www.samajalive.in
Monday, December 8, 2025
20.1 C
Bhubaneswar

ମଦର ସଂଗଠନ ପକ୍ଷରୁ ବିତ୍ତୀୟ ସାକ୍ଷରତା କର୍ମଶାଳା

କୋଣାର୍କ : ଭାରତୀୟ ରିଜର୍ଭ ବ୍ୟାଙ୍କ ଓ ସାମାଜିକ ସଂଗଠନ ମଦରର ମିଳିତ ସହଯୋଗରେ ଗୋପ ବ୍ଲକ ଅନ୍ତର୍ଗତ ଏରବଙ୍ଗ ପଞ୍ଚାୟତ କାର୍ୟ୍ୟାଳୟରେ ଏକ ବିତ୍ତୀୟ ସାକ୍ଷରତା ଓ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏରବଙ୍ଗ ସରପଞ୍ଚ ବିଭୁତି ଭୂଷଣ ସାହୁ ଅତିଥି ଭାବେ ଯୋଗ ଦେଇ କର୍ମଶାଳାକୁ ଶୁଭାରମ୍ଭ କରିଥିଲେ। ବରିଷ୍ଠ ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ ଭବାନୀ ଶଙ୍କର ନନ୍ଦ ଓ ବଂଶୀଧର ସେନାପତି ବ୍ୟାଙ୍କ ସେବା, ବୀମା ଯୋଜନା, ପେନସନ ଯୋଜନା, ସ୍ୱଳ୍ପ ସଞ୍ଚୟ, ଫସଲ ବୀମା, ଓ ବ୍ୟାଙ୍କ ସମ୍ଭଧିୟ ବିଭିନ୍ନ ବିତ୍ତୀୟ ସାକ୍ଷରତା ସମ୍ଭଧରେ ଯୋଗ ଦେଇଥିବା ୧୦୦ରୁ ଉର୍ଦ୍ଧ୍ବ ମହିଳା ଓ ଲୋକ ମାନଙ୍କୁ ସୂଚନା ଦେବା ସହ ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ। ଏହି ଅବସରରେ ମଦର ସଂଗଠନର ନିର୍ଦେଶକ ଗୋଲକ ବିହାରୀ ସିଂ, କାର୍ୟ୍ୟନିର୍ବାହୀ ପ୍ରମୋଦ କୁମାର ଦାସ, ପ୍ରମୁଖ କର୍ମଶାଳାକୁ କ୍ରିୟାନ୍ୱୟନ କରିଥିଲେ। ଶେଷରେ ପ୍ରୋଜେକ୍ଟ ପରିଚାଳକ ବିଜୟ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ୟ୍ୟକ୍ରମକୁ କୋଣାର୍କ ମଦର ସଙ୍ଗଠିକା ରିନାରାଣୀ ବେହେରା, ସମ୍ପାଦିକା ସସ୍ମିତା ଦାସ, ପରିଚାରିକା ସ୍ମିତାଶ୍ରୀ ଜେନା, ସୁମିତ୍ରା ଶିକାରୀ ଓ ରେଣୁ ରାଓ ପ୍ରମୁଖ ପରିଚାଳନା କରିଥିଲେ।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories