www.samajalive.in
Saturday, December 6, 2025
19.1 C
Bhubaneswar

ବିଶ୍ୱ ଶ୍ରବଣ ଦିବସ ଅବସରରେ ଶ୍ରବଣଯନ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ

ଭୁବନେଶ୍ୱର- ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ମାର୍ଚ୍ଚ ୩ ତାରିଖକୁ ‘ଶ୍ରବଣ ଦିବସ’ ଭାବେ ପାଳନ କରିବାକୁ ଘୋଷଣା କରିଛି। ୨୦୦୭ରେ ଏକ ସମ୍ମିଳନୀରେ ପ୍ରଥମଥର ଏହି ଦିବସ ପାଳନ କରିବାକୁ ବିଭିନ୍ନ ରାଷ୍ଟ୍ରମୁଖ୍ୟମାନେ ପ୍ରସ୍ତାବ ଦେଲେ। ତା’ ପର ବର୍ଷଠାରୁ ମାର୍ଚ୍ଚ ୩ରେ ‘ଅନ୍ତର୍ଜାତୀୟ କାନ ଯତ୍ନ ଦିବସ’ ଭାବେ ପାଳନ ହେଲା। ୨୦୧୬ ପରେ ଏହି ଦିବସକୁ ‘ବିଶ୍ବ ଶ୍ରବଣ ଦିବସ’ ନାମରେ ପାଳନ କରାଯାଉଛି। ବିଶ୍ୱବାସୀଙ୍କୁ ଶ୍ରବଣର ମହତ୍ତ୍ବ ବିଷୟରେ ଜଣାଇବା ପାଇଁ ସ୍ବାସ୍ଥ୍ୟ ସଙ୍ଗଠନ ଏହି ପଦକ୍ଷେପ ନେଇଛି। ଗର୍ଭାବସ୍ଥା ସମୟରୁ ମା’ ମାନେ ସତର୍କ ରହିବା ଦରକାର। ଡାକ୍ତରଙ୍କ ବିନା ପରାମର୍ଶରେ କୌଣସି ଔଷଧ ସେବନ କଲେ, ନବଜାତ ଶିଶୁର ଶ୍ରୁତି ଶକ୍ତି ହାନି ହୋଇପାରେ। ଶ୍ରବଣ ଶକ୍ତି ଦୁର୍ବଳ ଥିବା ପିଲାକୁ ଅନ୍ୟ ପିଲାମାନଙ୍କ ମିଶିବାକୁ ଉତ୍ସାହିତ କରାଯିବା ଦରକାର। ପିଲାଙ୍କୁ ନିୟମିତ ଭାବେ ଟିକା ଦେବାକୁ ଅବହେଳା କରନ୍ତୁନି। ଗାଲୁଆ, ମିଳିମିଳା ଭଳି ରୋଗ ପିଲାମାନଙ୍କ ଠାରେ ବଧିରତା ସୃଷ୍ଟି କରିପାରେ।

ଏହି ଅବସରରେ ସୂର୍ଯୋଦୟ ଫାଉଣ୍ଡେସନ୍‌ ଏବଂ ଓ୍ୱାଇଡେକ୍ସ ପକ୍ଷରୁ ଶ୍ରବଣ ଶକ୍ତି ହ୍ରାସ ପାଇଥିବା ବିଭିନ୍ନ ବ୍ୟକ୍ତିଙ୍କୁ ଶ୍ରବଣଯନ୍ତ୍ର ଯୋଗାଇ ଦିଆଯାଇଛି । ଭୁବନେଶ୍ୱର ମେ ଫେୟାରରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ । ଲୋକପ୍ରିୟ କଣ୍ଠଶିଳ୍ପୀ ଅନୁରାଧା ପୌଢୁଆଲ୍‌ଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories