www.samajalive.in
Sunday, December 14, 2025
16.1 C
Bhubaneswar

ପ୍ରୋ ଲିଗ୍‌ ହକି: ଭାରତ-ଜର୍ମାନୀ ମୁକାବିଲା ଆଜି

ରାଉରକେଲା: ଘରୋଇମାଟିରେ ବିଶ୍ବକପ୍‌ରେ ନୈରାଶ୍ୟଜନକ ପ୍ରଦର୍ଶନ ପରେ ଶୁକ୍ରବାର ଭାରତୀୟ ପୁରୁଷ ହକି ଦଳ ପଡ଼ିଆକୁ ଓହ୍ଲାଇବ। ରାଉରକେଲାର ବିର୍ସା ମୁଣ୍ଡା ଆନ୍ତର୍ଜାତିକ ହକି ଷ୍ଟାଡିୟମ୍‌ରେ ବିଶ୍ବ ଚମ୍ପିଆନ୍ ଜର୍ମାନୀ ବିପକ୍ଷରେ ଭାରତ ପ୍ରଥମ ମ୍ୟାଚ୍‌ ଖେଳିବ। ବିଶ୍ବକପ୍‌ ଖେଳିଥିବା ଭାରତୀୟ ଦଳରେ ବେଶ୍‌ କିଛି ପରିବର୍ତ୍ତନ ହୋଇଛି। ମନଦୀପ ସିଂହ, ଆକାଶଦୀପ ସିଂହ ଓ ଓଡ଼ିଶାର ଅମିତ ରୋହିଦାସଙ୍କ ପରି ବରିଷ୍ଠ ଖେଳାଳିଙ୍କୁ ଦଳରେ ନିଆ ଯାଇନାହିଁ। ବିବାହ ପାଇଁ କ୍ରିଷନ୍ ବାହାଦୁର ପାଠକ ମଧ୍ୟ ଏହି ଟୁର୍ଣ୍ଣାମେଣ୍ଟ ଖେଳୁନାହାନ୍ତି। ବିଶ୍ବକପ୍‌ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲୀୟ ପ୍ରଶିକ୍ଷକ ଗ୍ରାହାମ୍ ରିଡ୍‌ଙ୍କ ଇସ୍ତଫା ପରେ ଦକ୍ଷିଣ ଆଫ୍ରିକାର କ୍ରେଗ୍‌ ଫୁଲ୍‌ଟନ ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ନିଯୁକ୍ତ ହୋଇଛନ୍ତି। ହରମନପ୍ରୀତ ସିଂହ ଦଳର ନେତୃତ୍ବ ନେଉଥିବା ବେଳେ ଆହତ ହୋଇ ବିଶ୍ବକପ୍‌ର ମାତ୍ର ୨ଟି ମ୍ୟାଚ୍‌ ଖେଳିଥିବା ହାର୍ଦିକ ସିଂହ ଉପଅଧିନାୟକ ଅଛନ୍ତି।

ଦୁଇ ବରିଷ୍ଠ ଖେଳାଳି ଗୋଲ୍‌ରକ୍ଷକ ପି.ଆର୍. ଶ୍ରୀଜେଶ ଓ ପୂର୍ବତନ ଅଧିନାୟକ ମନପ୍ରୀତ ସିଂହ ଦଳରେ ଅଛନ୍ତି। କନିଷ୍ଠ ଦଳ ପାଇଁ ଖେଳିଥିବା ବିଷ୍ଣୁକାନ୍ତ ସିଂହଙ୍କୁ ପ୍ରଥମଥର ବରିଷ୍ଠ ଦଳରେ ସ୍ଥାନ ଦିଆ ଯାଇଥିବା ବେଳେ ଦିଲପ୍ରୀତ ସିଂହ, ଏସ୍. କାର୍ତ୍ତି, ସୁମିତ, ମନ୍‌ଜିତ ଓ ଗୁରାଜାନ୍ତ ସିଂହ ଦଳକୁ ଫେରିଛନ୍ତି। ପ୍ରୋ ଲିଗ୍‌ରେ ଅଦ୍ୟାବଧି ଭାରତ ୪ଟି ମ୍ୟାଚ୍‌ ଖେଳି ୨ଟି ବିଜୟ, ଗୋଟିଏ ସୁଟ୍‌ଆଉଟ୍‌ରେ ବିଜୟ ଓ ଗୋଟିଏ ପରାଜୟ ସହ ୮ ପଏଣ୍ଟ ପାଇ ଭାରତ ୪ର୍ଥ ସ୍ଥାନରେ ରହିଛି। ଗତ ଜାନୁଆରୀରେ ଭୁବନେଶ୍ବରରେ ଖେଳା ଯାଇଥିବା ବିଶ୍ବକପ୍‌ ଫାଇନାଲରେ ବେଲ୍‌ଜିୟମ୍‌କୁ ହରାଇ ଚମ୍ପିଆନ୍ ହୋଇଥିବା ଜର୍ମାନୀ ଏବେ ୫ମ ସ୍ଥାନରେ ରହିଛି। ଭାରତ ପରି ଏହା ୪ଟି ମ୍ୟାଚ୍‌ ଖେଳି ୨ଟି ବିଜୟ, ଗୋଟିଏ ସୁଟ୍‌ଆଉଟ୍‌ରେ ବିଜୟ ଓ ଗୋଟିଏ ପରାଜୟ ସହ ୮ ପଏଣ୍ଟ ପାଇଛି। ବିଶ୍ବ ଚମ୍ପିଆନ୍ ଦଳରେ ଅଧିକାଂଶ ଖେଳାଳି ଜର୍ମାନୀ ଦଳରେ ରହିଛନ୍ତି। ମାଟ୍‌ସ ଗ୍ରାମ୍‌ବୁସ୍‌ ଦଳର ନେତୃତ୍ବ ନେଉଥିବା ବେଳେ ଟମ୍ ଗ୍ରାମ୍‌ବୁସ୍‌, ଗୋଞ୍ଜାଲୋ ପେଇଲାଟ୍‌, ଆଲେକ୍‌ଜାଣ୍ଡର ଷ୍ଟାଡ୍‌ଲର, ମାର୍ଟିନ୍ ଜ୍ବିକର, ଥିଏସ୍ ପ୍ରିଞ୍ଜ୍‌ଙ୍କ ପରି ଅଭିଜ୍ଞ ଖେଳାଳି ଜର୍ମାନୀ ଦଳରେ ଅଛନ୍ତି। ଜର୍ମାନୀ ପରି ଶକ୍ତିଶାଳୀ ଦଳକୁ ପରାସ୍ତ କରିବାକୁ ହେଲେ ଭାରତକୁ ଆକ୍ରମଣାତ୍ମକ ହକି ଖେଳିବାକୁ ପଡ଼ିବ। ଘରୋଇ ଦର୍ଶକଙ୍କ ସମର୍ଥନ ଭାରତ ପଛରେ ରହିବ। ଜର୍ମାନୀକୁ ପ୍ରଥମ ମ୍ୟାଚ୍‌ରେ ପରାସ୍ତକଲେ ଭାରତର ମନୋବଳ ବେଶ୍‌ ବଢ଼ିଯିବ। ଭାରତ, ଜର୍ମାନୀ ଓ ଅଷ୍ଟ୍ରେଲିଆ ପରସ୍ପର ବିପକ୍ଷରେ ୨ ଥର ଲେଖାଏଁ ଖେଳିବେ। ଭାରତକୁ ଗୋଲ୍‌ଦେବା ସୁଯୋଗର ସଦ୍‌ବ୍ୟବହାର କରିବାକୁ ପଡ଼ିବ। ଭାରତୀୟ ଫରୱାର୍ଡ ଲାଇନ୍‌ରେ ସେପରି ଅଭିଜ୍ଞତା ନାହିଁ। ଅଭି‌େ​ଷକ ଓ ସୁଖଜିତ ବିଶ୍ବକପ୍‌ ଖେଳିଥିଲେ ହେଁ ପ୍ରଭାବ ପକାଇ ପାରିନଥିଲେ। ଜର୍ମାନୀକୁ ୨ ଥର ପରାସ୍ତ କରିବା ନିଶ୍ଚୟ କଷ୍ଟକର। ହେଲେ ଅଷ୍ଟ୍ରେଲିଆ ପୂର୍ଣ୍ଣ ଶକ୍ତିରେ ନଥିବାରୁ ଏହାର ଫାଇଦା ଉଠାଇବାକୁ ଭାରତ ଚାହିଁବ। ମ୍ୟାଚ୍‌କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ସନ୍ଧ୍ୟାରେ ଉଦ୍‌ଘାଟନ କରିବେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories