www.samajalive.in
Sunday, December 14, 2025
19.1 C
Bhubaneswar

ଚଳନ୍ତା ବାଇକ୍ ଉପରେ ଖସି ପଡିଲା ଗଛ, ଦୁଇ ଗୁରୁତର

 ଆଠଗଡ଼ :  ଏକ ଚଳନ୍ତା ବାଇକ୍ ଉପରେ ଗୋଟିଏ ଶୁଖିଲା ବରଗଛ ସହିତ ବିଦ୍ୟୁତ ଖୁଣ୍ଟ ଖସିପଡିବାରୁ ଦୁଇଜଣ ଗୁରୁତର ଓ ଜଣେ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି । ଗୁରୁତର ଆହତ ଦୁଇ ଜଣ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର ହୋଇଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ ଶୁକ୍ରବାର ଅପରାହ୍ନରେ କଟକରୁ ଏକ ମୋଟରସାଇକେଲରେ ଟୁକୁନା ରଣା, ନିମେଇ ରଣା ଏବଂ ରବି ସ୍ବାଇଁ ଠାକୁରାଣୀ ଘଟ ନେଇ ନିଜଘର ତିଗିରିଆ ଥାନା ଅନ୍ତର୍ଗତ ପୁରୁଣା ତିଗିରିଆ ଯାଉଥିବା ସମୟରେ ଆଠଗଡ଼ ଥାନା ଅନ୍ତର୍ଗତ ୬୫ ନମ୍ବର ରାଜ୍ୟ ରାଜପଥ ଖୁଣ୍ଟକଟା ପଞ୍ଚାୟତ ଅଧିନ ମହୀଧରପୁର ଛକରେ ହଠାତ୍ ଚଳନ୍ତା ମଟର ସାଇକେଲ ଉପରେ ଏକ ବରଗଛ ଓ ବିଦ୍ୟୁତ ଖୁଣ୍ଟ ଖସିପଡିବାରୁ ତିନିଜଣ ଗଛ ତଳେ ଚାପି ହୋଇ ରହିଥିଲେ। ଗଛ ଉପରେ ବିଦ୍ୟୁତ ଖୁଣ୍ଟ ସହିତ ତାର ଥିବା ଯୋଗୁଁ ପ୍ରଥମେ କୌଣସି ଲୋକ ସେମାନଙ୍କୁ ଉଦ୍ଧାର କରିବା ପାଇଁ ପଛଘୁଞ୍ଚା ଦେଇଥିଲେ ପରେ ବିଦ୍ୟୁତ ସଂଯୋଗ କାଟିବା ପରେ ସେହି ରାସ୍ତାଦେଇ ଯାଉଥିବା ପଥଚାରୀ ମାନଙ୍କ ସହଯୋଗରେ ଗଛକୁ କାଟି ତିନିଜଣଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ସହାୟତାରେ ଆଠଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଆଠଗଡ଼ ଡାକ୍ତରଖାନାରେ ଦୁଇ ଜଣଙ୍କର ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ କଟକ ବଡ଼ ଡ଼ାକ୍ତରଖାନା ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି। ଅନ୍ୟପଟେ ଖବର ପାଇ ଅଗ୍ନିଶମ ବିଭାଗ ଓ ଆଠଗଡ଼ ପୋଲିସ ଓ ବିଦ୍ୟୁତ ବିଭାଗର କର୍ମଚାରୀ ମାନେ  ଘଟଣା ସ୍ଥଳରେ ପହଞ୍ଚି  ରାସ୍ତାରୁ ଭାଙ୍ଗି ପଡିଥିବା ବରଗଛକୁ ହଟାଇବା ସହିତ ବିଦ୍ୟୁତ ପୋଲକୁ ଉଠାଇବା ପରେ ଗାଡ଼ି ଚଳାଚଳ ସ୍ବାଭାବିକ ହୋଇଥିଲା ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories