www.samajalive.in
Saturday, December 13, 2025
26.1 C
Bhubaneswar

ଆଠଗଡ଼ରେ ୧୭୩୮ ଓ ରେଙ୍ଗାଲି ବ୍ଲକରେ ୬୮୫ ମାଟ୍ରିକ ପରୀକ୍ଷାର୍ଥୀ

ଆଠଗଡ଼/ରେଙ୍ଗାଲି: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଚଳିତବର୍ଷର ମାଟ୍ରିକ ପରୀକ୍ଷାରେ ଆଠଗଡ଼ ବ୍ଲକର ୧୧ଟି କେନ୍ଦ୍ରରେ ମୋଟ ୧୭୩୮ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ ବୋଲି ଜଣାପଡ଼ିଛି। ଆଠଗଡ଼ର ବିଶ୍ୱନାଥ ବିଦ୍ୟାପୀଠ ପ୍ରଶ୍ନପତ୍ନର ନୋଡାଲ କେନ୍ଦ୍ର ହୋଇଥିବାବେଳେ ଏଠାରୁ ୧୦ଟି କେନ୍ଦ୍ରକୁ ପ୍ରତି ପରୀକ୍ଷା ଦିନ ପ୍ରଶ୍ନପତ୍ର ୩ଟି ଗାଡିରେ ପୁଲିସ ସୁରକ୍ଷା ମଧ୍ୟରେ ପଠାଇବାର ବ୍ୟବସ୍ଥା କରାଯାଇଛି। ପ୍ରଶ୍ନପତ୍ର ନୋଡାଲ କେନ୍ଦ୍ର ଭାରପ୍ରାପ୍ତ ଅଧିକାରୀ ଭାବେ ପ୍ରଧାନଶିକ୍ଷକ୍ଷକ ଅମର କୁମାର ମହାରଣା ଓ ସହକାରୀ ଅଧିକାରୀ ଭାବେ ଶିକ୍ଷକ କାଶୀନାଥ ସାହୁୁ ଏବଂ ତହସିଲଦାର ପ୍ରିୟବ୍ରତ ଦାସ ପର୍ୟ୍ୟବେକ୍ଷକ ଭାବେ ଦାୟିତ୍ୱ ନିର୍ବାହ କରୁଛନ୍ତି। ବିଶ୍ୱନାଥ ବିଦ୍ୟାପୀଠ କେନ୍ଦ୍ରରେ ୪ଟି ବିଦ୍ୟାଳୟର ମୋଟ ୨୨୦ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ସେହିପରି ସରକାରୀ ବାଳିକା ହାଇସ୍କୁଲରେ ୨୦୯ ପରୀକ୍ଷାର୍ଥୀ, ବେଣ୍ଟପଦା ହାଇସ୍କୁଲରେ ୧୪୮, ମାଧବପୁରସ୍ଥିତ ସରକାରୀ ବାଳିକା ହାଇସ୍କୁଲରେ ୧୦୩, କୁଲାଇଲୋର ଏଡିଏସ୍‌‌ ବିଦ୍ୟାପୀଠରେ ୧୨୯, ଖୁଣ୍ଟୁଣୀସ୍ଥିତ ରାଧାନାଥ ବିଦ୍ୟାପୀଠରେ ୧୧୭, ବାଳିର ଏସଏସ ବିଦ୍ୟାପୀଠରେ ୧୪୭, ଖୁଣ୍ଟୁକଟା ନୋଡାଲ ହାଇସ୍କୁଲରେ ୧୬୨, ଅରଖପାଟଣାସ୍ଥିତ ଲୋକନାଥ ବିଦ୍ୟାପୀଠରେ ୧୪୫, ଗୁରୁଡ଼ିଝାଟିଆ ବାଳିକା ହାଇସ୍କୁଲରେ ୧୮୦ ଏବଂ କଟକିଆସାହିସ୍ଥିତ ସର୍ପେଶ୍ୱର ବିଦ୍ୟାପୀଠରେ ୧୭୮ଜଣ ପରୀକ୍ଷାର୍ଥୀଙ୍କୁ ମିଶାଇ ଆଠଗଡ଼ ବ୍ଲକରେ ମୋଟ ୧୭୩୮ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ଏହିସବୁ କେନ୍ଦ୍ର ମଧ୍ୟରୁ କେବଳ ଗୁରୁଡ଼ିଝାଟିଆ ବାଳିକା ବିଦ୍ୟାଳୟ ଓ ସର୍ପେଶ୍ୱର ବିଦ୍ୟାପୀଠର ପ୍ରଶ୍ନପତ୍ରକୁ ଛାଡି ବାକି ୯ଟି କେନ୍ଦ୍ର ଏବଂ ଟାଙ୍ଗି ଚୌଦ୍ୱାର ବ୍ଲକ ଅଧିନ କଖଡି ହାଇସ୍କୁଲକୁ ବିଶ୍ୱନାଥ ବିଦ୍ୟାପୀଠରୁ ପ୍ରଶ୍ନପତ୍ର ପ୍ରେରଣ ପାଇଁ ବ୍ୟବବସ୍ଥା କରାଯାଇଥିବା ନୋଡାଲ କେନ୍ଦ୍ର ଅଧିକାରୀ ଶ୍ରୀ ମହାରଣାଙ୍କ ସୁତ୍ରରୁ ପ୍ରକାଶ।

ସେହିପରି ରେଙ୍ଗାଲି ବ୍ଲକରେ ମୋଟ ୬୮୫ ଜଣ ପରୀକ୍ଷାର୍ଥୀ ୫ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବେ ବୋଲି ବିଭାଗୀୟ ସୁତ୍ରରୁ ପ୍ରାପ୍ତ ସୂଚନାରୁ ଜଣାପଡିଛି। ୬୮୫ ଜଣ ମଧ୍ୟରୁ ୬୭୨ ଜଣ ରେଗୁଲାର୍ ପରୀକ୍ଷାର୍ଥୀ ହୋଇଥିବା ବେଳେ ୧୩ ଜଣ ଏକ୍ସ୍ ରେଗୁଲାର ପରୀକ୍ଷାର୍ଥୀ ଅଛନ୍ତି। ପରୀକ୍ଷା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଚୁଡାନ୍ତ ହୋଇ ସାରିଥିବା ପ୍ରକାଶ। ଡିପିଏ ନୋଡାଲ୍ ହାଇସ୍କୁଲ ରେ ୮୬ ଜଣ। ଲଇଡା ହାଇସ୍କୁଲ ରେ ୧୦୩ ଜଣ। କତରବଗା ହାଇସ୍କୁଲ ରେ ୧୩୬ ଜଣ। ଲପଙ୍ଗା ହାଇସ୍କୁଲ ରେ ୧୪୮ଜଣ ଏବଂ ନୁଆଁ ରମ୍ପେଲା ନୋଡ଼ାଲ ହାଇସ୍କୁଲ ରେ ୨୧୦ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ ବୋଲି ପ୍ରାପ୍ତ ସୂଚନାରୁ ପ୍ରକାଶ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories