ରେଙ୍ଗାଲିକ୍ୟାମ୍ପ: ଅତାବିରାରେ ଗତକାଲି ହୋଲି ଅବସରରେ ରଙ୍ଗ ଖେଳିବା ପାଇଁ ସାଙ୍ଗସାଥୀ ମେଳରେ ନିରଞ୍ଜନ ବାହାରି ଯାଇଥିଲେ ଘରୁ ହେଲେ ଆଉ ଫେରି ନଥିଲେ। ରଙ୍ଗ ଖେଳି ସାରି ଘରକୁ ଫେରିବା ବାଟରେ ନିରଞ୍ଜନ ମାଝୀ (ଅଜୟ) ଏକ ବାଇକରେ ଫେରୁଥିବା ବେଳେ ଟେଲିଫୋନ ଏକ୍ସଚେଞ୍ଜ ଛକ ସମ୍ମୁଖରେ ହିରୋ ସୋ ରୁମ୍ ନିକଟରେ ଏକ ଅଜଣା ବାଇକ୍ ଧକ୍କାରେ ବିଲ ଭିତରକୁ ଛିଟିକି ପଡ଼ିଥିଲେ। ଖବର ପାଇଁ ଅତାବିରା ଥାନା ଅଧିକାରୀ ଘଟଣାସ୍ଥଳରେ ପହଂଚିବା ବେଳକୁ ନିରଞ୍ଜନଙ୍କ ମୃତ୍ୟୁ ହୋଇ ସାରିଥିଲା। ମୃତଦେହକୁ ଜବତ କରି ପୋଲିସ ବ୍ୟବଚ୍ଛେଦ ପାଇଁ ବରଗଡକୁ ପଠାଇଥିଲା। ଆଜି ଶବ ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାରକୁ ହସ୍ତାନ୍ତର କରାଯାଇଥିଲା।
Popular Categories



