www.samajalive.in
Sunday, December 14, 2025
26.1 C
Bhubaneswar

ଦୋଳବେଦୀରେ ଦୋଳଗୋବିନ୍ଦଙ୍କୁ ଦର୍ଶନ କଲେ ଭକ୍ତ

ସୁଆଣ୍ଡୋ: ଦୋଳବେଦୀରେ ଦୋଳଗୋବିନ୍ଦଙ୍କୁ ଦର୍ଶନ କରି ଭକ୍ତ ବିଭୋର ହୋଇଛନ୍ତି। କରୋନା କଟକଣା ନଥିବା ହେତୁ ଦୁଇବର୍ଷ ପରେ ପୁରୀ ଜିଲା ସତ୍ୟବାଦୀର ଗ୍ରାମେ ଗ୍ରାମେ ଦୋଳଯାତ୍ରା ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳିତ ହୋଇ ଯାଇଛି। ପରମ ବୈଷ୍ଣବ କ୍ଷେତ୍ର ସତ୍ୟବାଦୀ ସାକ୍ଷୀ ଗୋପୀନାଥଙ୍କ ଚଳନ୍ତି ପ୍ରତିମା ମଦନମୋହନ ଫୁଲ ତୁଳସୀ ଚନ୍ଦନ ଅବିର ଲାଗିହୋଇ ଦୋଳବେଦୀରେ ବିଜେ କରିଛନ୍ତି। ଠାକୁରଙ୍କ ଦୋଳବେଦୀରେ ତିନି ଧୂପ ପାଞ୍ଚ ଅବକାଶ ନୀତି ଅନୁଷ୍ଠିତ ହୋଇଛି।

ସୁଆଣ୍ଡୋରେ ଉତ୍କଳମଣି ଗୋପବନ୍ଧୁଙ୍କ କୂଳ ଦେବତାଙ୍କ ଚଳନ୍ତି ପ୍ରତିମା ମଦନମୋହନ ଓ ଲୋକେଶ୍ୱର ମହାଦେବ ଦୋଳବେଦୀରେ ବିଜେ କରିଥିଲେ। ସେହିପରି ଶ୍ରୀରାମଚନ୍ଦ୍ର ପୁରର ଗୋପୀନାଥ, ଆଦ୍ୟ ଶାସନ ବୀର ରାମଚନ୍ଦ୍ର ପୁରର ଗୋପୀନାଥ, ନୂଆଗାଁ, ବିଶ୍ୱନାଥପୁର, ବନପୁର, ନୂଆସୋମେଶ୍ୱରପୁର, ବରାଳ ବାଲୁଙ୍କେଶ୍ୱର, ସାରଙ୍ଗ ଯୋଡି, ରାୟଚକ୍ରଧରପୁର, ରାୟଖଣ୍ଡି, ବିଦ୍ୟାଧରପୁର କୁଣ୍ଡଳେଶ୍ୱର ଆଦି ଠାକୁର ଦୋଳବେଦୀରେ ବିଜେ କରିଥିଲେ। ସ୍ଥାନେ ସ୍ଥାନେ ଗୋଟିପୁଅ ନାଚ, କେଳାକେଳୁଣୀ, ସଂକୀର୍ତ୍ତନ ଓ ପାଲା ପରିବେଷଣ ହେଉଥିବା ଦେଖିବାକୁ ମିଳିଛି। ଦୋଳବେଦୀ ଗୁଡିକରେ ଚାନ୍ଦୁଆ ବନ୍ଧା ଯାଇ ଆମ୍ବଡାଳ, କଦଳୀଗଛ, ପୂର୍ଣ୍ଣକୁମ୍ଭ ବସିଛି। ଗ୍ରାମମାନଙ୍କରେ ଥିବା ମଠ ଭାଗବତ ଗାଦି ଗୁଡିକରେ ଦୋଳଯାତ୍ରା ଅନୁଷ୍ଠିତ ହୋଇଯାଇଛି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories