www.samajalive.in
Thursday, December 11, 2025
16.1 C
Bhubaneswar

ପ୍ରସିଦ୍ଧ ଉର୍ଦ୍ଧୁ ଲେଖକ ପଦ୍ମଶ୍ରୀ କାଜି ଅବଦୁଲ ସତ୍ତାରଙ୍କ ପରଲୋକ

ଲକ୍ଷ୍ନୌ : ପ୍ରସିଦ୍ଧ ଉର୍ଦ୍ଧୁ ଲେଖକ ପଦ୍ମଶ୍ରୀ କାଜି ଅବଦୁଲ ସତ୍ତାରଙ୍କ ରବିବାର ବିଳମ୍ବିତ ରାତିରେ ଦିଲ୍ଲୀର ଗଙ୍ଗାରମ ହସ୍ପିଟାଲରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ହୋଇଥିଲା। ତାଙ୍କ ପାର୍ଥିବ ଶରୀରକୁ ତାଙ୍କ କାର୍ଯ୍ୟସ୍ଥଳ ଆଲିଗଡ଼କୁ ଆଣାଯାଇ ଶେଷକୃତ୍ୟ ସମ୍ପନ୍ନ କରାଯିବ ବୋଲି ସୂଚନା ଦିଆଯାଇଛି। ତାଙ୍କ ମୃତ୍ୟୁରେ ଆଲିଗଡ଼ ସହରର ବୁଦ୍ଧିଜୀବୀ, ଶୁଭଚିନ୍ତକ, ସାହିତ୍ୟିକ, କବି ମହଲରେ ଶୋକର ଛାୟା ଖେଳିଯାଇଛି। ଆଲିଗଡ଼ ମୁସଲିମ ବିଶ୍ୱବିଦ୍ୟାଳୟର ଉର୍ଦ୍ଧୁ ବିଭାଗରୁ ଅବସର ଗ୍ରହଣ କରିଥିବା ପ୍ରଧ୍ୟାପକ କାଜି ଅବଦୁଲ ସତ୍ତାର ସୀତାପୁର ଜିଲା ମଝରେଟା ଗ୍ରାମରେ ୧୯୩୩ ମସିହାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ଜୀବନ କାଳରେ ସେ ଅନେକ ଉର୍ଦ୍ଧୁ ଉପନ୍ୟାସ, ଗୀତ ରଚନା କରିଛନ୍ତି। ‘ଶିକସ୍ତ କି ଆବାଜ’, ‘ମଜ୍ଜୁ ଭେୟା’, ଗୁବାର ଏକ ଶାବ’, ସଲାହୁଦ୍ଦିନ ଆୟୁବି’, ‘ଦାରା ଶିଖୋ’, ‘ଗାଲିବ, ହଜରତ ଜାନ ପିତଲ କା ଘଣ୍ଟି’, ‘ବାଦଲ’ ଆଦି ଉପନ୍ୟାସ ତାଙ୍କୁ ଲେଖକ ଭାବେ ଏକ ସ୍ୱତନ୍ତ୍ର ପରିଚୟ ଦେଇଥିଲା। ସେ ୧୯୯୭ରେ ଗାଲିବ, ୧୯୭୪ରେ ପଦ୍ମଶ୍ରୀ, ୧୯୭୭ରେ ମୀର ଆୱାର୍ଡ ଏବଂ ଉତ୍ତରପ୍ରଦେଶ ଉର୍ଦ୍ଧୁ ଆକାଡେମୀ ଆୱାର୍ଡ, ୧୯୮୭ରେ ଆଲମୀ, ଜାତୀୟ ପୁରସ୍କାର, ୧୯୯୩ରେ ନିଶାନ-ଏ-ସର-ସୟଦ, ୧୯୯୬ରେ ଜ୍ଞାନେନ୍ଦ୍ର, ୨୦୦୨ରେ ବାହାଦୁର ଶାହ ଜାଫର, ୨୦୦୩ରେ ଦୋହା ଅନ୍ତର୍ଜାତୀୟ ପୁରସ୍କାର, ୨୦୦୭ରେ ଆଇଏସ୍‍ଟି ୟୁନଭରସିଟି ଉର୍ଦ୍ଧୁ ଶିକ୍ଷକ ପୁରସ୍କାର, ୨୦୧୧ରେ ଉତ୍ତରପ୍ରଦେଶ ହିନ୍ଦୀ ସଂସ୍ଥାନ ସମ୍ମାନ ପୁରସ୍କାର ପାଇଥିଲେ।

Hot this week

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

Related Articles

Popular Categories