www.samajalive.in
Sunday, December 14, 2025
14.1 C
Bhubaneswar

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ପାଳିତ

ଗୋପାଳପୁର: ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଓଡ଼ିଆ ବିଭାଗ ପକ୍ଷରୁ ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ପାଳିତ ହୋଇଯାଇଛି। ଓଡ଼ିଆ ଭାଷାର ନିଜସ୍ବ ସମୃଦ୍ଧି ଇତିହାସ ଏବଂ ଏହାର ପ୍ରାଚୀନତାକୁ ଭିତ୍ତି କରି ଏହା ଶାସ୍ତ୍ରୀୟ ଭାଷାର ମର୍ଯ୍ୟାଦା ଲାଭ କରିଛି। ଏହା ପ୍ରତ୍ୟେକଟି ଓଡ଼ିଆଙ୍କ ପାଇଁ ନିଶ୍ଚୟ ଗର୍ବ ଓ ଗୌରବ ଏଵଂ ପ୍ରେରଣାର ଉତ୍ସ ଅଟେ ବୋଲି ବକ୍ତାମାନେ କହିଛନ୍ତି। ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ପ୍ରତାପ କୁମାର ମହାନ୍ତି ମୁଖ୍ୟଅତିଥି ଭାବେ ଯୋଗଦେଇ ଶାସ୍ତ୍ରୀୟ ମାନ୍ୟତା ପାଇବା ପରେ ଓଡ଼ିଆ ଭାଷାକୁ ଆହୁରି ସମ୍ବୃଦ୍ଧି କରିବା ସହ ଭାଷା ପ୍ରତି ଭଲପାଇବାର ବାର୍ତ୍ତା ପ୍ରତ୍ୟେକଙ୍କ ପାଖରେ ପହଞ୍ଚାଇବାକୁ ଛାତ୍ରଛାତ୍ରୀଙ୍କ କର୍ତ୍ତବ୍ୟ ଓ ଦାୟିତ୍ବ ବୋଲି କହିଥିଲେ।

ସଂଯୋଜକ ଦେବୀ ପ୍ରସାଦ ଶତପଥୀ ଅତିଥି ପରିଚୟ ପ୍ରଦାନ କରିବା ସହ ଓଡ଼ିଆ ଭାଷାର ଅତୀତ ଗୌରବ ସମ୍ପର୍କରେ ଆଲୋକପାତ କରିଥିଲେ। ପ୍ରଫେସର ସଦାନନ୍ଦ ନାଇକ ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇବା ପଛରେ ଯେଉଁ ଓଡ଼ିଆ ବିଦ୍ୱାନ ଏବଂ ପଣ୍ଡିତ ମାନଙ୍କ ଅବଦାନ ରହିଛି ସେ ସମ୍ପର୍କରେ ଆଲୋଚନା କରିଥିଲେ।

- Advertisement -

ବିଭାଗର ସହକାରୀ ପ୍ରଫେସର ସମୀର ଭୋଇ ଓଡ଼ିଆ ଭାଷାର ପ୍ରାଚୀନ ସ୍ୱରୂପ ଭାବେ ଗୁମ୍ଫା ଲେଖା, ଶିଳା ଲେଖା ଓ ତାମ୍ର ଲେଖାର ଅବଦାନ ଉପରେ ଆଲୋକପାତ କରିଥିଲେ। ଜିତେନ୍ଦ୍ର ମହାନ୍ତି, ରୋହିତ କୁମାର ବାରିକ, ଦୃବ ସେଠୀ, ପଦ୍ମ ଲୋଚନ ପ୍ରଧାନ, ସୁମିତ୍ରା ପୃଷ୍ଟିଙ୍କ ପ୍ରମୁଖ ଉପସ୍ଥିତ ଥିଲେ। ଆର୍ଯ୍ୟ ରଶ୍ମି ଦଳେଇ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

ଜିଲାପାଳଙ୍କୁ ମୁଣ୍ଡିଆ ମାରି ଧାନ କିଣିବାକୁ ଗୁହାରି

ପଦ୍ମପୁର : ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ପଦ୍ମପୁର ଉପଖଣ୍ଡ ଚାଷୀଙ୍କ ଅସନ୍ତୋଷର...

ସାପ୍ତାହିକ ରାଶିଫଳ: ଏହି ଦୁଇ ରାଶି ସତର୍କ ରୁହନ୍ତୁ

ମେଷ: ରବିବାର ଓ ସୋମବାର କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ନୂତନ କାର୍ଯ୍ୟ ପାଇଁ...

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

Related Articles

Popular Categories