ନବରଙ୍ଗପୁର: ନବରଙ୍ଗପୁର ଜିଲା ଓକିଲ ସଂଘର ନିର୍ବାଚନ ପ୍ରକ୍ରିୟାରେ ନାମାଙ୍କନ ପତ୍ର ଯାଞ୍ଚ କାର୍ୟ୍ୟ ଶେଷ ହୋଇଛି। ଶୁକ୍ରବାର ନାମାଙ୍କନ ପତ୍ର ଯାଞ୍ଚ ଦିବସରେ ନାମାଙ୍କନ ଦାଖଲ କରିଥିବା ସମସ୍ତ ଆବେଦନ କାରୀ ମାନେ ନିଜ ନିଜ ପ୍ରସ୍ତାବକ ଓ ସମର୍ଥକଙ୍କ ସହ ନିର୍ବାଚନ ଅଧିକାରୀଙ୍କ ନିକଟରେ ଉପସ୍ଥିତ ରହିଥିଲେ। ସମସ୍ତ ନାମାଙ୍କନ ପତ୍ର ଯାଞ୍ଚ କରାଯିବ ପରେ ୧୫ ଜଣଙ୍କ ନାମାଙ୍କନକୁ ନିର୍ବାଚନ ଅଧିକାରୀ ଗ୍ରହଣ କରିଥିବା ଜଣାପଡିଛି। ସଭାପତି ପଦବୀ ପାଇଁ ବରିଷ୍ଠ ଆଇନଜୀବୀ ନରସିଂହ ନାଥ ତ୍ରିପାଠୀ ଓ ବରିଷ୍ଠ ଆଇନଜୀବୀ ଶ୍ୟାମ ପ୍ରସାଦ ଗନ୍ତାୟତ, ଉପ ସଭାପତି ପଦବୀ ପାଇଁ ହରିନାରାୟଣ ବେହେରା ଓ ବିଧୁ ଶେଖର ତ୍ରିପାଠୀ, ସମ୍ପାଦକ ପଦବୀ ପାଇଁ ମାନସ ତ୍ରିପାଠୀ ଓ ତପନ ସିଂ, କୋଷାଧ୍ୟକ୍ଷ ପଦବୀରେ ସ୍ନେହଲତା ଦେବୀ ଓ ଅନିଲ ଦୀନବନ୍ଧୁ ଏବଂ କାର୍ୟ୍ୟକାରିଣୀ ସଦସ୍ୟ ପଦବୀ ପାଇଁ ତପନ ପାଣିଗ୍ରାହୀ, ବାଲାଜୀ ପ୍ରସାଦ ମିଶ୍ର, ପ୍ରଶାନ୍ତ କୁମାର ପଟ୍ଟନାୟକ, ଗୋପାଳ କୃଷ୍ଣ ଶତପଥୀ, ସତୀଶ ଚନ୍ଦ୍ର ନାୟକ ଏବଂ ଦିନେଶ ରାଜ କର୍କରାଙ୍କ ନାମାଙ୍କନକୁ ଯାଞ୍ଚ ପରେ ଗ୍ରହଣ କରାଯାଇଛି। ସୂଚନା ଯୋଗ୍ୟ ଯେ, ଯୁଗ୍ମ ସମ୍ପାଦକ ପଦବୀରେ ଜଣେ ମାତ୍ର ସଦସ୍ୟ ସନ୍ଦୀପ ମିଶ୍ରଙ୍କ ନାମାଙ୍କନକୁ ମଧ୍ୟ ଗ୍ରହଣ କରାଯାଇଛି। ଆସନ୍ତା ୧୨ ତାରିଖ ଦିନ ନାମାଙ୍କନ ପ୍ରତ୍ୟାହାର ଦିବସ ରହିଛି। ୧୩ ତାରିଖ ଦିନ ଚୁଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ। ୨୫ରେ ନିର୍ବାଚନ ହେବ। ଏହି ନିର୍ବାଚନକୁ ବରିଷ୍ଠ ଆଇନଜୀବୀ ତଥା ନିର୍ବାଚନ ଅଧିକାରୀ ସି ଏଚ.ବାବା ଯୁଗନ୍ଧର, ସହ ନିର୍ବାଚନ ଅଧିକାରୀ ଆଇନଜୀବୀ କିଶୋର ପଟ୍ଟନାୟକ ଓ ଆଇନଜୀବୀ ତାଜ ଇମ୍ରାନ ସରିଫ ପରିଚାଳନା କରୁଛନ୍ତି।
Popular Categories



