www.samajalive.in
Saturday, December 13, 2025
26.1 C
Bhubaneswar

ନେପାଳ ରାଷ୍ଟ୍ରପତି ଭାବେ ଶପଥ ନେଲେ ରାମ ଚନ୍ଦ୍ର ପୌଡେଲ

କାଠମାଣ୍ଡୁ: ନେପାଳର ନବନିର୍ବାଚିତ ରାଷ୍ଟ୍ରପତି ରାମ ଚନ୍ଦ୍ର ପୌଡେଲ ସୋମବାର ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି। ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ କାର୍ଯ୍ୟକାରୀ ପ୍ରଧାନ ବିଚାରପତି ହରି କୃଷ୍ଣ କାର୍କି ତାଙ୍କୁ ଶପଥ ପାଠ କରାଇଛନ୍ତି। ନେପାଳୀ କଂଗ୍ରେସର ରାମ ଚନ୍ଦ୍ର ପୌଡେଲ ନେପାଳର ତୃତୀୟ ରାଷ୍ଟ୍ରପତି ଭାବେ ଏହି ଆସନ ଅଳଙ୍କୃତ କରିଛନ୍ତି। ମାର୍ଚ୍ଚ ୯ ତାରିଖରେ ପୌଡେଲ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିଲେ। ନେପାଳୀ କଂଗ୍ରେସ ଓ ସିପିଏନ (ମାଓଇଷ୍ଟ) ସମେତ ୮ଟି ରାଜନୈତିକ ଦଳର ମିଳିତ ପ୍ରାର୍ଥୀ ଭାବେ ପୌଡେଲ ଫେଡେରାଲ ସଭ୍ୟଙ୍କ ୩୧୩ଟିରୁ ୨୧୪ଟି ଭୋଟ ପାଇଥିବା ବେଳେ ଆସେମ୍ବ୍ଲି ସଭ୍ୟଙ୍କ ୫୧୮ଟିରୁ ୩୫୨ଟି ଭୋଟ ପାଇଥିଲେ।

୨୦୦୮ରେ ରାଜତନ୍ତ୍ରର ପତନ ପରେ ନେପାଳରେ ଗଣତନ୍ତ୍ରର ସ୍ଥାପନା ସହ ରାଷ୍ଟ୍ରପତି ବ୍ୟବସ୍ଥାର ପ୍ରଥା ଆରମ୍ଭ ହୋଇଥିଲା। ସମ୍ବିଧାନ ଅନୁସାରେ, ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ ୫ ବର୍ଷ ହୋଇଥାଏ ଏବଂ ଜଣେ ବ୍ୟକ୍ତି ଦୁଇରୁ ଅଧିକ ଥର ପାଇଁ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇପାରିବେ ନାହିଁ।

- Advertisement -

 

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories