www.samajalive.in
Sunday, December 14, 2025
26.1 C
Bhubaneswar

ଡ୍ରାଇଭରଙ୍କ ଷ୍ଟେରିଙ୍ଗ ଛାଡ ଆନ୍ଦୋଳନ ପାଇଁ ପ୍ରସ୍ତୁତି

କଲ୍ୟାଣସିଂହପୁର: ଆସନ୍ତା ୧୫ତାରିଖ ଠାରୁ ଓଡିଶା ଡ୍ରାଇଭର ମହାସଙ୍ଗ ରାଜ୍ୟବ୍ୟାପୀ ଅନିର୍ଦ୍ଦିଷ୍ଟ କାଳ ପର୍ୟ୍ୟନ୍ତ ଷ୍ଟେରିଙ୍ଗ ଛାଡ ଧର୍ମଘଟ ପାଇଁ ଅଖଚକ ବନ୍ଦ ଡାକରା ଦେଇଥିବା ବେଳେ ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକରେ ଥିବା ଡ୍ରାଇଭର ସଂଘ ପକ୍ଷରୁ ପୂର୍ବ ପ୍ରସ୍ତୁତି ଚାଲିଛି। ସଂଘର ସଭାପତି ଗଜେନ୍ଦ୍ର ଗରଡ଼ିଆ ଙ୍କ ନେତୃତ୍ୱରେ ବ୍ଲକର ସମସ୍ତ ଡ୍ରାଇଭର ଏକତ୍ରିତ ହୋଇ ଏକ ଗାଡ଼ିରେ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ରୋଗିବୁହା ଗାଡି, ପୁଲିସ ଗାଡି, ଅଗ୍ନିଶମ ଗାଡି ବ୍ୟତୀତ ଅନ୍ୟ ଗାଡି ଗୁଡିକ ବନ୍ଦ ରହିବ। ତାହା ସହିତ ପରୀକ୍ଷା କେନ୍ଦ୍ର, ଦୋକାନ ବଜାର ଖୋଲା ରହିବ କେବଳ ଅଖ ଚକ ବନ୍ଦ ରହିବ ବୋଲି ସଙ୍ଗ ତରଫରୁ କୁହାଯାଇଛି। ବନ୍ଦ ସଫଳ କରିବା ପାଇଁ ସ୍ଥାନୀୟ ଥାନାଧିକାରୀ ମୁକୁନ୍ଦଦେବ ନାୟକଙ୍କୁ ଲିଖିତ ଅଭିଯୋଗ ପତ୍ର ପ୍ରଦାନ କରିଥିଲେ। ଦାବୀ ପତ୍ର ପ୍ରଦାନ ବେଳେ ସଙ୍ଗର ଉପସଭାପତି କୈଳାସ କାଶୀ, ସମ୍ପାଦକ ନବଘନ ଦଣ୍ଡସେନା ଉପସ୍ଥିତ ଥିଲେ।

Hot this week

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

Related Articles

Popular Categories