www.samajalive.in
Saturday, December 13, 2025
26.1 C
Bhubaneswar

ରାଧାମୋହନଜୀଉଙ୍କ ଦୋଳ ମେଲଣ

ଚୌଦ୍ୱାର: ଓଟିଏମ୍‌‌ କଲୋନୀସ୍ଥିତ ଦୋଳ ପଡ଼ିଆରେ ରାଧା ମୋହନ ଜୀଉଙ୍କ ଦୋଳ ମେଲଣ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ରାଧା ମୋହନ ମନ୍ଦିର ପରିଚାଳନା କମିଟି ଅନୁକୁଲ୍ୟରେ ୨ଦିନ ଧରି ଅନୁଷ୍ଠିତ ଏହି ଉତ୍ସବରେ ରାଧାମୋହନଜୀଉ ଘରଘର ବୁଲି ଭୋଗ ଖଇବା ପରେ ଜୀଉଙ୍କ ବିମାନକୁ ଶୋଭାଯାତ୍ରାରେ ନିଆଯାଇ ଓଟିଏମ୍‌‌ କଲୋନୀ ପରିକ୍ରମା କରାଯାଇଥିଲା।ରାଧାମୋହନ ମେଳଣ ପଡ଼ିଆରେ ପହଞ୍ଚିବାପରେ ୪ଟି ବିମାନ ପଡ଼ିଆରେ ମେଲଣ କରିଥିଲେ। ଏହି ଉପଲକ୍ଷେ ୨ଦିନଧରି ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ଡ. ପ୍ରଭାତ ରଞ୍ଜନ ବିଶ୍ୱାଳ, ପୌରାଧ୍ୟକ୍ଷା ମାନସୀ ସ୍ୱର୍ଣ୍ଣପ୍ରଭା ସାମଲ, ଉପାଧ୍ୟକ୍ଷ ଶୁଭେନ୍ଦୁ ସାମଲ, ଚୌଦ୍ୱାର ଥାନା ଆଇଆଇସି ବିରଞ୍ଚି ନାରାୟଣ ପତି, କାଉନସିଲର ବିନେଦିନୀ ରାଉତରାୟ, ଦିଲ୍ଲିପ ସାହୁ, ଆଶୁତୋଷ ଦାସ, ବିଜୟ କୁମାର ସାହୁ, ପୂର୍ବତନ କାଉନସିଲର ମନୋଜ କୁମାର ମହାନ୍ତି ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ମନ୍ଦିର ପରିଚାଳନା କମିଟି ସଭାପତି ଟୁକୁ ପ୍ରଧାନ, ଲୋକନାଥ ସାହୁ, ଭାସ୍କର ଚନ୍ଦ୍ର ରାଉତରାୟ, ପ୍ରମୋଦ କୁମର ଜେନା, ଅଶ୍ୱିନୀ କୁମାର ଜେନା, ଦୁଲାଳସେନ ସ୍ୱାଇଁ, ଭୀମସେନ ବିଶ୍ୱାଳ, ରାଜ କିଶୋର ସାମନ୍ତ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories