ଚାନ୍ଦିପୁଟ: ଗ୍ରୀଷ୍ମପ୍ରବାହ ଯୋଗୁଁ ତାତି ଦିନକୁ ବଢିଚାଲିଥିବା ବେଳେ ବିଦ୍ୟାଳୟରେ ଡାଇନିଂ ହଲ ନ ଥିବାରୁ ବାଧ୍ୟ ହୋଇ ଟାଣ ଖରାରେ ବସି ମଧ୍ୟାହ୍ନ ଭୋଜନ ଖାଉଛନ୍ତି ଛାତ୍ର ଛାତ୍ରୀ । ଗଜପତି ଜିଲା ଚନ୍ଦ୍ରଗିରି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ଟାଣ ଖରାରେ ବସି ମଧ୍ୟାହ୍ନ ଭୋଜନ ଖାଉଥିବା ଦେଖିବାକୁ ମିଳୁଛି।
୧୮୭୭ ମସିହାରେ ସ୍ଥାପିତ ସର୍ବପୁରାତନ ଏହି ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀରେ ପର୍ଯ୍ୟନ୍ତ ୩୯୨ ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି। ସ୍ଥାନୀୟ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ଜିଲା ପରିଷଦଙ୍କ ସମେତ ବିଭାଗୀୟ ଉଚ୍ଚ ପଦାଧିକାରୀଙ୍କୁ ଡାଇନିଂ ହଲଟିଏ ନିର୍ମାଣ ପାଇଁ ବାରମ୍ବାର ଗୁହାରି କରିଆସୁଛନ୍ତି ବିଦ୍ୟାଳୟ କର୍ତ୍ତୃପକ୍ଷ। କିନ୍ତୁ ଏଯାଏଁ କୌଣସି ସୁଫଳ ମିଳିନଥିବା ପ୍ରକାଶ କରିଛନ୍ତି ପ୍ରଧାନ ଶିକ୍ଷୟତ୍ରୀ ଗୀତାଞ୍ଜଳି ଦଳାଇ। ଛାତ୍ରଛାତ୍ରୀଙ୍କ ପାଇଁ ଡାଇନିଂ ହଲ ଟିଏ ତୁରନ୍ତ ଯୋଗାଇ ଦେବାକୁ ସେ ପ୍ରଶାସନକୁ ଅନୁରୋଧ କରିଛନ୍ତି।



