ନିଶ୍ଚିତକୋଇଲି – ହୋଲି ପରେ ଅଘଟଣା । ନିଶ୍ଚିନ୍ତକୋଇଲି ଥାନା ବ୍ଲକ୍ ଛକ ନିକଟସ୍ଥ ମହାଜନପୁର ଗ୍ରାମର ରାମଚନ୍ଦ୍ର ସେନାପତି ଙ୍କ ଏକମାତ୍ର ପୁତ୍ର ରାଜ କୁମାର ସେନାପତି (୧୯)ବର୍ଷ ଚିତ୍ରୋତ୍ପଳା ନଦୀ ନାଗାମଠ ନିକଟରେ ଗାଧୋଉଥିବା ବେଳେ ମଳ ମଳା ରେ ଗୋଡ ଖସି ଯିବାରୁ ପାଣିରେ ବୁଡି ପ୍ରାଣ ହରାଇଛନ୍ତି ।
ରାଜ୍ୟର ବିଭିନ୍ନ ସ୍ଥାନରେ ରଙ୍ଗ ଖେଳିବା ପରେ ପାଣିରେ ବୁଡିଯାଇଥିବା ଘଟଣା ସାମ୍ନାକୁ ଆସିଛି । ବଲାଙ୍ଗୀରରେ ଜଣେ ନାବାଳକ ପୋଖରୀରେ ବୁଡି ପ୍ରାଣ ହରାଇଛି । କଟକ ମଧୁସୂଧନ ପୋଲ ନିକଟରେ ପ୍ରଖର ସୁଅର ଚେତବନୀକୁ ନମାନି ଗାଧଉଥିବା ବେଳେ ଆଉଜଣେ ଯୁବକ ବୁଡିଯାଇଛନ୍ତି । କେନ୍ଦ୍ରାପଡା ପଟ୍ଟମୁଣ୍ଡାଇ ଅଞ୍ଚଳରେ ଦୁଇ ଭାଇ ଏକାଠି ବୁଡି ପ୍ରାଣ ହରାଇଥିବା ସୂଚନା ମିଳିଛି ।
କେଶପୁର ଅଞ୍ଚଳର ୪୩ ବର୍ଷିୟ ସୁଜିତ ତାଙ୍କ ସମ୍ପର୍କୀୟ ଭାଇ ଚିନ୍ମୟ ସହ ବ୍ରାହ୍ଣଣୀ ନଦୀରେ ଗାଧଉଥିବା ବେଳେ ବୁଡିଯାଥିଲେ ।ସେମାନେ ବୁଡିଯାଉଥିବା ଦେଖି ସ୍ଥାନୀୟ ଲୋକ ଚିତ୍କାର ଶୁଣି ସେମାନଙ୍କୁ ଉଦ୍ଧାର କରିଥିଲେ । ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣାପରେ କେଶପୁର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।



