
Friday, December 12, 2025
15.1 C
Bhubaneswar

ନିଶ୍ବାସରେ ଦୁଇ ଦିନିଆ ଜାତୀୟ ସମ୍ମିଳନୀ ଉଦଯାପିତ

ଭୁବନେଶ୍ୱର :ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ୱାର୍କ ଆଣ୍ଡ ସୋସିଆଲ କମ୍ୟୁନିକେସନ(ନିଶ୍ବାସ)ଠାରେ ଭାରତରେ ଏବଂ ବିଦେଶରେ ମହିଳା ସଶ୍ତିକରଣକୁ ନେଇ ଆୟୋଜିତ ହୋଇଥିବା ଦୁଇ ଦିନିଆ ଆନ୍ତର୍ଜାତିକ ମହିଳା ସମାବେଶ-୨୦୨୩’ ଉଦଯାପିତ ହୋଇଯାଇଛି। ଏହି କାର୍ୟ୍ୟକ୍ରମ ନିଶ୍ବାସ ଏବଂ ମହିଳା ସଶ୍ତିକରଣ ସଂଘ ମିଳିତ ଭାବେ ପରିଚାଳନା କରିଥିବାବେଳେ ଏଥିରେ ଜାତୀୟ ଏବଂ ଆନ୍ତର୍ଜାତୀୟ ସ୍ତରର ବହୁ ବ୍ୟକ୍ତି ବିଶଷଙ୍କ ସହ ବୌଦ୍ଧଭିଖୁ ଯୋଗ ଦେଇଥିଲେ।

ଅଧିବେଶନ କନଭେନର ତଥା ନିଶ୍ବାସ ମହାନିର୍ଦ୍ଦେଶକ ଡ. ସସ୍ମି ନାୟକଙ୍କ ସ୍ୱାଗତ ଅଭିଭାଷଣ ରଖି ସମାଜର ବିଭିନ୍ନ କ୍ଷେତ୍ରରେ ମହିଳାଙ୍କ ଆଭିମୁଖ୍ୟର ମହତ୍ବ ଏବଂ ସେମାନେ କିପରି ନିଜର ଜୀବନ ଯାପନ ସୁଧାରିବା ପାଇଁ ନିଜକୁ ସଶକ୍ତ କରୁଛନ୍ତି ତାହା ବର୍ଣ୍ଣନା କରିଥିଲେ। ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଆପରାଜିତା ଚୌଧୁରୀ ମୁଖ୍ୟଅତିଥି ଏବଂ ରାଜ୍ୟ ସରକାରଙ୍କ ପରାମର୍ଦାତା ନିଦେବିତା ବଳିଆରସିଂହ ନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବର୍ତ୍ତମାନର ପରିସ୍ଥିତିରେ ଚାକିରୀ କ୍ଷେତ୍ରରେ ମହିଳାଙ୍କ ନିରାପତ୍ତା ବିଷୟରେ ଆଲୋକପାତ କରିଥିଲେ। ଏଭଳି କାର୍ଯ୍ୟକ୍ରମ ମହିଳାମାନଙ୍କୁ ସମାଜରେ ଜଡିତ ହେବାକୁ ଉତ୍ସାହିତ କରିବା ସହ ରାଜନୀତିରେ ଅଂଶଗ୍ରହଣ ଏବଂ ଗଣତାନ୍ତ୍ରିକ ଶାସନରେ ମଧ୍ୟ ଜଡିତ କରିବ ବୋଲି ପ୍ରକାଶ କରିଥିଲେ।

- Advertisement -

ପ୍ରଥମ ଦିନରେ ସମସ୍ତ ଅଂଶଗ୍ରହଣକାରୀ ମହିଳା ସଶକ୍ତିକରଣ ସହିତ ଜଡିତ ନିଜସ୍ୱ ବିଷୟ ଉପରେ ସେମାନଙ୍କର ବିଷୟବସ୍ତୁ ଉପସ୍ଥାପନ କରିଥିଲେ। ଶେଷ ଦିନରେ ଭନ୍ତେ ଡ. ଚନ୍ଦ୍ରକିତି ବୁଦ୍ଧଙ୍କ ଶିକ୍ଷା ଉପରେ ଆଲୋଚନା କରିଥିଲେ ଏବଂ ବୁଦ୍ଧଙ୍କର ପ୍ରାର୍ଥନାସହିତ ଦୁଇ ଦିନିଆ ଆନ୍ତର୍ଜାତୀୟ ସମ୍ମିଳନୀ ସମାପ୍ତ ହୋଇଥିଲା।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories