www.samajalive.in
Sunday, December 14, 2025
26.1 C
Bhubaneswar

ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଏବଂ କୋହ୍ଲାନ ବିଶ୍ବବିଦ୍ୟାଳୟ ମଧ୍ୟରେ ଚୁକ୍ତିପତ୍ର ସ୍ବାକ୍ଷର

ଗୋପାଳପୁର: ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ କୁଳପତିଙ୍କ କକ୍ଷରେ ଝାଡ଼ଖଣ୍ଡ ଚାହିବାସ କୋହ୍ଲାନ ବିଶ୍ବବିଦ୍ୟାଳୟ ଏବଂ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ମଧ୍ୟରେ ଏମଓୟୁ ସ୍ବାକ୍ଷରିତ ହୋଇଛି। ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ପକ୍ଷରୁ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ, କୁଳସଚିବ ସଚ୍ଚିଦାନନ୍ଦ ନାୟକ, ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ମନ୍ମଥ ପାଢ଼ୀ, ଆଇକ୍ୟୁଏସିର ନିର୍ଦ୍ଦେଶକ ପ୍ରଫେସର ସୁଧାକର ପାତ୍ର, ସହ ନିର୍ଦ୍ଦେଶକ ଡଃ ଲକ୍ଷ୍ମୀଧର ରାଉତ, ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ପ୍ରତାପ କୁମାର ମହାନ୍ତି, ପ୍ରଫେସର ଯୋଗେଶ୍ୱର ପାଣିଗ୍ରାହୀ, ସିଡ଼ିସି ନିିର୍ଦେଶକ ପ୍ରଫେସର୍ ସୁକାନ୍ତ ତ୍ରିପାଠୀ, ଡ଼ଃ ସତ୍ୟ ବ୍ରତ ପାତ୍ର, ଡ଼ଃ ରମାକାନ୍ତ ଭୂୟା ଉପସ୍ଥିତ ରହିଥିବା ବେଳେ କୋହ୍ଲାନ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ଗଙ୍ଗାଧର ପଣ୍ଡା ଉପସ୍ଥିତ ଥିବା ବେଳେ ଅନଲାଇନରେ କୁଳସଚିବ ପ୍ରଫେସର୍ ଜୟନ୍ତ ଶେଖର, ଡିନ ସୁରେଶ ଚନ୍ଦ୍ର ଦାସ, ପ୍ରକ୍ଟର ମସ୍ରୁର ଆଲମ୍ ଖାଁ ରହି ଉଭୟ କୁଳପତି ବୁଝାମଣାପତ୍ରରେ ସ୍ବାକ୍ଷର କରି ଆଦାନ ପ୍ରଦାନ କରିଥିଲେ। ଏହି ଅବସରରେ ଉଭୟ କୁଲପତି ପ୍ରଫେସର୍ ପଣ୍ଡା ଓ ପ୍ରଫେସର୍ ଦାଶ କହିଥିଲେ ଯେ ଶୈଖିକ,ସଂସ୍କୃୃତି ଗବେଷଣା ଉପରେ ଅଧିକ ଗୁରୁତ୍ବ ଦିଆଯିବ। ଉଭୟ ବିଶ୍ଵବିଦ୍ୟାଳୟ ଅଧୀନରେ ଆଦିବାସୀ ବହୁଳ ରହିଥିବା ବେଳେ ଛାତ୍ର ଛାତ୍ରୀ ଅଧ୍ୟାପକ ମାନେ ଆଦାନ ପ୍ରଦାନ ବିନିିମୟ କରାଯିବ ଯାହା ଦ୍ଵାରା ଛାତ୍ରଛାତ୍ରୀ ଉତ୍ତମ ଶିକ୍ଷା ଓ ଗବେଷଣା କରି ବିଶ୍ଵ ସ୍ତରରେ ପରିଚିତ ହୋଇପାରିବେ ବୋଲି। ଏହି ଚୁୁକ୍ତି ୫ ବର୍ଷ ପାଇଁ କରାଯାଇଛି।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories