www.samajalive.in
Saturday, December 13, 2025
18.1 C
Bhubaneswar

ସମାଜସେବୀ ଧାମନଗର କଂଗ୍ରେସ ଦଳର ପୂର୍ବତନ ବ୍ଲକ ସଭାପତି ରାମଚନ୍ଦ୍ର ଦାଶଙ୍କ ପରଲୋକ

ଦୋବଲ : ଧାମନଗର ବ୍ଲକ ଆନନ୍ଦପୁର ପଞ୍ଚାୟତ ପାହାଡ଼ପୁର ଗ୍ରାମର ବିଶିଷ୍ଟ ସମାଜସେବୀ ରାମଚନ୍ଦ୍ର ଦାସ (୮୫) ଙ୍କର ବୁଧବାର ମଧ୍ୟାହ୍ନରେ ପରଲୋକ ହୋଇଛି। ସେ କିଛି ବର୍ଷ ହେବ କର୍କଟ ରୋଗରେ ପୀଡିତ ହୋଇ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ତେବେ ବୁଧବାରରେ ତାଙ୍କ ବାସଭବନରେ ମୃତ୍ୟୁ ଘଟିଛି।

ସେ ୧୯୯୯ ମସିହାରେ ଜଗନ୍ନାଥ ମଧ୍ୟ ଇଂରାଜୀ ବିଦ୍ୟାଳୟରୁ ପ୍ରଧାନ ଶିକ୍ଷକ ପଦବୀରୁ ଅବସରରେ ପରେ କଂଗ୍ରେସ ଦଳରେ ସାମିଲ ହୋଇଥିଲେ। ପରେ ସେ ଧାମନଗର ବ୍ଲକ କଂଗ୍ରେସ ସଭାପତି ଭାବେ ଦାୟୀତ୍ୱ ମଧ୍ୟ ତୁଲାଇଥିଲେ । ଏହା ସହ ବିଭିନ୍ନ ସାମାଜିକ କଲ୍ୟାଣ ଓ ସମାଜ ସେବା କାର୍ଯ୍ୟରେ କରୁଥିଲେ । ଆନନ୍ଦପୁର ପଞ୍ଚାୟତରେ ସ୍ଥାପିତ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟ, ଜଗନ୍ନାଥ ମଧ୍ୟ ଇଂରାଜୀ ବିଦ୍ୟାଳୟ, ଖଡ଼ିପଦା ପଞ୍ଚାୟତରୁ ଅଲଗା ହୋଇ ସ୍ବତନ୍ତ୍ର ଆନନ୍ଦପୁର ପଞ୍ଚାୟତ ଗଠନ, ଆନନ୍ଦପୁରରୁ ହାତୀଢିହଁ ଠାରେ ନୂତନ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ପ୍ରତିଷ୍ଠା, ଆନନ୍ଦପୁରରେ ପଶୁ ଚିକିତ୍ସା କେନ୍ଦ୍ର ସ୍ଥାପନା, ଖଡ଼ିପଦାରୁ ଆନନ୍ଦପୁର ହାତିଢିଅ ଛକ ଯାଏ ଗ୍ରାମ୍ୟ ଉନ୍ନୟନ ରାସ୍ତା ନିର୍ମାଣ, ଆନନ୍ଦପୁର ସମେତ ଅନେକ ପଞ୍ଚାୟତକୁ ବୈତରଣୀ ନଦୀରୁ ବନ୍ୟାରୁ ସୁରକ୍ଷା ଦେବା ଲାଗି ବୈତରଣୀ ଓ ଗେଙ୍ଗୁଟି ନଦୀର ତ୍ରିକୋଣ ଭୂମି ଅଞ୍ଚଳରେ ଗୋଲେଇ ବନ୍ଧ ତିଆରି କରି ଧାମନଗରକୁ ବନ୍ୟାଦାଉରୁ ରକ୍ଷା କରିବାର ମୁଖ୍ୟ ବ୍ୟକ୍ତି ଥିଲେ ରାମଚନ୍ଦ୍ର ଦାଶ ।

- Advertisement -

 

ତାଙ୍କ ମୃତ୍ୟୁ ଖବର ପାଇ ଭଦ୍ରକ ସାଂସଦ ମଂଜୁଲାତା ମଣ୍ଡଳ, ଧାମନଗର ଯୁବ ବିଧାୟକ ସୂର୍ଯ୍ୟବଂଶୀ ସୁରଜ, ବ୍ଲକ ଅଧକ ଶର୍ମିଷ୍ଠା ବେହେରା, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ରାଜେନ୍ଦ୍ର ଦାସ, ସହ ଅନ୍ୟ ରାଜନୈତିକ ବ୍ୟକ୍ତି ଓ ସଙ୍ଗଠକ ଶୋକବକ୍ତବ୍ୟ କରିଛନ୍ତି। ମୃତ ଶରୀର ପାଖରେ ପୁଅ ସୁଧାଂଶୁ ଶେଖର ଦାସ, ବିବେକାନନ୍ଦ ଦାସ, ହିମାଂଶୁ ଶେଖର ଦାସ, ସିତଅଂଶୁ ଶେଖର ଦାସ, ବହୁ ସହ ୪ ଝିଅ, ନାତୀ-ନାତୁଣୀ ଉପସ୍ଥିତ ଥିଲେ। ସ୍ଥାନୀୟ ଶ୍ମଶାନରେ ତାଙ୍କର ଶେଷକୃତ୍ୟ କରାଯାଇଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories