www.samajalive.in
Sunday, December 14, 2025
26.1 C
Bhubaneswar

କଳାହାଣ୍ଡି କପ ପାଇଁ ନବରଙ୍ଗପୁର କ୍ରିକେଟ ଦଳର କଟକ ଗସ୍ତ

ନବରଙ୍ଗପୁର: କଟକ ଠାରେ ଅନୁଷ୍ଠିତ ହେବାକୁ ଥିବା ଆନ୍ତଃଜିଲ୍ଲା ଏକ ଦିବସୀୟ କଳାହାଣ୍ଡି କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ନିମନ୍ତେ କ୍ରିକେଟ ଦଳର ଚୟନ ହୋଇଯାଇଛି। ଜିଲା କ୍ରିକେଟ ସଙ୍ଘର ସମ୍ପାଦକ ପ୍ରହଲାଦ ତ୍ରିପାଠୀ ଏବଂ ସହ ସମ୍ପାଦକ ଏମ. ବାଳକୃଷ୍ଣ ରାଓ, ଅଂଶୁମାନ ତ୍ରିପାଠୀଙ୍କ ନେତୃତ୍ୱରେ ଏକ ଅଠର ଜଣିଆ ଦଳ ଘୋଷଣା କରିଛନ୍ତି। ସେମାନେ ହେଲେ ନବରଙ୍ଗପୁର ବ୍ଲକ ଅଞ୍ଚଳରୁ ସେକ ରିଆଜ, ମିର୍ଜା ତାନବିର ବେଗ, ଦିଲୀପ ବିଷୋୟୀ, ଅମିତ କୁମାର ଦାସ, ଦିବ୍ୟ।ଶୁଂ ରଞ୍ଜନ ନାୟକ, ଏନ. ବିଜୟ, ସୁଧାଂଶୁ ଶେଖର ନାୟକ ଏବଂ ଜି. ଦେବ କୁମାର ରେଡି, ପାପଡାହାଣ୍ଡି ବ୍ଲକ ରୁ ଜି. ଆରୟାନ, ଡାବୁଗାଁ ବ୍ଲକରୁ ଆକାଶ କାଶ୍ୟପ, ତେନ୍ତୁଳିଖୁଣ୍ଟି ବ୍ଲକରୁ ଦୁଷ୍ମନ୍ତ ବିଷୋୟୀ, ରାଇଘର ବ୍ଲକରୁ ସୁକେଶ ହୀରା ଏବଂ ଦିନେଶ ଶ୍ରୀବସ୍ତାଵ, ଉମରକୋଟ ବ୍ଲକରୁ ଦିଗମ୍ବାର ପୂଜାରୀ ଏବଂ ସୌରଭ ଅଧିକାରୀ। ସୂଚନା ଯୋଗ୍ୟ ଯେ ଉକ୍ତ ପ୍ରତିଯୋଗିତା ରେ ବ୍ଲୁ ଦଳରେ ସ୍ଥାନ ପାଇଥିବା ନବରଙ୍ଗପୁର ଦଳ, ଅନୁଗୁଳ, ବରଗଡ଼, କିଟ, ବୌଦ୍ଧ ଏବଂ ସମ୍ବଲପୁର ଦଳ ସହ ମ୍ୟାଚ ଖେଳିବ। ଆସନ୍ତା ୧୪ ତାରିଖ ଦିନ ନବରଙ୍ଗପୁର ଜିଲା ଦଳ କଟକ ଗସ୍ତ କରିବ ଏବଂ ଦଳ ସହ କୋଚ ଅଶୋକ ନାୟକ ଏବଂ ମ୍ୟାନେଜର ଭାବେ ଶଶାଙ୍କ ଶେଖର ବେହେରା ଗସ୍ତ କରିବେ ବୋଲି କ୍ରିକେଟ ସଙ୍ଘର ମିଡ଼ିଆ ସଂଯୋଜକ ମନୋଜ କୁମାର ପଟ୍ଟନାୟକ ସୂଚନା ଦେଇଛନ୍ତି।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories