www.samajalive.in
Sunday, December 14, 2025
26.1 C
Bhubaneswar

ଚନ୍ଦ୍ରଶେଖର ବେହେରା ଆଲୋଚନା ଚକ୍ର ଆୟୋଜିତ

ସମ୍ବଲପୁର: ସମ୍ବଲପୁରର ଓଡ଼ିଶା ସାଂସ୍କୃତିକ ସମାଜ ପକ୍ଷରୁ ବିଶିଷ୍ଟ ସ୍ୱାଧିନତା ସଂଗ୍ରାମୀ ଚନ୍ଦ୍ରଶେଖର ବେହେରାଙ୍କ ୧୫୦ତମ ଜନ୍ମ ବାର୍ଷିକୀ ପାଳନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ଏହି କ୍ରମରେ ଚନ୍ଦ୍ରଶେଖର ବେହେରା ୧୫୦ତମ ଜୟନ୍ତୀ ସମିତି ପକ୍ଷରୁ ସ୍ଥାନୀୟ ଧନୁପାଲି ସ୍ଥିତ ଶ୍ରୀ ଗଣେଶ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଅନ୍ୟତମ ଉଦ୍ୟୋକ୍ତା ଶ୍ରୀ ବେହେରାଙ୍କ ଜନ୍ମ ବାର୍ଷିକୀ ପାଳନ ଅବସରରେ ଏକ ଆଲୋଚନା ଚକ୍ର ଆୟୋଜିତ ହୋଇଯାଇଛି। ଶୁକ୍ରବାର ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ମଧୁସ୍ମିତା ମହାପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ସ୍ୱର୍ଗତ ବେହେରାଙ୍କ ପ୍ରତିକୃତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ସଙ୍ଗୀତ ଗାନ କରିଥିଲେ। ଜୟନ୍ତୀ ସମିତିର ଆବାହକ ରାମାନୁଜ ପଣ୍ଡା ତାଙ୍କର ବକ୍ତବ୍ୟରେ ସ୍ୱର୍ଗତ ବେହେରାଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ। ମୁଖ୍ୟବକ୍ତା ଡ. ପରେଶ ଚନ୍ଦ୍ର ଦାନୀ ସ୍ୱର୍ଗତ ବେହେରାଙ୍କ ସଂସ୍କାର ମୂଳକ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ। ମୁଖ୍ୟ ଅତିଥି ଡ. ସନ୍ତୋଷ କୁମାର ଦାଶ ସ୍ୱର୍ଗତ ବେହେରାଙ୍କ ସ୍ୱାଧିନତା ଆନ୍ଦୋଳନରେ ଅବଦାନ ସର୍ମ୍ପକରେ ଆଲୋଚନା କରିଥିଲେ। ଓଡ଼ିଶା ସାଂସ୍କୃତିକ ସମାଜର ସଭାପତି ଅଶୋକ ମିଶ୍ର ତାଙ୍କର ବକ୍ତବ୍ୟରେ କହିଥିଲେ ଯେ, ଆଜିର ଛାତ୍ରଛାତ୍ରୀ ମାନେ ସ୍ଥାନୀୟ ବୀରପୁରୁଷ ମାନଙ୍କ ସର୍ମ୍ପକରେ ଜାଣିବା ଉଚିତ ଏବଂ ସେହି ଅନୁଯାୟୀ ନିଜକୁ ଗଢ଼ି ତୋଳିବାର ଆବଶ୍ୟକତା ରହିଛି। ଶେଷରେ ସହାକାରୀ ଶିକ୍ଷୟତ୍ରୀ ପ୍ରଭାତି ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

Related Articles

Popular Categories