www.samajalive.in
Sunday, December 14, 2025
26.1 C
Bhubaneswar

ମହିଳା ସ୍ନାତକ କଲେଜରେ ମହିଳା ଦିବସ

ଆଠଗଡ :  ଆଠଗଡସ୍ଥିତ ଗୋପବନ୍ଧୁ ମହିଳା ସ୍ନାତକ କଲେଜ ଏନଏସଏସ ଆନୁକୁଲ୍ୟରେ ଶୁକ୍ରବାର ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି। ଏନଏସଏସ ଯୋଜନା ଅଧିକାରିଣୀ ଅଧ୍ୟାପିକା ବସିରା ବେଗମଙ୍କ ସଂଯୋଜନାରେ ଏହି ଉପଲକ୍ଷେ ଆୟୋଜିତ ସଭାରେ ମହିଳା କଲେଜର ପୂର୍ବତନ ଅଧ୍ୟକ୍ଷା ମମତା ମିଶ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ଲିଙ୍ଗଗତ ସମାନତା ଆଜି ଦିନର ଆହ୍ୱାନ ବୋଲି କହିବା ସହ ମହିଳାମାନେ ପୁରୁଷଙ୍କ ଭଳି ସବୁ କ୍ଷେତ୍ରରେ ନିଜର ଦକ୍ଷତା ପ୍ରଦର୍ଶନ କରି ସଫଳତାର ଶୀର୍ଷକୁ ଉଠିପାରିଛନ୍ତି ବୋଲି ମତବ୍ୟକ୍ତ କରିଥିଲେ। ଡିଜିଟାଲ ଯୁଗରେ ନାରୀର ଭୂମିକା ଉପରେ ସେ ବହୁ ଉପାଦେୟ ତଥ୍ୟ ଉପସ୍ଥାପନା କରିଥିଲେ। ଏଥିରେ ମୁଖ୍ୟବକ୍ତା ଭାବେ ଇନରହ୍ୱିଲ କ୍ଲବର ପ୍ରାକ୍ତନ ସଭାପତି କଳ୍ପଲତା ଦାଶ ଯୋଗଦେଇ ଆଜିର ନାରୀ ଆଉ ଚାରିକାନ୍ଥ ଭିତରେ ଆବଦ୍ଧ ନରହି ଏବେ ସବୁକ୍ଷେତ୍ରରେ ବିଶେଷ କରି ଶିକ୍ଷା, କ୍ରୀଡା, ପ୍ରଶାସନିକ କାର୍ଯ୍ୟ, ରାଜନୀତି କ୍ଷେତ୍ରରେ ଉଚ୍ଚ ପ୍ରତିଷ୍ଠିତ ହୋଇପାରିଛନ୍ତି ବୋଲି ପ୍ରକାଶ କରିଥିଲେ । ମହିଳାମାନଙ୍କୁ ସମାଜରେ ଉପଯୁକ୍ତ ସମ୍ମାନ ମିଳିବା ଆବଶ୍ୟକ ବୋଲି ଶ୍ରୀମତୀ ଦାଶ ମତବ୍ୟକ୍ତ କରିଥିଲେ। ଏଥିରେ ମହାବିଦ୍ୟାଳୟର ଅଧ୍ୟକ୍ଷା ସଂଗୀତା ମହାପାତ୍ର ଯୋଗଦେଇ ପୁରୁଷ ସମାଜର ଚିନ୍ତାଧାରାରେ ପରିବର୍ତ୍ତନ ହେଲେ ଯାଇଁ ନାରୀର ପୂର୍ଣ୍ଣ ବିକାଶ ସମ୍ଭବପର ହେବ ବୋଲି ମତପ୍ରକାଶ କରିଥିଲେ। ବରିଷ୍ଠ ଅଧ୍ୟାପିକା ବବିତା ସାହୁ ନିଜର ଅଭିମତ ରଖିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ କଲେଜର ସମସ୍ତ ଅଧ୍ୟାପିକା, କର୍ମଚାରୀ ଓ ଏନଏସଏସ ସ୍ୱେଚ୍ଛାସେବୀ ଛାତ୍ରୀ ଯୋଗଦାନ କରିଥିଲେ ।

Hot this week

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

Related Articles

Popular Categories