www.samajalive.in
Friday, December 12, 2025
23.1 C
Bhubaneswar

ଆଫଗାନିସ୍ତାନକୁ ୨୦ ହଜାର ମେଟ୍ରିକ୍ ଟନ୍ ଗହମ ପଠାଇବ ଭାରତ

ଡେସ୍କ: ଭାରତ ଇରାନର ଚବାହାର ବନ୍ଦର ଦେଇ ଆଫଗାନିସ୍ତାନକୁ ୨୦ ହଜାର ମେଟ୍ରିକ୍ ଟନ୍ ଗହମ ପଠାଇବ। ବର୍ତ୍ତମାନର ମାନବିକ ପରିସ୍ଥିତିର ମୁକାବିଲା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି। ଗତକାଲି ନୂଆଦିଲ୍ଲୀରେ ଆଫଗାନିସ୍ତାନ ଉପରେ ଭାରତ ଦ୍ୱାରା ଆୟୋଜିତ ପ୍ରଥମ ଭାରତ-ମଧ୍ୟ ଏସିଆ ମିଳିତ ୱାର୍କିଂ ଗ୍ରୁପ୍ ବୈଠକରେ ଆଫଗାନିସ୍ତାନରେ ବର୍ତ୍ତମାନର ରାଜନୈତିକ, ସୁରକ୍ଷା ଏବଂ ମାନବିକ ପରିସ୍ଥିତି ଉପରେ ଆଲୋଚନା ହୋଇଥିଲା।

ବୈଠକରେ ଆଫଗାନିସ୍ତାନରେ ଶିକ୍ଷା, ମହିଳା, ବାଳିକା ଏବଂ ସଂଖ୍ୟାଲଘୁ ଗୋଷ୍ଠୀର ସଦସ୍ୟଙ୍କ ସମାନ ଅଧିକାର ସୁନିଶ୍ଚିତ କରିବା ନେଇ ଆଲୋଚନା ହୋଇଛି। ଏହା ବ୍ୟତୀତ ସେଠାରେ ନିଶାଦ୍ରବ୍ୟ କାରବାରକୁ ରୋକିବା ସହ ଥଇଥାନ ନିମନ୍ତେ ଭାରତ ଓ ଜାତିସଂଘ କାର୍ଯ୍ୟାଳୟ ସହମତି ପ୍ରକାଶ କରିଛନ୍ତି। ବିଶେଜ୍ଞ ଭାବେ ମହିଳାମାନଙ୍କୁ ବିଶେଷ ଧ୍ୟାନ ଦିଆଯିବ ଏବଂ ବିକଳ୍ପ ଜୀବିକା ସୁଯୋଗ ବିକାଶରେ ସହାୟତା ଯୋଗାଇ ଦିଆଯିବ ବୋଲି ବୈଠକରେ ମତ ପ୍ରକାଶ ପାଇଛି।

Hot this week

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

Related Articles

Popular Categories