www.samajalive.in
Friday, December 12, 2025
27.1 C
Bhubaneswar

ମାଲେଗାଓ ବ୍ଲାଷ୍ଟ ମାମଲା: ପୁରୋହିତ- ସାଧ୍ୱୀ ପ୍ରଜ୍ଞାଙ୍କ ସମେତ ୭ଅଭିଯୁକ୍ତ

ନୂଆଦିଲ୍ଲୀ: ମାଲେଗାଓ ବିସ୍ଫୋରଣରେ ଅଭିଯୁକ୍ତଙ୍କ ବିରୋଧରେ ଆତଙ୍କବାଦୀ କାର୍ଯ୍ୟକଳାପର ଯୋଜନା ପ୍ରସ୍ତୁତ କରିବା ଅଭିଯୋଗରେ ଆରୋପ ପ୍ରସ୍ତୁତ ହୋଇଛି। ଏନଆଇଏ କୋର୍ଟ ଦ୍ୱାରା ଅଭିଯୁକ୍ତଙ୍କ ବିରୋଧରେ ଆତଙ୍କବାଦୀ କାର୍ଯ୍ୟକଳାପ ଓ ହତ୍ୟା ଅଭିଯୋଗ ଉପରେ ଆପିସି ଧାରାରେ ସେମାନଙ୍କ ଉପରେ ମାମଲା ଚାଲିବ। ସୋମବାର ମୁମ୍ବଇ ଉଚ୍ଚ ନ୍ୟାୟାଳୟ ପକ୍ଷରୁ କର୍ଣ୍ଣେଲ ପୁରୋହିତଙ୍କ ଉପରେ ଆରୋପ ପ୍ରକ୍ରିୟା ଉପରେ ରହିତା ଦେଶ ଜାରି କରିବାକୁ ଖାରଜ କରି ଦେଇଥିଲେ। ସାଧ୍ୱୀ ପ୍ରଜ୍ଞା ଓ କର୍ଣ୍ଣେଲ ପୁରୋହିତଙ୍କ ଉପରେ ମଙ୍ଗଳବାର ଆଇପିସି ଧାରାରେ ସେମାନଙ୍କ ଉପରେ ମାମଲା ରୁଜୁ ହୋଇଛି।
ମଙ୍ଗଳବାର ସେସନ ଜଜ୍‍ ବିଏସ ପଡଲକର ତାଙ୍କ ରାୟରେ ସମସ୍ତ ଅଭିଯୁକ୍ତ ଅଭିନବ ଭାରତ ସଂସ୍ଥାର ସଦସ୍ୟ ବୋଲି ସ୍ୱୀକାର କରିଛନ୍ତି। ସେମାନେ ମାଲେଗାଓ ବ୍ଲାଷ୍ଟରେ ଅଭିଯୁକ୍ତ। ଏହି ବିସ୍ଫୋରଣରେ ୬ଜଣ ପ୍ରାଣ ହରାଇ ଥିଲେ। ଏହି ମାମଲାରେ ୭ଜଣଙ୍କୁ ଅଭିଯୁକ୍ତ ତାଲିକାରେ ରଖିଛନ୍ତି ମାନ୍ୟବର କୋର୍ଟ। ସେମାନେ ହେଲେ ସାଧ୍ୱୀ ପ୍ରଜ୍ଞା, ରମେଶ ଉପାଧ୍ୟାୟ, ସମୀର କୁଲକର୍ଣ୍ଣି, କର୍ଣ୍ଣେଲ ପୁରୋହିତ, ସୁଧାକର ଦ୍ୱିବେଦୀ, ସୁଧାକର ଚର୍ତୁବେଦୀ ଓ ଅଜୟ ରାହିରକର।
ଅବଶ୍ୟ ଉପରୋକ୍ତ ଅଭିଯୁକ୍ତମାନେ ପୂର୍ବରୁ ସେମାନଙ୍କ ନାମରେ ରୁଜୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସୁପ୍ରିମ କୋର୍ଟ ମଧ୍ୟ ଅଭିନବ ଭାରତ ସଂଗଠନ କୌଣସି ଆତଙ୍କବାଦୀ ସଂଗଠନ ନୁହେଁ ବୋଲି ରାୟ ଦେଇଛି। ଏହି ମାମଲାରେ ପରବର୍ତ୍ତୀ ଶୁଣାଣି ୨ନଭେମ୍ବରରେ ହେବ।

Hot this week

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

Related Articles

Popular Categories