www.samajalive.in
Sunday, December 14, 2025
16.1 C
Bhubaneswar

ଆସନ୍ତା ସପ୍ତାହରୁ ରାଜ୍ୟରେ ଅଗ୍ନି ନିରାପତ୍ତା ଯାଞ୍ଚ କଡାକଡି

କଟକ : ଏକ ମହଲାରୁ ଅଧିକ ଉଚ୍ଚ ଅଟ୍ଟାଳିକାରେ ରହିବ ଜରୁରୀ ପ୍ରସ୍ଥାନ ସୁବିଧା। କେବଳ ବ୍ୟବସାୟିକ ପ୍ରତିଷ୍ଠାନ କିମ୍ବା ଅଟ୍ଟାଳିକା ନୁହେଁ; ଆବାସସ୍ଥଳୀରେ ମଧ୍ୟ ଏହି ବ୍ୟବସ୍ଥା ରହିବ। ଅଗ୍ନିକାଣ୍ଡ ଜନିତ ଅଘଟଣରେ ତ୍ୱରିତ ଉଦ୍ଧାରକାର୍ଯ୍ୟ କରାଯାଇ ପାରିବ। ନିୟମ ଉଲ୍ଲଘଂନ କଲେ ଦୃଢ କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି ଅଗ୍ନିଶମ ମହାନିର୍ଦେଶକ ସନ୍ତୋଷ ଉପାଧ୍ୟାୟ କହିଛନ୍ତି। ପୁରୀ ବଡଦାଣ୍ଡ ମରିଚିକୋଟ ଛକ ସ୍ଥିତ ମାର୍କେଟ କମ୍ପ୍ଲେକ୍ସ ‌ଅଗ୍ନିକାଣ୍ଡ ଘଟଣା ପରେ ସଚେତନତା ଉପରେ ଅଗ୍ନିଶମ ଡିଜି ଶ୍ରୀ ଉପାଧ୍ୟାୟ ଗୁରୁତ୍ବ ଦେଇଛନ୍ତି।

Puri fire incident, file.Pic.

ପୁରୀ ଘଟଣାକୁ ନେଇ ଅଗ୍ନିଶମ ଡିଜି କହିଛନ୍ତି ଯେ, ଉକ୍ତ ଅଟ୍ଟାଳିକାର ଅଗ୍ନି ନିରାପତ୍ତା ବ୍ୟବସ୍ଥା ଯାଞ୍ଚ କରାଯିବା ପରେ ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅଗ୍ନିଶମ ଡିଜି ଶ୍ରୀ ଉପାଧ୍ୟାୟ କହିଛନ୍ତି। ଅଧିକାଂଶ ସମୟରେ ବିଦ୍ୟୁତ ସଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟୁଥିବା ଦେଖିବାକୁ ମଳୁଛି। ଏବେ ଘର ଭିତର ସାଜସଜାରେ ପ୍ଲାଷ୍ଟିକ ଓ କାଠ ସାମଗ୍ରୀର ବହୁଳ ବ୍ୟବହାର ହେଉଛି। ଏଥିଯୋଗୁଁ ନିଆଁ କ୍ଷୀପ୍ର ବେଗରେ ବ୍ୟାପିଯାଉଛି। ଘର ଭିତର ସାଜସଜ୍ଜାରେ ଆବଶ୍ୟକତା ଦୃଷ୍ଟିରୁ କମ ପରିମାଣର ପ୍ଲାଷ୍ଟିକ ଓ କାଠ ସାମଗ୍ରୀ ବ୍ୟବହାର କରିବାକୁ ଅଗ୍ନିଶମ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ଅଟ୍ଟାଳିକାରେ ଜରୁରୀ ପ୍ରସ୍ଥାନ ଦ୍ୱାର ବ୍ୟବସ୍ଥା କରାଯିବା ବାଧ୍ୟତାମୂଳକ। ସହରାଞ୍ଚଳରେ ବହୁମାତ୍ରାରେ ଆପାର୍ଟମେଣ୍ଟ ନିର୍ମାଣ କରାଯାଉଛି। ସେଠାରେ ଅଗ୍ନିଶମ ସୁରକ୍ଷା ବ୍ୟବସ୍ଥା ପ୍ରତି ଗୁରୁତ୍ୱ ଦିଆଯାଉନାହିଁ। ଘରେ ଜରୁରୀ ପ୍ରସ୍ଥାନ ଦ୍ୱାର ନଥିବାରୁ ହଠାତ ଅଗ୍ନିକାଣ୍ଡ ଘଟିଲେ ନିଆଁ ଲିଭାଇବା ସାଙ୍ଗକୁ ଉଦ୍ଧାରକାର୍ଯ୍ୟ ବିଳମ୍ବ ଘଟୁଛି । ଏକ ମହଲାରୁ ଆରମ୍ଭ କରି ବଡ ଅଟ୍ଟାଳିକାରେ ଜରୁରୀ ପ୍ରସ୍ଥାନ ଦ୍ୱାର ବାଧ୍ୟତାମୂଳକ ହେବ ବୋଲି ଶ୍ରୀ ଉପାଧ୍ୟାୟ କହିଛନ୍ତି । ଆସନ୍ତା ସପ୍ତାହରୁ ଏନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାର ଯାଞ୍ଚ କରାଯିବ। କୌଣସି ସ୍ଥାନରେ ତ୍ରୁଟି ପରିଲକ୍ଷିତ ହେଲେ ତୁରନ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ ଲାଗି ମାଲିକଙ୍କୁ ନୋଟିସ୍‌ ଦିଆଯିବ ଆବଶ୍ୟକ ସ୍ଥଳେ ଉକ୍ତ ବିଲ୍ଡିଂକୁ ସିଲ କରାଯିବ। ଜରୁରୀ ପ୍ରସ୍ଥାନ ବ୍ୟବସ୍ଥା କରାଯିବା ପରେ ଉକ୍ତ ଘରେ ରହଣି ପାଇଁ ଅନୁମତି ମିଳିବ। ଧାର୍ଯ୍ୟ ସମୟ ପରେ ବି ତାହା ନକରିପାରିଲେ ଘର ମାଲିକଙ୍କ ପ୍ରତି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅଗ୍ନିଶମ ବିଭାଗ ପକ୍ଷରୁ କୁହାଯାଇଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories