www.samajalive.in
Sunday, December 14, 2025
26.1 C
Bhubaneswar

ସାତକୋଶିଆ ଅଭୟାରଣ୍ୟର ଅଭ୍ୟନ୍ତରୀଣ ଅଞ୍ଚଳରେ ଅବସ୍ଥିତ ଆଦିବାସୀ ବହୁଳ ମାରଡା ଗ୍ରାମରେ ପହଞ୍ଚିଲେ ଜିଲ୍ଲାପାଳ

ହରଭଙ୍ଗା -ସାଧାରଣଲୋକ ଏବଂ ଜିଲ୍ଲାପ୍ରଶାସନ ମଧ୍ୟରେ ସୁ-ସର୍ମ୍ପକ ପାଇଁ ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ଗାଁକୁ ଚାଲ ଅଭିଯାନ କାର୍ଯ୍ୟକ୍ରମ ।ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ନିଜେ ଗାଁରେ ପଂହଚି ଲୋକଙ୍କ ସୁଖ ଦୁଃଖରେ ସାମିଲ ହୋଇ ସେମାନଙ୍କ ଅସୁବିଧା ଦୂରପାଇଁ ପ୍ରଚେଷ୍ଟା କରୁଛନ୍ତି ।

ଏହି ଅଭିଯାନରେ ଗତ ରବିବାର ଅପରାହ୍ନ ୫ଟା ସମୟରେ ବୌଦ୍ଧ ଜିଲ୍ଲାପାଳ ସତ୍ୟରଞନ ସାହୁ ହରଭଙ୍ଗା ବ୍ଲକର କୁଶଙ୍ଗ ପଂଚାୟତର ସାତକୋଶିଆ ଅଭୟାରଣ୍ୟର କୋର ଏରିଆରେ ଅବସ୍ଥିତ ଆଦିବାସୀ ବହୁଳ ମାରଡା ଗ୍ରାମରେ ପଂହଚିଥିଲେ ।ସେଠାରେ ରହୁଥିବା ୨୫ଟି ଆଦିବାସୀ ପରିବାର ଜୀବନଶୈଳୀ,କର୍ମସଂସ୍ଥାନ,ସରକାରୀ ସୁବିଧା ସହିତ ଗାଁରେ ରହିଥିବା ମୌଳିକ ଅସୁବିଧା ବିଷୟରେ ଗାଁ ଲୋକଙ୍କ ସହିତ ପଙ୍ଖାନୁପଙ୍ଖ ଆଲୋଚନା କରିଥିଲେ । ଗାଁରେ ବନ୍ଧ କି ପୋଖରୀ ଖଣ୍ଡିଏ ନଥିବାରୁ ଲୋକେ ଗାଧୁଆ ପାଧୁଆ ଅସୁବିଧା ଭୋଗୁଛନ୍ତି । ଏପରିକି ବନ୍ୟା ସମୟରେ ନଦୀରେ କୁମ୍ଭୀର ଭୟ ରହୁଥିବାରୁ ବନ୍ଧ/ପୋଖରୀରର ଆବଶ୍ୟକତା ଜରୁରୀ ରହିଛି । ଲୋକଙ୍କୁ କାମଧନ୍ଦା ମିଳୁନଥିବା ଜାଣିବାକୁ ପାଇଥିଲେ ।

- Advertisement -

କର୍ମସଂସ୍ଥାନ ପାଇଁ ସ୍ୱୟଂସହାୟକ ଗୋଷ୍ଠୀ ଦ୍ୱାରା ତାଳଗୁଡ ତିଆରି କରି ରୋଜଗାର କରିବାକୁ ବୁଝାଇଥିଲେ । ସ୍କୁଲ/ଅଙ୍ଗନବାଡି ଭଳି ପ୍ରାଥମିକ ଏବଂ ପ୍ରାକ ଶିକ୍ଷାର ଅଭାବ ଯୋଗୁଁ ପିଲାଏ ଶିକ୍ଷାଦାନରୁ ବଂଚିତ ହେଉଥିବା ଜାଣିବାକୁ ପାଇଥିଲେ । ଅଙ୍ଗନବାଡି ସବସେଂଟର ନିର୍ମାଣ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଉଠାଜଳସେଚନ ପଏଂଟ ନଥିବାରୁ ଚାଷବାସ ଅସୁବିଧା ହେଉଥିବା ଲକ୍ଷ୍ୟରଖି ଏହାକୁ କାର୍ଯ୍ୟକାରୀ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ।

ଅଚଳ ହୋଇପଡିଥିବା ସୋଲାର ଲାଇଟ ଗୁଡିକ ମରାମତି ପାଇଁ ନିର୍ଦ୍ଦେଶ ଦେଇଥିଲେ । ଗାଁରେ ଏକ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ଶିବିର କରି ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଥିଲେ । ତୁଳସୀ ବେହେରା ଭଳି ଜଣେ ଦିବ୍ୟାଙ୍ଗ ଙ୍କସହିତ ବିଶ୍ୱମ୍ବର ପ୍ରଧାନ ଏବଂ ବିଜୁଳି ଯାନୀଙ୍କୁ ତୁରନ୍ତ ମଧୁବାବୁ ପେନସନ ଯୋଜନାରେ ଭତା ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ଦୀର୍ଘ ୪ମାସ ହେଲା ସୁରଶେନ ପ୍ରଧାନ ଗ୍ରାମୀଣ ଆବାସ ଘର ନିର୍ମାଣ କରିଥିଲେ ମଧ୍ୟ  ଟଙ୍କା ମିଳୁନଥିବା ଜିଲ୍ଲାପାଲଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ରଜନୀ ବେହେରା,ଲକ୍ଷ୍ମୀ ବେହେରା,ନିର୍ବାହୀ ପ୍ରଧାନ ଭଳି ଗରିବ ଶ୍ରେଣୀର ହିତାଧିକାରୀ ଚାଉଳ ପାଉ ନଥିବା ଜାଣିବାକୁ ପାଇଁ ସେମାନଙ୍କୁ ଖାଉଟି କଲ୍ୟାଣ ଯୋଜନାରେ ସାମିଲ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାପାଲଙ୍କ ଗସ୍ତ ସମୟରେ ତାଙ୍କ ସହିତ ଅତରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରା,ସୂଚନା ଲୋକ ସର୍ମ୍ପକ ଅଧିକାରୀ ରିତିକାନ୍ତ ବଳିଆରସିଂ,କନିଷ୍ଠ ଯନ୍ତ୍ରୀ ବାବୁଲାଲ ବେହେରା,ପିଇଓ ଜଗଦୀଶ ମଲ୍ଲିକଙ୍କ ସମେତ ହରଭଙ୍ଗା ପୁଲିସ ଏବଂ କୁଶଙ୍ଗ ବନ୍ୟପ୍ରାଣୀ ଅଭୟାରଣ୍ୟ କର୍ମଚାରୀ ସାମିଲ ଥିଲେ ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories