ଚୌଦ୍ୱାର: ଟାଙ୍ଗୀ-ଚୌଦ୍ୱାର ବ୍ଲକ ବାଣୀପଦା ପଞ୍ଚାୟତରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। କଟକ ସାଂସଦ ଭତ୍ତୃହରି ମହତାବ ଏହି କାର୍ୟ୍ୟକ୍ରମରେ ଅତିଥି ଭାବେ ଯୋଗଦେଇ ୧୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ପଞ୍ଚାୟତ ଅଭ୍ୟର୍ଥନା ଗୃହର ଶୁଭ ଉଦ୍ଘାଟନ କରିଥିଲେ। ଏଥି ସହିତ ଅମୃତ ସରୋବର ଯୋଜନାରେ ୧୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ପଞ୍ଚାୟତର ପୋଖରୀ ନବିକରଣ କାର୍ୟ୍ୟ ଏବଂ ବାଲୁଙ୍କେଶ୍ୱର ବିଦ୍ୟାପୀଠରେ ପିଲା ମାନଙ୍କ ପାଇଁ ୧୦ ଲକ୍ଷ ଟଙ୍କା ବ୍ୟୟରେ ପ୍ରସ୍ତାବିତ ଡାଇନିଂ ହଲର ଶିଳାନ୍ୟାସ କରିଥିଲେ।ବିଜେଡ଼ି ଜିଲା ଉପ ସଭାପତି ପ୍ରେମଚାନ୍ଦ ନାୟକ, ସ୍ଥାନୀୟ ସରପଞ୍ଚ ଦିଲ୍ଲିପ ତରାଇ, ଜିଲା ପରିଷଦ ସଦସ୍ୟ ଜ୍ୟୋତ୍ସ୍ାରାଣୀ ସୁବୁଦ୍ଧିରାୟ, ଲକ୍ଷ୍ମଣ ରାଉତ,ତୀର୍ଥନନ୍ଦ ସୁବୁଦ୍ଧିରାୟ, ରଞ୍ଜନ ପରିଡ଼ା ପ୍ରମୁଖ କାର୍ୟ୍ୟକ୍ରମରେ ଅତିଥି ଭାବେ ଯୋଗଦେଇଥିଲେ। ସ୍ଥାନୀୟ ଯୁବକ ଓ ପଞ୍ଚାୟତ ବାସୀଙ୍କ ତରଫରୁ ଏକ ବାଇକ୍ ରାଲିରେ ସାଂସଦ ଶ୍ରୀ ମହତାବଙ୍କୁ ପଞ୍ଚାୟତର ବିଭିନ୍ନ ଅଞ୍ଚଳ ପରିକ୍ରମା କରାଯିବା ପରେ ସାଂସଦ ଓ ଅତିଥି ମାନେ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ପ୍ରତିମୁର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ।ବିଭିନ୍ନ ସରକାରୀ ଯୋଜନା ସଫଳତାର ସହିତ ଉପଯୋଗ କରି ପଞ୍ଚାୟତଟି ବିକାଶ ଧାରାରେ ସାମଲ ହୋଇ ଆଦର୍ଶ ପଞ୍ଚାୟତ ହୋଇ ପାରି ଥିବାରୁ ସାଂସଦ ଶ୍ରୀ ମହତାବ ପଞ୍ଚାୟତବାସୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
Popular Categories



