www.samajalive.in
Saturday, December 13, 2025
26.1 C
Bhubaneswar

ବାରହା ଆକ୍ରମଣରେ ଦୁଇ ଜଣ ଗୁରୁତର

ଆଠଗଡ଼: ଆଠଗଡ଼ ଥାନା ଅନ୍ତର୍ଗତ ଲକ୍ଷ୍ମୀ ନାରାୟଣପୁର ଗ୍ରାମର ଦୁଇଜଣ ବ୍ୟକ୍ତି ଗୁରୁବାର ଅପରାହ୍ନରେ ବାରହା ଆକ୍ରମଣରେ ଗୁରୁତର ଆହତ ହୋଇଥିବା ଜଣାପଡିଛି। ସେହି ଗ୍ରାମର ଜୟଦେବ ନାୟକଙ୍କ ପୁଅ ଗଜେନ୍ଦ୍ର ନାୟକ ଏବଂ ବିଭୁତି ସାହାଣୀଙ୍କ ପୁଅ ଶୁଭାଶିଷ ସାହାଣୀ ଅପରାହ୍ନରେ ପୋଟଳ ବିଲରେ କାମ କରୁଥିବା ବେଳେ ଅଙ୍ଗାରୁଆ ପାହାଡ଼ରୁ ଗୋଟିଏ ବାରହା ଆସି ହଠାତ୍ ଦୁଇ ଜଣଙ୍କୁ ଆକ୍ରମଣ କରିଥିଲା। ଫଳରେ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ହୋଇ ଯାଇଛି। ଗଜେନ୍ଦ୍ରଙ୍କ ଦୁଇ ଗୋଡ଼ ଏବଂ ଶୁଭାଶିଷଙ୍କ ହାତରେ ଗଭୀର କ୍ଷତ ସୃଷ୍ଟି ହୋଇଥିବା ଜଣାପଡିଛି। ଅବସ୍ଥା ଗୁରୁତର ହେବାରୁ ଉଭୟଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି ବୋଲି ଆଠଗଡ଼ ଡ଼ାକ୍ତରଖାନା ସୁତ୍ରରୁ ଜଣାପଡିଛି। ଉଭୟ ଗୁରୁତର ଆହତଙ୍କୁ ବନ ବିଭାଗ ପକ୍ଷରୁ ନିୟମ ଅନୁସାରେ ସହାୟତା ଯୋଗାଇ ଦିଆଯିବ ବୋଲି ଆଠଗଡ଼ ବନବିଭାଗ ପକ୍ଷରୁ କୁହାଯାଇଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories