www.samajalive.in
Tuesday, December 9, 2025
19.1 C
Bhubaneswar

ବଡ଼ସାହି ବିଜେପି ପକ୍ଷରୁ ବ୍ଳକ କାର୍ଯ୍ୟାଳୟ ଘେରାଉ

ବଡ଼ସାହି : ସୋମବାର ବିଜେପି ପକ୍ଷରୁ ବ୍ଳକ କାର୍ଯ୍ୟାଳୟ ଘେରାଉ କରାଯାଇଛି। ରାଜ୍ୟ ସରକାରଙ୍କ ପିସି କାରବାର, ଦୁର୍ନୀତି, ଭ୍ରଷ୍ଟାଚାର ଓ ପ୍ରିୟାପ୍ରୀତି ତୋଷଣ ବିରୋଧରେ ବିଜେପିର ସାନକେରକୋ ମଣ୍ଡଳ ସଭାପତି ପୂର୍ଣ୍ଣଚନ୍ଦ୍ର ମହାନ୍ତ, ବଡ଼ସାହି ଜୋନ ସଭାପତି ବିଭୂତି ଭୂଷଣ ମହାନ୍ତ ଓ ମାଣତ୍ରୀ ଜୋନ ସଭାପତି ଅଭୟ ମହାପାତ୍ରଙ୍କ ମିଳିତ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ଆୟୋଜତି ହୋଇଥିଲା। ଏକ ବିଶାଳ ରାଲି ଜଗନ୍ନାଥ ମନ୍ଦିର ଛକଠାରୁ ବାହାରି ବଜାର ପରିକ୍ରମା କରିବା ପରେ ବ୍ଳକକାର୍ଯ୍ୟାଳୟକୁ ଘେରାଉ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଦଳର ଜିଲା ଉପସଭାପତି ସୁନୀଲ କୁମାର ଦାଶଙ୍କ ନେତୃତ୍ୱରେ ଅନୁଷ୍ଠିତ ବିକ୍ଷୋଭ ସଭାରେ ବଡ଼ସାହି ନିର୍ବାଚନ ମଣ୍ଡଳୀ ପ୍ରଭାରୀ ସୁବାସ ପ୍ରଧାନ, ବୃନ୍ଦାବନ ଦାଶ, ଯୁବନେତା ଯାମିନୀକାନ୍ତ ନାଏକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଜିଲାପରିଷଦ ସଦସ୍ୟ କୁମେନ୍ଦ୍ର ସେଠୀ, ବ୍ରଜମୋହନ ବେହେରା, ସଦସ୍ୟା ମଧୁସ୍ମିତା ପରିଡ଼ା ଓ ଅଚିନ୍ତାମଣୀ ସିଂଙ୍କ ସମେତ ମଣ୍ଡଳ ସମ୍ପାଦକ, ମହିଳା, ଯୁବ ଓ କୃଷକ ମୋର୍ଚ୍ଚାର ସଭାପତି ପ୍ରମୁଖ ଉପସ୍ଥିତ ରହି ଅଞ୍ଚଳର ସମସ୍ୟା ସମ୍ପର୍କରେ ଆଲୋକପାତ କରିଥିଲେ। ଶେଷରେ ଜିଲା ଯୁବମୋର୍ଚ୍ଚା ଉପସଭାପତି ଭବାନୀ ଶଙ୍କର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

Related Articles

Popular Categories