www.samajalive.in
Saturday, December 13, 2025
26.1 C
Bhubaneswar

ଆମେରିକା ଗୁଇନ୍ଦା ରିପୋର୍ଟ, ପାକିସ୍ତାନ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରେ ଭାରତ

ନୂଆଦିଲ୍ଲୀ: ​ଗୁରୁବାର ଆମେରିକା ଗୁଇନ୍ଦା ବିଭାଗର ଏକ ରିପୋର୍ଟ ସେଠାକାର କଂଗ୍ରେସକୁ ପ୍ରଦାନ କରାଯାଇଛି। ଏହି ରିପୋର୍ଟ ଅନୁଯାୟୀ ଯଦି ପାକିସ୍ତାନ ସମର୍ଥିତ ଆତଙ୍କବାଦୀ କାଶ୍ମୀର କିମ୍ବା ଭାରତ ଅନ୍ୟ କୌଣସି ଅଞ୍ଚଳରେ ଆକ୍ରମଣ କରନ୍ତି ତେବେ ଭାରତରେ ଶାସନ କରୁଥିବା ନରେନ୍ଦ୍ର ମୋଦୀଙ୍କ ସରକାର ପାକିସ୍ତାନ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ସମ୍ଭାବନା ରହିଛି।

ଆମେରିକା ଗୁଇନ୍ଦା ସଂସ୍ଥା ତରଫରୁ ଜାରି ରିପୋର୍ଟରେ ଭାରତ ସହ ଦୁଇ ପଡ଼ୋଶୀ ପାକିସ୍ତାନ ଓ ଚୀନ୍‌ର ସମ୍ପର୍କ ନେଇ କେତେକ ତଥ୍ୟ ପ୍ରଦାନ କରାଯାଇଛି। ଉଭୟ ପାକିସ୍ତାନ ଓ ଚୀନ୍‌ ସହ ଭାରତର ସମ୍ପର୍କର ତିକ୍ତତା ରହିଥିବା ରିପୋର୍ଟରେ ଦର୍ଶାଯାଇଛି। ତେବେ ଭାରତ ଓ ପାକିସ୍ତାନ ମଧ୍ୟରେ ଥିବା ତିକ୍ତତାକୁ ନେଇ ରିପୋର୍ଟରେ ଚିନ୍ତାବ୍ୟକ୍ତ କରାଯାଇଛି। ଉଭୟ ଭାରତ ଓ ପାକିସ୍ତାନ ଆଣବିକ ଶକ୍ତିସମ୍ପନ୍ନ ରାଷ୍ଟ୍ର ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ବିବାଦ ରହିଛି। ଦୁଇ ଦେଶର ସେନା ମଧ୍ୟରେ ହୋଇଥିବା ବୁଝାମଣା ଅନୁଯାୟୀ ସୀମାରେ ଶାନ୍ତି ରହିଛି। ତେବେ ଯଦି ପାକିସ୍ତାନ ସମର୍ଥିତ ଆତଙ୍କବାଦୀ କାଶ୍ମୀର କିମ୍ବା ଭାରତର ଅନ୍ୟ କୌଣସି ସ୍ଥାନରେ ଆତଙ୍କବାଦୀ ଆକ୍ରମଣ କରିବେ ତେବେ ମୋଦୀ ସରକାର ପାକିସ୍ତାନ ବିରୋଧରେ ସେନା ବ୍ୟବହାର କରିବାକୁ ପଛାଇବ ନାହିଁ।

- Advertisement -

ସେହିପରି ଚୀନ୍‌ ସହ ଭାରତର ସମ୍ପର୍କକୁ ନେଇ ରିପୋର୍ଟରେ ଦର୍ଶାଯାଇଛି ଯେ ୨୦୨୦ ଗଲୱାନ୍‌ ସଂଘର୍ଷ ପରେ ଏହି ଦୁଇ ଦେଶ ମଧ୍ୟରେ ତିକ୍ତତା ବଢ଼ି ଯାଇଥିଲା। ଇତିମଧ୍ୟରେ ଆଲୋଚନା ମାଧ୍ୟମରେ ଉଭୟ ଦେଶ କେତେକ ଅଞ୍ଚଳରେ ଥିବା ସୀମା ସମସ୍ୟାର ସମାଧାନ କରି ପାରିଥିବା ବେଳେ ଅନ୍ୟ କେତେକ ସ୍ଥାନରେ ବିବାଦୀୟ ସ୍ଥିତି ଲାଗି ରହିଛି। ଭାରତ ଓ ଚୀନ୍‌ ମଧ୍ୟରେ ଥିବା ସୀମା ବିବାଦର ସମାଧାନ ପାଇଁ ଆମେରିକାର ହସ୍ତକ୍ଷେପ ଆଶବ୍ୟକ ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories