www.samajalive.in
Sunday, December 14, 2025
16.1 C
Bhubaneswar

କେସିଆର୍‌ଙ୍କ ଝିଅ କବିତାଙ୍କ ବିରୋଧରେ ଇଡି  ୧୦ଟି ପ୍ରମାଣ ପାଇଥିବା ସୂଚନା

ନୂଆଦିଲ୍ଲୀ – ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ପ୍ରସଙ୍ଗରେ ତେଲଙ୍ଗାନାର ମୁଖ୍ୟମନ୍ତ୍ରୀ କେସିଆର୍‌ଙ୍କ ଝିଅ କେ କବିତାଙ୍କୁ ଇଡି ପକ୍ଷରୁ ପଚରା ଉଚରା କରାଯାଉଛି । କବିତାଙ୍କ ବିରୋଧରେ ଇଡି ୧୦ଟି ପ୍ରମାଣ ପାଇଥିବା କଥା ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଛି । ଶନିବାରରେ ଦିଲ୍ଲୀର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ତାଙ୍କୁ ପଚରାଉଚରା କରାଯାଇଛି ।

କବିତାଙ୍କର ପାଖ ଲୋକ ଅରୁଣ ପିଲାଇ ଏହି ଦୁର୍ନୀତିରେ ସାମିଲ ଥିବା କଥା କୁହାଯାଉଛି । ଅରୁଣ ପିଲାଇ ଏବଂ କବିତାଙ୍କୁ ସାମ୍ନା ସାମ୍ନି ପଚରା ଉଚରା କରାଯାଇ ପାରେ । କବିତା ଏହି ଦୁର୍ନୀତିରେ ସାମଲି ଥିବାର ପ୍ରମାଣ ରହିଥିବା କଥା ଇଡି ପକ୍ଷରୁ କୁହାଯାଇଛି ।

- Advertisement -

ପ୍ରଥମ ପ୍ରମାଣରେ ବୁଚି ବାବୁ ନାମକ ବ୍ୟକ୍ତିଙ୍କ ସହ  ଦୁର୍ନୀତି ଅଭିଯୋଗରେ ଦିଲ୍ଲୀର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ତଥା ଗିରଫ ହୋଇଥିବା ଆପ୍‌ ନେତା ମନୀଷ ସିସୋଦିଆ ଏବଂ କବିତାଙ୍କ ମଧ୍ୟରେ ରାଜନୈତିକ ସହଯୋଗ ଥିଲା । କେ କବିତାଙ୍କ ପାଇଁ ଦିଲ୍ଲୀ ଅବକାରୀ ନୀତି ତାଙ୍କୁ ସୁହାଇବା ପରି କରାଯିବ ବୋଲି ଗୌରୀ ଆପାର୍ଟମେଣ୍ଟରେ ଏ ନେଇ ଏମାନଙ୍କ ମଧ୍ୟରେ ଆଲୋଚନ ହୋଇଥିବାର ପ୍ରମଣ ଇଡିକୁ ମିଳିଥିବା କଥା କୁହାଯାଉଛି । ଏଥିପାଇଁ ଆପ୍‌କୁ ଫଣ୍ଡ ଦିଆଯିବ ବୋଲି ସହମତି ହୋଇଥିବା କଥା କୁହାଯାଇଛି ।

ଦ୍ୱିତୀୟ ପ୍ରମାଣ ଦିନେଶ ଆରୋରା ନାମକ ବ୍ୟକ୍ତିଙ୍କ ଠାରୁ ମିଳିଛି ।  ବେପାରୀଙ୍କ ପାଇଁ  ୧୨ ପ୍ରତିଶତ ଲାଭ ସକାଶେ ନୂଆ ଅବକାରୀ ନୀତିରେ ପରିବର୍ତ୍ତନ କରାଯାଇଥିବା କଥା ବିଜୟ ନାୟର ନାମକ ବ୍ୟକ୍ତି  ଦିନେଶ ଆରୋରାଙ୍କୁ ଆଗୁଆ ସୂଚନା ଦେଇଥିଲେ । ବିଜୟ ନାୟର, ମନୀଷ ସିସୋଦିଆଙ୍କ ବେଶ୍‌ ପାଖ ଲୋକ ଥିଲେ । ୧୨ ପ୍ରତିଶତ ଲାଭରୁ ୬ ପ୍ରତିଶତ ଲାଭ ଆମ୍‌ ଆଦମୀ ପାର୍ଟିକୁ ଦିଆଯିବା ପାଇଁ କୁହାଯାଇଥିବା ସେ କହିଛନ୍ତି । କବିତାଙ୍କ ପାଖ ଲୋକ ବୁଚିବାବୁ ଏବଂ ଅରୁଣ ପିଲାଇ ଏଥିରେ ସାମଲ୍‌ ଥିବା କଥା ସେ କହିଛନ୍ତି ।

ତୃତୀୟ ପ୍ରମାଣରେ ସାଉଥ ଗ୍ରୁପ୍‌ ଯେଉଁଥିରେ କବିତା ସଦସ୍ୟ ରହିଥିଲେ ତାଙ୍କୁ ୧୦୦ କୋଟି ଟଙ୍କା ଆଗୁଆ ଜମାରାଶି ଭାବେ ଦିଲ୍ଲୀ ଅବକାରୀ କାରବାରରେ ଭାଗ ନେବା ପାଇଁ କଥାବାର୍ତ୍ତା ଛିଡିଥିଲା । ଏହି ପରି ୧୦ ଟି ପ୍ରମାଣରେ ଶହ ଶହ କୋଟି ଟଙ୍କା କାରବାରରେ କବିତାଙ୍କ ପାଖଲୋକମାନେ ଦିଲ୍ଲୀର କିଛି ନେତାଙ୍କ ସହ ମିଶି ତାଙ୍କୁ ସୁହାଇବା ପରି ଦିଲ୍ଲୀର ନୂତନ ଅବକାରୀ ନୀତି କରିଥିବା କଥା ସୂଚନା ମିଳିଛି ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories