ଗୁଣପୁର: ରାୟଗଡା ଜିଲ୍ଲା ଗୁଣପୁର ଉପଖଣ୍ଡ ଚିକିତ୍ସାଳୟର ହେବ ଭିତ୍ତିଭୂମିର ବିକାଶ। ପାଞ୍ଚ ମହଲା ବିଶିଷ୍ଟ କୋଠା ନିର୍ମାଣ ହେବ। ଏଥିପାଇଁ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିପାଇଁ ଖର୍ଚ୍ଚ ହେବ ୧୯ କୋଟିରୁ ଉର୍ଦ୍ଧ୍ବ ଟଙ୍କା। ଏହି ଖବର ହସ୍ତଗତ ହେବା ପରେ ସମଗ୍ର ଗୁଣୁପୁର ଉପଖଣ୍ଡରେ ଖୁସିର ଲହରୀ ଖେଳିଯାଇଛି। ରାଜ୍ୟ ସରକାରଙ୍କୁ ଏଥିପାଇଁ ଧନ୍ୟବାଦ ଅର୍ପଣ କରିଛନ୍ତି ଗୁଣୁପୁର ବାସିନ୍ଦା। ଅନ୍ୟପକ୍ଷରେ ଦୀର୍ଘ ବର୍ଷ ଧରି ଏଠାରେ ବିଶେଷଜ୍ଞ ଡାକ୍ତର ନିଯୁକ୍ତ ହୋଇ ନଥିବାରୁ ଚିକିତ୍ସା ସେବା ଏକ ପ୍ରକାର ବିପର୍ୟ୍ୟସ୍ତ ହୋଇ ପଡିଛି। ତେଣୁ ଖାଲି କୋଠାବାଡ଼ି ନିର୍ମାଣ କରିଦେଲେ କଣ ହେବ ଯଦି ଡାକ୍ତର ନାହାନ୍ତି ବୋଲି ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
Popular Categories



