www.samajalive.in
Wednesday, December 10, 2025
14.1 C
Bhubaneswar

୩୧ରୁ ଲାଗୁ ହେବ ଏସ୍‍ବିଆଇ ଏଟିଏମ୍‍ରୁ ଟଙ୍କା ଉଠାଣ ସୀମା

ନୂଆଦିଲ୍ଲୀ : ଭାରତୀୟ ଷ୍ଟେଟ୍‍ ବ୍ୟାଙ୍କ (ଏସ୍‍ବିଆଇ) ଖାତାଧାରୀ ଏବଂ ଏଟିଏମ୍‍ ଧାରୀଙ୍କ ପାଇଁ ବ୍ୟାଙ୍କ ପକ୍ଷରୁ ଏକ ନୂଆ ଘୋଷଣା କରାଯାଇଛି। ଏସ୍‍ବିଆଇ ଅକ୍ଟୋବର ୩୧ରୁ ଏଟିଏମ୍‍ରୁ ଟଙ୍କା ଉଠାଣ ସୀମା ଲାଗୁ କରିବା ପାଇଁ ଘୋଷଣା କରିଛି। ଏହି ଘୋଷଣା ଅନୁସାରେ ଅକ୍ଟୋବର ୩୧ରୁ ଏସ୍‍ବିଆଇର କ୍ଲାସିକ ଏବଂ ମାଷ୍ଟ୍ରୋ ଡେବିଟ୍‍ କାର୍ଡଧାରୀ ଦିନକୁ ୨୦ ହଜାର ଟଙ୍କାରୁ ଅଧିକ ଉଠାଇ ପାରିବେ ନାହିଁ।
ଉଲ୍ଲେଖ ଯେ ଏବେ ଏସ୍‍ବିଆଇର ସମସ୍ତ ଏଟିଏମ୍‍ କାର୍ଡଧ।।ରୀ ଦିନକୁ ୪୦ ହଜାର ଟଙ୍କା ପର୍ଯ୍ୟନ୍ତ ଉଠାଇ ପାରୁଛନ୍ତି। କିନ୍ତୁ ଅକ୍ଟୋବର ୩୧ ପରଠାରୁ ଏସ୍‍ବିଆଇର କ୍ଲାସିକ ଏବଂ ମାଷ୍ଟ୍ରୋ ଡେବିଟ୍‍ କାର୍ଡଧାରୀ ଦିନକୁ ୨୦ ହଜାରରୁ ଅଧିକ ଟଙ୍କା ଉଠାଇ ପାରିବେ ନାହିଁ। ଏସ୍‍ବିଆଇ ପକ୍ଷରୁ ଏନେଇ ଏକ ସୂଚନା ଜାରି କରାଯାଇଛି। ଏଥିରେ କୁହାଯାଇଛି ଯେ ଭାରତରେ ଏସ୍‍ବିଆଇ ଗ୍ରାହକ ସବୁଠୁ ଅଧିକ ଟଙ୍କ ଉଠାଣ କରିଥାନ୍ତି। ଅଧିକ ଟଙ୍କା ଉଠାଣ ପାଇଁ ଚାହୁଁଥିବା ଏସ୍‍ବିଆଇ ଖାତାଧାରୀ ଦ୍ୱିତୀୟ ଶ୍ରେଣୀର ଡେବିଟ୍‍ କାର୍ଡପାଇଁ ଆବେଦନ କରିପାରିବେ। ଏହି ଦ୍ୱିତୀୟ ଶ୍ରେଣୀର ଡେବିଟ୍‍ କାର୍ଡରେ ଟଙ୍କା ଉଠାଣର ସୀମା ଅଧିକ ରହିବ। ଉପରୋକ୍ତ ଦୁଇ ଡେବିଟ୍‍ କାର୍ଡ ବ୍ୟତୀତ ଅନ୍ୟ ଡେବିଟ୍‍ କାର୍ଡ ପାଇଁ କୌଣସି ପରିବର୍ତ୍ତନ କରାଯାଇପାରି ନାହିଁ। ଏସ୍‍ବିଆଇର ଗୋଲ୍ଡ କାର୍ଡଧାରୀଙ୍କ ଟଙ୍କା ଉଠାଣ ସୀମା ଦିନକୁ ୫୦ ହଜାର ଟଙ୍କା ଥିବାବେଳେ ପ୍ଲାଟିନିୟମ କାର୍ଡଧାରୀଙ୍କ ପାଇଁ ଟଙ୍କା ଉଠାଣ ସୀମା ଦିନକୁ ୧ ଲକ୍ଷ ଟଙ୍କା ରହିଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories