www.samajalive.in
Sunday, December 14, 2025
16.1 C
Bhubaneswar

ସମଲେଶ୍ଵରୀ ମନ୍ଦିର ପ୍ରତିଷ୍ଠା ମହୋତ୍ସବରେ କଳସ ଶୋଭାଯାତ୍ରା

ରେଙ୍ଗାଲି: ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ନିକଟସ୍ଥ ଲାରିପାଲି ଗ୍ରାମରେ ନବନିର୍ମିତ ସମଲେଶ୍ଵରୀ ମନ୍ଦିରର ପ୍ରତିଷ୍ଠା ମହୋତ୍ସବର ଶୁଭାରମ୍ଭ ହୋଇଛି। ବୈଦିକ ରୀତିରେ ଅଙ୍କୁରାରୋପଣ କରାଯାଇ ସନ୍ଧ୍ୟାରେ ଭବ୍ୟ କଳସଯାତ୍ରା ବାହାରିଥିଲା। ଗ୍ରାମ୍ୟ ପୁଷ୍କରିଣୀ ରୁ ପବିତ୍ର ଜଳ ଅଣାଯାଇ କଳସ ଅଧିବାସ ବିଧି ସମ୍ପନ୍ନ କରାଗଲା ପରେ ଅନ୍ନ ଅଧିବାସ କରାଯାଇଥିଲା। ପଣ୍ଡିତ ସୁରେନ୍ଦ୍ର ମିଶ୍ର ମୁଖ୍ୟ ପୂଜକ ଦାୟିତ୍ବ ତୁଲାଇ ଥିବା ବେଳେ ପ୍ରତିଷ୍ଠା ମହୋତ୍ସବ ରେ ସୁବାସ ଚନ୍ଦ୍ର ମିଶ୍ର, ଶୁକଦେବ ସାହୁ, ସରୋଜ ମିଶ୍ର, ବାବୁଲାଲ ମିଶ୍ର, ସୂର୍ୟ୍ୟକୁମାର ମିଶ୍ର, ମଣ୍ଟୁ ଷଢଙ୍ଗୀ, ଦୁଃଖନାଶନ ମିଶ୍ର ଦିଲ୍ଲିପ ଷଣ୍ଢ ଏବଂ ବୀରକିଶୋର ଦାସ କର୍ତ୍ତା ଦାୟିତ୍ବ ତୁଲାଉଛନ୍ତି। ଆଜି କଳସ ଅଧିବାସ ଅବସରେ ରାତିରେ ଛତିଶଗଡର ଉର୍ମିଲା ଦାସ ଏବଂ ବରଗଡ ପାଇକମାଲର ସୀତାବତି କୁମ୍ଭାର ସଂଚାର ପରିବେଷଣ କରିଥିଲେ। ଆସନ୍ତା ୧୨ ତାରିଖ ଦିନ ମନ୍ଦିର ପ୍ରତିଷ୍ଠା ମହୋତ୍ସବର ପୂର୍ଣାହୂତି ପ୍ରଦାନ କରାଯିବ। ଏହି ଅବସରରେ ପ୍ରତିଦିନ ଦିଲ୍ଲୀର ଝାଙ୍କି ରାମାୟଣ, ସଂଚାର, କୃଷ୍ଣ ଗୁରୁଭଜନ, ବନ୍ଦିତା ଦାସ ଓ ସାଥିଙ୍କ ପାରାୟଣ ଆଦି ବିଭିନ୍ନ ପ୍ରକାରର ସାଂସ୍କୃତିକ ଓ ଆଧ୍ୟାତ୍ମିକ କାର୍ୟ୍ୟକ୍ରମ ଆୟୋଜିତ ହେବାର କାର୍ୟ୍ୟକ୍ରମ ରହିଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories