କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ରାୟଗଡା ସ୍ୱତନ୍ତ୍ର ପୁଲିସସ୍ୱାର୍ଡ଼ ପକ୍ଷରୁ ଯାନବାହନ ଯାଞ୍ଚ କରି ମଦୁଆଙ୍କୁ ସାବାଡ଼ କରାଯାଇଛି। ପୁଲିସସ୍ୱାର୍ଡ଼ ଏସ ଆଇ ବିଘେଶ୍ୱର ସାହୁ ଅମାନିଆ ବାଇକ ଆରୋହି ଠାରୁ ୧୪ହଜାର ଟଙ୍କା ଜରିମାନା ଆଦାୟ କରି ଚାଲାଣ କଟାଯାଇଥିବା ସୂଚନା ଦେଇଛନ୍ତି। ଅମାନିଆ ବାଇକ ଆରୋହି ବିନା ହେଲମେଟରେ ବାଇକ ଚଲାଇବା, ବିନା ଡ୍ରାଇଭିଂ ଲାଇସେନ୍ସ ଓ ଦ୍ରୁତ ଗତିରେ ଗାଡି ଚାଳନା କରୁଥିବା ବାଇକ ଆରୋହୀଙ୍କ ନାମରେ ଚାଲାଣ କାଟିଥିବା କହିଛନ୍ତି।
ବିନା ହେଲମେଟରେ ଓ ମଦ୍ୟ ପାନ କରି ବାଇକ ଚଳାଉଥିବା ଲୋକେ ପ୍ରତ୍ୟେକ ଦିନ କେଉଁଠି ନା କେଉଁଠି ଦୁର୍ଘଟଣାରେ ସମ୍ମୁଖୀନ ହୋଇ ନିଜର ମୂଲ୍ୟବାନ ଜୀବନ ସହ ନିଜ ପରିବାରକୁ ହରାଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ଜିଲା ପୁଲିସ (ଏସପି ) ବିବେକାନନ୍ଦ ଶର୍ମାଙ୍କ ନିର୍ଦେଶ କ୍ରମେ ରାୟଗଡା ଜିଲ୍ଲାର ସ୍ୱତନ୍ତ୍ର ପୁଲିସସ୍ୱାର୍ଡ଼ ଗଠନ କରି ୫ଟି ବ୍ଲକରେ ମଦ୍ୟପାନ କରି ବାଇକ ଆରୋହିଙ୍କୁ ସାବାଡ଼ କରିବା ପାଇଁ ପଦକ୍ଷେପ ଗ୍ରହଣ କରିଛନ୍ତି।



